Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ତାଜକିସ୍ତାନରେ ଅଛନ୍ତି ଅହମ୍ମଦ ମାସୁଦ ଓ ସାଲେହ, ହେଲେ ସମର୍ଥନ କରୁନି ବାଇଡେନ୍ ସରକାର: ରିପୋର୍ଟ

24/09/2021 at 9:18 AM

କାବୁଲ ୨୪/୦୯ : ଆଫଗାନିସ୍ତାନରେ ତାଲିବାନକୁ ବିରୋଧୀ ସମୂହ ନେତା ଅହମ୍ମଦ ମାସୁଦ ଏବଂ ପୂର୍ବ ଉପ ରାଷ୍ଟ୍ରପତି ଅମରୁଲ୍ଲା ସାଲେହ ଏବେ ପଡୋଶୀ ଦେଶ ତଥା ତାଜାକିସ୍ତାନରେ ଅଛନ୍ତି । ତେବେ ଆମେରିକା ସରକାର ଏବଂ ସିଆଇଏ ସେମାନଙ୍କ ସମର୍ଥନ କରୁନାହିଁନ୍ତି । ଗଣମାଧ୍ୟମ ରିପୋର୍ଟରେ ଏହା ଦର୍ଶାଯାଇଛି । ଦ ଇଣ୍ଟରସ୍ପେଟ୍ ରିପୋର୍ଟ ମୁତାବକ ଉତ୍ତରୀ ଗଠବନ୍ଧନର ନେତା ଦିବଗଂତ ଅହମ୍ମଦ ସାହ ମାସୁଦର ପୁଅ ଅହମ୍ମଦ ମାସୁଦ ପଞ୍ଜଶୀର ଉପରେ ତାଲିବାନର କବଜା ପୂର୍ବରୁ ୬ ସେପ୍ଟେମ୍ୱର ବିମାନ ଜରିଆରେ କାଜକିସ୍ତାନ ଆସିଥିଲେ ।

ଏହାସହ ଏହାରି କିଛିଦିନ ପରେ ଅମରୁଲ୍ଲାସାଲେହ ମଧ୍ୟ ହେଲିରକପ୍ଟରରେ ଆଫଗାନିସ୍ତାନରୁ ବାହାରି ଯାଇଛନ୍ତି । ଏଇ କିଛି ଦିନ ମଧ୍ୟରେ ନେତାମାନେ ଦେଶ ବାହାରେ ଚାଲି ଯାଇଥିବା ଆଲୋଚନା ହେଉଛି । ତେବେ ଏବେ ବି କିଛି ବିରୋଧୀ କହୁଛନ୍ତି ସେ ସେମାନେ ଆଫଗାନିସ୍ତାନରେ ଅଛନ୍ତି ଏବଂ ତାଲିବାନଙ୍କ ବିରୋଧରେ ଜାରି ରଖିଛନ୍ତି ସଂଘର୍ଷ । ଅନେକ ଦଶକ ମଧ୍ୟରେ ଏହା ପ୍ରଥମ ଘଟଣା ଯେ, ଏବେ ଆମେରିକା ସରକାର ଏବଂ ସିଆଇଏ ଏମାନଙ୍କୁ ସମର୍ଥନ ଦେଉନି ।

ଏହି ଦୁଇ ନେତାଙ୍କୁ ହତିଆର ଏବଂ ଅନ୍ୟ ସହାୟତା ପଶ୍ଚିମ ଦେଶରୁ ମିଳୁଛି । କିନ୍ତୁ ବାଇଡେନ୍ ପ୍ରଶାସନ ଏମାନଙ୍କୁ କୌଣସି ପ୍ରକାର ସହାୟତା ଦେଉଥିବା ନଜର ଆସୁଛି । ତଥା ଭବିଷ୍ୟତରେ କୌଣସି ପ୍ରକାର ସମର୍ଥନ ଦେବାର ବି ନଜର ଆସୁନି । ମାସୁଦ ବର୍ତ୍ତମାନ ତାଜିକ ରାଜଧାନୀ ଦୁଶାଂବେରେ ଗୋଟିଏ ସୁରକ୍ଷିତ ଘର ଅଛନ୍ତି ।

ମାସୁଦର ପ୍ରବକ୍ତା ଅଲ୍ଲୀ ମୈସମ ତାଜାରୀ ସୋମବାର ଗଣମାଧ୍ୟମ କହିଛନ୍ତି ମାସୁଦ ଆଫାଗାନିସ୍ତାନରେ ଅଜ୍ଞାତ ସ୍ଥାନରେ ଅଛନ୍ତି । ନ୍ୟୁୟର୍କ ଟାଇମ୍ସ ଗତ ସପ୍ତାହରେ ରିପୋର୍ଟ ପ୍ରକାଶିତ କରିଥିଲା, ଦୀର୍ଘଦିନ ଚାଲିଥିବା ଯୁଦ୍ଧ ଧରି ସରିଗଲାଣି । ଆଉ ଯାହା ବିରୋଧର ସ୍ୱାର ଉଠୁଛି ତାହା ପାହାଡ ସେପଟରୁ ଆସୁଥିବା ଜଣାପଡିଛି ।

   Related Posts