Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଫ୍ଟ ମାଗି ଯାଉଥିଲେ ଘରକୁ, ଦୁର୍ଘଟଣାରେ ମା’ପୁଅ ସମେତ ୪ ଜଣଙ୍କ ମୃତ୍ୟୁ
  • ||
  • ଦେଶରେ ତଳମୁହାଁ କରୋନା ଗ୍ରାଫ୍: ଓଡ଼ିଶାରେ ମଧ୍ୟ ହ୍ରାସ ପାଇଛି ସଂକ୍ରମଣ
  • ||
  • ସ୍କୁଲ ଫି’ ଛାଡ଼ ମାମଲା: ସପ୍ତାହେ ଭିତରେ ରିପୋର୍ଟ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ଦୁର୍ବଳ ହେଉଛି ଭାରତୀୟ ଆଖି
  • ||
  • ପୁରୀ : ସ୍ବର୍ଗଦ୍ବାରରୁ ହଟିଲା କଟକଣା, ଏଣିକି ଅନ୍ୟ ଜିଲ୍ଲାର ଶବ ହେବ ସତ୍କାର
  • ||
  • ଲଦାଖ: ଡେମଚୋକ୍‌ରେ ଭାରତୀୟ ସେନା ହାତରେ ଧରାପଡିଲେ ଚୀନ ସୈନିକ, ମିଳିଛି ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ
  • ||
  • ଘରୋଇ କର୍ମଚାରୀଙ୍କ ପାଇଁ ବଡ ଖବର : ଦୀପାବଳି ପୂର୍ବରୁ ନୂଆ ପ୍ୟାକେଜ୍ ଘୋଷଣା କରିପାରନ୍ତି ସରକାର
  • ||
  • ଲୋକ ଭବନ ସମ୍ମୁଖରେ ଦୁଇ ଶିଶୁ ସହ ପତି-ପତ୍ନୀଙ୍କ ଆତ୍ମଦାହ ଉଦ୍ୟମ, ଉଦ୍ଧାର କଲା ପୋଲିସ
  • ||
  • ପୁଅ ଆସି ପଡୋଶୀଙ୍କୁ କହିଲା-ବାପା ଉଠୁନାହାନ୍ତି, ଦେଖିଲା ବେଳକୁ ଘରେ ପଡିଥିଲା ଦୁଇଟି ମୃତଦେହ
  • ||
  • ଗେହଲଟ୍ ସରକାରଙ୍କ ନିଷ୍ପତ୍ତି: ୧୩ ଅନ୍ତରାଷ୍ଟ୍ରୀୟ ଖେଳାଳିଙ୍କୁ ୨୫-୨୫ ଏକର ଜମି ଆବଣ୍ଟନ କରିବାକୁ ଘୋଷଣା
  • ||

କଂଗ୍ରେସ ବିଧାୟକଙ୍କ ଗାଡି ଧକ୍କାରେ ଶିକ୍ଷୟତ୍ରୀଙ୍କ ମୃତ୍ୟୁ

26/03/2019 at 2:21 PM

ଅହମଦାବାଦ ୨୬/୩ : ଗୁଜରାଟର ଧୋରାଜି-ଉପଲେଟାରୁ କଂଗ୍ରେସ ବିଧାୟକ ଲଳିତ ବସୋୟା ଯେଉଁ କାରରେ ଯାଉଥିଲେ ସେହି କାର ଜଣେ ଯୁବତୀଙ୍କୁ ଧକ୍କା ଦେଇଥିଲା | ଯୁବତୀ ରାଜକୋଟର ଏକ ସ୍କୁଲରେ ଶିକ୍ଷୟତ୍ରୀ ଥଲେ | ଗାଡି ଧକ୍କା ଦେବା ଫଳରେ ଯୁବତୀଙ୍କର ମୃତ୍ୟୁ ହୋଇଛି | ଘଟଣା ପରେ ପୋଲିସ ବିଧାୟକଙ୍କ ଗାଡିକୁ ଜବତ କରିଛି | ପୋଲିସ ଏଫଆଇଆରରେ ଗାଡିର ଡ୍ରାଇଭର କିମ୍ବା ବିଧାୟକଙ୍କ ବାବଦରେ କିଛି ମଧ୍ୟ ଲେଖା ଯାଇନାହିଁ | ଯାହାଫଳରେ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖାଦେଇଛି |


କଂଗ୍ରେସ ବିଧାୟକ ଲଳିତ ବସୋୟା ଗୁଜରାଟ ପୋରବନ୍ଦର ଲୋକସଭା ଆସନରୁ ନିର୍ବାଚନ ଲଢ଼ିପାରନ୍ତି | ଗତକାଲି ସନ୍ଧ୍ୟାରେ ପୋରବନ୍ଦରରେ ଆୟୋଜିତ ଏକ ଘରୋଇ ଚାନେଲର ଆଲୋଚନା ଚକ୍ରରେ ଯୋଗ ଦେବା ପାଇଁ ସେ ଯାଉଥିଲେ | ଏତିକିବେଳେ ରାସ୍ତା ପାରି କରୁଥିବା ଜଣେ ଯୁବତୀଙ୍କୁ ବିଧାୟକଙ୍କ ଗାଡି ଧକ୍କା ମାରିଥିଲା | ଗାଡି ଧକ୍କା ଦେବା ଫଳରେ ଯୁବତୀ ପାଖାପାଖି ୨୦ ଫୁଟ ଦୂର ପର୍ଯ୍ୟନ୍ତ ଘୋସାଡି ହୋଇଯାଇଥିଲେ | ତାଙ୍କୁ ସଂଗେ ସଂଗେ ହସ୍ପିଟାଲ ନିଆଯାଇଥିଲା | ସେଠାରେ ତାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ରାଜକୋଟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା | ତେବେ ବାଟରେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା | ଯୁବତୀଙ୍କ ଶରୀରରେ ଅନେକ ଫ୍ରାକ୍ଚର ହୋଇଯାଇଥିବା ଯୋଗୁଁ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି |


ଯୁବତୀଙ୍କ ଘର ହରିଶ୍ଚନ୍ଦ୍ର ଅନ୍ତର୍ଗତ ଭବନଗରରେ | ସେ ମଧ୍ୟ ଜଣେ ସୁଗାଇକା । ରାଜକୋଟର ଏକ ଘରୋଇ ସ୍କୁଲରେ ଶିକ୍ଷକତା କରୁଥିଲେ | ଡ୍ରାଇଭରର ଅସାବଧାନତା ଯୋଗୁଁ ଦୁର୍ଘଟଣା ଘଟିଥିବା ଯୁବତୀଙ୍କ ପରିବାରଲୋକେ ଅଭିଯୋଗ କରିଛନ୍ତି | ପୋଲିସ କେବଳ ଗାଡିକୁ ହିଁ ଜବତ କରିଛି | କିନ୍ତୁ ଡ୍ରାଇଭର ଏବଂ ବିଧାୟକଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛି ବୋଲି ଅଭିଯୋଗ କରିଛନ୍ତି ଯୁବତୀଙ୍କ ପରିବାରଲୋକେ |

   Related Posts