Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଇରଙ୍ଗପୁର: ଗୋରୁମହିଷାଣି ପୋଲିସର ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ, ସାମିଲ ଥିଲେ ସ୍ଥାନୀୟ ଲୋକେ
  • ||
  • ବଲାଙ୍ଗୀର: ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ, ଗଡିଲା ଶହ ଶହ ପଶୁ-ପକ୍ଷୀଙ୍କ ମୁଣ୍ଡ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ୨ୟ ପର୍ଯ୍ୟାୟ କୋଭିଡ ଟିକା: ସ୍ପାଇସ୍ ଜେଟ୍‌ରେ ଆସିଲା ଟିକା
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ହାଇଦ୍ରାବାଦ : ପାଠ ପଢୁନଥିଲା ବୋଲି ୧୦ ବର୍ଷର ପୁଅକୁ ଜିଅନ୍ତା ଜାଳିଦେଲା ବାପା, ପୋଡିଯାଇଛି ଶରୀରର ୬୫ ଭାଗ
  • ||
  • ବଡବିଲ : ନର୍ଭେରାମ ଖଣି କାର୍ଯ୍ୟାଳୟରେ ଆୟକର ଚଢାଉ, ବିଭିନ୍ନ କାଗଜପତ୍ରର ଯାଞ୍ଚ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୨ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ଗାଈ ଗୋବର ଉପରେ ରିସର୍ଚ୍ଚ କରୁଛନ୍ତି ଦିବ୍ୟକାନ୍ତ: ଗୋବରରେ ତିଆରି କରୁଛନ୍ତି ଚପଲ, ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ

3/01/2021 at 5:00 PM

ନୂଆଦିଲ୍ଲୀ ୦୩/୦୧ : ଗୋବର ନାଁ ଶୁଣି ଅନେକ ଲୋକ ନାକ ଟେକିଥାନ୍ତି। କିନ୍ତୁ ହିନ୍ଦୁ ଧର୍ମରେ ଗୋବରକୁ ପବିତ୍ର ବୋଲି କୁହାଯାଏ। ପୂଜାପାଠ, ହୋମ ଯଜ୍ଞ ଆଦିରେ ଗୋବର ଆବଶ୍ୟକ ହୋଇଥାଏ। ଏପରିକି ପୂଜାପାଠ, ପର୍ବପର୍ବାଣିରେ ଘର ଦ୍ୱାର ମୁହଁରେ ଗୋବର ଲିପାଯାଇଥାଏ। ଯଦି ଜଣେ କୁହେ ଗୋବରକୁ ନେଇ ରିସର୍ଚ୍ଚ ହେଉଛି ତାହେଲେ ଅନେକ ଲୋକ ହସିବେ ନିଶ୍ଚୟ। ଶୁଣିବାକୁ ଅଡୁଆ ଲାଗୁଥିବ ନିଶ୍ଚୟ କିନ୍ତୁ ଜଣେ ବ୍ୟକ୍ତି ଗାଈ ଗୋବର ଉପରେ ରିସର୍ଚ୍ଚ କରୁଛନ୍ତି ଏବଂ ଗୋବରରେ ବିଭିନ୍ନ ଉତ୍ପାଦ ମଧ୍ୟ ପ୍ରସ୍ତୁତ କରୁଛନ୍ତି। ଗୋବରରେ ତିଆରି ଉତ୍ପାଦ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବ।

ଅହମଦାବାଦରେ ରହୁଥିବା ଦିବ୍ୟକାନ୍ତ ଦୁବେ ଗୋବରରେ ବିଭିନ୍ନ ଉତ୍ପାଦ ତିଆରି କରୁଛନ୍ତି। ୫୫ ବର୍ଷ ବୟସ୍କ ଦୁବେ ଗତ ୮-୧୦ ବର୍ଷ ହେଲା ଗୋବର ଉପରେ କାମ କରୁଛନ୍ତି। ଦଶମ ପାସ କରିଥିବା ଦିବ୍ୟକାନ୍ତ ପେସାରେ ଜଣେ ପେଣ୍ଟର। ସେ ସାଇନବୋର୍ଡ଼ ପେଣ୍ଟ କରି, ମୂର୍ତ୍ତି ତିଆରି କରି ଜୀବନ ଜୀବିକା ନିର୍ବାହ କରନ୍ତି। କିନ୍ତୁ ଗୋବରରେ କାମ କରିବା ତାଙ୍କୁ ଆନନ୍ଦ ମିଳିଥାଏ ବୋଲି ସେ କହିଛନ୍ତି। ସେ ଗୋବରରେ ଅନେକ ଉତ୍ପାଦ ତିଆରି କରନ୍ତି। ନିକଟରେ ସେ ଗାଈ ଗୋବରରେ ଚପଲ ତିଆରି କରିଛନ୍ତି। ଏହି ଚପଲ ମଜବୁତ ଏବଂ ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ। ସେଥିପାଇଁ ଏହି ଚପଲ ବହୁତ ପସନ୍ଦ ଆସୁଛି।

ଦିବ୍ୟକାନ୍ତ ଦୁବେ କହିଛନ୍ତି ଯେ ଗାଈ ଗୋବରରେ ତିଆରି ଚପଲ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ। ସେ କହିଛନ୍ତି ଯେ ପୁରୁଣା କାଳରେ ଲୋକେ ଗୋବର ଲିପା ଘରେ ରହୁଥିଲେ ଏବଂ ଖାଲି ପାଦରେ ଚଲାବୁଲା କରୁଥିଲେ। ଏହାର ସିଧା ପ୍ରଭାବ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ପଡୁଥିଲା। କିନ୍ତୁ ଆଜିକା ଯୁଗରେ ଘର ଲିପିବା ସମ୍ଭବ ନୁହେଁ। କିନ୍ତୁ ଗୋବର ଚପଲ ବ୍ୟବହାର କରିବା ସମ୍ଭବ। ସେ କହିଛନ୍ତି ଏହି ଚପଲକୁ ଅଧା ଘଣ୍ଟା ଯାଏଁ ବି ପାଣିରେ ରଖିଲେ ସେ ନଷ୍ଟ ହେବନାହିଁ।

ଚପଲ ଛଡା ଦିବ୍ୟକାନ୍ତ ଗୋବରରେ ମୂର୍ତ୍ତି ମଧ୍ୟ ତିଆରି କରନ୍ତି। ଗୋବରରେ ସେ ଗଣେଶ, ଶ୍ରୀକୃଷ୍ଣ, ରାଧାକୃଷ୍ଣ, ମା’ ସରସ୍ବତୀ, ଶ୍ରୀରାମ ଓ ସୀତାଙ୍କ ମୂର୍ତ୍ତି ତିଆରି କରନ୍ତି। ଗୋବରରେ ତିଆରି ହେଇଥିବାରୁ ଏହା ବାତାବରଣକୁ ଶୁଦ୍ଧ ରଖିଥାଏ। ଏହାକୁ ଯେକୌଣସି ସ୍ଥାନରେ ବିସର୍ଜନ କରାଯାଇପାରିବ।

   Related Posts