ସୋନୁଙ୍କ ପ୍ରଶଂସା ହଜମ କରି ପାରିଲେନି ଶିବସେନା ନେତା : କହିଲେ, 'ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମିଶି ଖୁବ ଶୀଘ୍ର ହୋଇଯିବେ ସେଲିବ୍ରିଟି ମ୍ୟାନେଜର୍'

Published By : Prameya-News7 Bureau | June 07, 2020 IST

ମୁମ୍ବାଇ ୦୭/୦୬ : ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରକୁ ଯିବାରେ ସାହାଯ୍ୟ କରି ବଲିଉଡ ଅଭିନେତା ସୋନୁ ସୁଦ୍ ବର୍ତ୍ତମାନ ଜନତାଙ୍କ ହୃଦୟରେ ରାଜ୍ କରୁଛନ୍ତି | ହଜାର ହଜାର ଲୋକଙ୍କୁ ସାହାଯ୍ୟ କରି ସୋନୁ ବର୍ତ୍ତମାନ ଦେଶର ପ୍ରକୃତ ହିରୋ ସାଜିଛନ୍ତି | ଲକଡାଉନ୍ ସମୟରେ ସୋନୁ ଲକ୍ଷ ଲକ୍ଷ ଶ୍ରମିକଙ୍କୁ ନିଜ ଖର୍ଚ୍ଚରେ ଘରକୁ ପଠାଇଛନ୍ତି | ସୋନୁଙ୍କ ମାନବିକତାର ଚର୍ଚ୍ଚା କେବଳ ମୁମ୍ବାଇରେ ନୁହେଁ ବରଂ ସାରା ଦେଶରେ ହେଉଛି | କିନ୍ତୁ ମହାରାଷ୍ଟ୍ର ଶାସକ ଶିବସେନାଙ୍କୁ ସୋନୁଙ୍କ କାର୍ଯ୍ୟ ପସନ୍ଦ ଆସିନଥିବା ଭଳି ମନେହେଉଛି | ଦଳ ସୋନୁଙ୍କୁ ଟାର୍ଗେଟ୍ କରି ତାଙ୍କୁ ପରିହାସ କରିଛି | ସେ କହିଛନ୍ତି, ସୋନୁ ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମିଶି ମୁମ୍ବାଇର ସେଲିବ୍ରିଟି ମ୍ୟାନେଜର୍ ହୋଇଯିବେ |

'ସାମନା' ସମ୍ପାଦକୀୟ ପୃଷ୍ଠାରେ ଶିବସେନା ନେତା ସଞ୍ଜୟ ରାବତ ଲେଖିଛନ୍ତି ଯେ, କରୋନା ଭାଇରସ କାଳରେ ଲକଡାଉନ ସମୟରେ ଜଣେ ନୂଆ ମହାତ୍ମା ଆସିଛନ୍ତି ଯାହାକୁ ଲୋକେ ସୋନୁ ସୁଦ କହୁଛନ୍ତି | ଅଭିନେତା ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟକୁ ପଠାଇଛନ୍ତି ବୋଲି କୁହାଯାଉଛି | ମହାରାଷ୍ଟ୍ର ରାଜ୍ୟପାଳ ମଧ୍ୟ ମହାତ୍ମା ସୁଦଙ୍କ ପ୍ରଶଂସା କରିଛନ୍ତି | କେନ୍ଦ୍ର ଓ ରାଜ୍ୟ ସରକାର ପ୍ରବାସୀ ଶ୍ରମିକଙ୍କ ପାଇଁ କିଛି କରୁନଥିବା ଭଳି ଜଣାପଡୁଛି ବୋଲି ରାବତ କହିଛନ୍ତି | ଏପଟେ ସେ ପ୍ରଶ୍ନ ମଧ୍ୟ କରିଛନ୍ତି ଯେ, ଯଦି ରାଜ୍ୟ ସରକାର ପ୍ରବାସୀଙ୍କୁ ଆସିବାକୁ ଦେଉନାହାନ୍ତି ତାହେଲେ ଶ୍ରମିକ କୁଆଡେ ଯାଉଛନ୍ତି |

{"id":282473,"sizeSlug":"large"}

ମେ ୩୧ ତାରିଖରେ ସୋନୁ ସୁଦ୍ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହଙ୍କ ସହ ସାକ୍ଷାତ କରିବାକୁ ରାଜଭବନ ଯାଇଥିଲେ | ରାଜ୍ୟପାଳ ସୋନୁଙ୍କ ଏହି ମହାନତା ପାଇଁ ତାଙ୍କୁ ଖୁବ ପ୍ରଶଂସା କରିଥିଲେ | ଏହାସହ ସେ ତାଙ୍କୁ ସମ୍ପୂର୍ଣ ସମର୍ଥନ କରିବେ ବୋଲି କହିଥିଲେ | ରାଜ୍ୟପାଳ ଓ ସୋନୁଙ୍କ ସାକ୍ଷାତ ପରେ ମହାରାଷ୍ଟ୍ର ରାଜନୀତିରେ ନାନା ଅନୁମାନ ଲଗାଯାଉଛି | ସୋନୁ ସୁଦ ଖୁବ ଶୀଘ୍ର ବିଜେପିରେ ସାମିଲ ହେବାନେଇ ମଧ୍ୟ ଆଶଙ୍କା କରୁଛି ଶିବସେନା | ତେବେ ଏକ ନ୍ୟୁଜ ଚାନେଲରେ ସାକ୍ଷାତକାରରେ ସୋନୁ କହିଥିଲେ ଯେ, ତାଙ୍କୁ ରାଜନୀତିରେ ପ୍ରବେଶ କରିବାକୁ ଅଫର ମିଳିଛି କିନ୍ତୁ ରାଜନୀତିରେ ତାଙ୍କର କୌଣସି ଇଛା ନାହିଁ |

ପାଖାପାଖି ମାସେ ହେଲା ସୋସିଆଲ ମିଡ଼ିଆରେ ସୋନୁ ସୁଦଙ୍କ ବହୁତ ପ୍ରଶଂସା ହେଉଛି | ନିକଟରେ ସେ ଇଟଲୀ ବିକ୍ରି କରୁଥିବା ୨୦୦ ଲୋକଙ୍କୁ ମୁମ୍ବାଇରୁ ତାମିଲନାଡୁ ପଠାଇଥିଲେ | ଭାବବିହ୍ୱଳ ଓ ଖୁସିରେ ଏମାନେ ସୋନୁଙ୍କୁ ବନ୍ଦାପନା କରିଥିଲେ | କିଛି ଦିନ ପୂର୍ବରୁ ମୁମ୍ବାଇର ତଟବର୍ତ୍ତୀ ଅଞ୍ଚଳ ବାତ୍ୟା ନିସର୍ଗ ଯୋଗୁଁ ପ୍ରଭାବିତ ହୋଇଥିଲା | ବାତ୍ୟା ପ୍ରଭାବିତ ଅଞ୍ଚଳର ୨୮ ହଜାର ଲୋକଙ୍କୁ ସୋନୁ ଓ ତାଙ୍କ ଟିମ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲେ ଓ ତାଙ୍କୁ ଖାଦ୍ୟପେୟ ମଧ୍ୟ ଯୋଗାଇଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.