Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ତିନି ଥର ନିଆଁ ଲାଗି ମଧ୍ୟ ବଡ ଅଘଟଣରୁ ବର୍ତ୍ତିଲା ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ୍

1/09/2019 at 12:52 PM

ସମ୍ବଲପୁର ୧।୯: ବଡ ଅଘଟଣରୁ ବର୍ତ୍ତିଲା ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ୍ । ତିନି ତିନି ଥର ଦୁର୍ଘଟଣା  ପରେ ବି କୌଣସି କ୍ଷୟକ୍ଷତି ହୋଇନାହିଁ । ବିଳମ୍ବିତ ରାତିରେ ଅହମ୍ମଦାବାଦ୍-ପୁରୀ ଟ୍ରେନରେ ନିଆଁ ଲାଗି ଯାଇଥିଲା । ହଠାତ୍ ବ୍ରେକ୍ ଲାଗିଯିବାରୁ ପ୍ୟାଣ୍ଟ୍ରି କାରରୁ ଦୁଇଟି ବଗିକୁ ନିଆଁ ବ୍ୟାପି ଯାଇଥିଲା ।

ଭୟଭୀତ ହୋଇ ଯାତ୍ରୀ ମାନେ ଚେନ୍ ପୁଲିଂ କରି ଟ୍ରେନରୁ ବାହାରକୁ ବାହାରି ପଡିଥିଲେ । ପ୍ରଥମେ ସମ୍ବଲପୁରର କ୍ଷେତରାଜପୁର ଷ୍ଟେସନରେ ଟ୍ରେନରେ ନିଆଁ ଲାଗି ଯାଇଥିଲା ।ନିଆଁ ଲିଭାଇବା ପରେ ଟ୍ରେନ୍ ଗନ୍ତବ୍ୟସ୍ଥଳକୁ ବାହାରିଥିଲା ।

ଏହା ପରେ ପୁଣି ମାନେଶ୍ବର ଓ ରେଢାଖୋଲ ରେଳ ଷ୍ଟେସନରେ ମଧ୍ୟ ଟ୍ରେନରେ ନିଆଁ ଲାଗି ଯାଇଥିଲା । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ୪ ଘଣ୍ଟା ବିଳମ୍ବରେ ପୁରୀରେ ପହଞ୍ଚିଥିଲା ଟ୍ରେନ୍ ।

   Related Posts