ଆସନ୍ତାକାଲି ଅମ୍ବାଲାରେ ଅବତରଣ କରିବ ରାଫେଲ, ଏୟାରବେସ୍ ଆଖପାଖରେ ୧୪୪ ଧାରା ଲାଗୁ

Published By : Prameya-News7 Bureau | July 28, 2020 IST

ଅମ୍ବାଲା ୨୮।୦୭: ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ତଥା କ୍ଷେପଣାସ୍ତ୍ର ଓ ଘାତକ ବୋମାରେ ସଜ୍ଜିତ ଚତୁର୍ଥ ପିଢିର ଲଢୁଆ ବିମାନ ରାଫେଲ ଜୁଲାଇ ୨୯ରେ ଅମ୍ବାଲା ପହଞ୍ଚୁଛି। ଏହାକୁ ଦେଖି ଅମ୍ବାଲା ବାୟୁସେନାର ଆଖପାଖ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି। ଗୋଟିଏ ସପ୍ତାହ ଭିତରେ ହିଁ ଏହି ବିମାନକୁ କୌଣସି ଏକ ମିଶନ ପାଇଁ ପ୍ରସ୍ତୁତ କରାଯିବ। ଏହି ଲଢୁଆ ବିମାନକୁ ଉଡାଇବା ପାଇଁ ମୋଟ୍ ୧୨ ଜଣ ପାଇଲଟ୍‌ଙ୍କୁ ପ୍ରଶିକ୍ଷଣ ଦିଆଯାଇଛି।

ଉଲ୍ଲେଖନୀୟ ପ୍ରଥମ ଦଫାରେ ମୋଟ୍ ୫ ରାଫେଲ ଜୁଲାଇ ୨୭ରୁ ଫ୍ରାନ୍ସରୁ ଭାରତ ଅଭିମୁଖେ ଉଡାଣ ଭରିଛି। ସୋମବାର ରାଫେଲ ୟୁଏଇର ଅଲ ଦଫରା ଏୟାରବେସ୍‌ରେ ଅବତରଣ କରିଛି। ସେଠାରୁ ଆଉ ଏକ ଉଡାଣ  ଭରି ରାଫେଲ ବୁଧବାର ଅମ୍ବାଲା ଏୟାରବେସ୍‌ରେ ପହଞ୍ଚିବ। ଚୀନ ଓ ପାକିସ୍ତାନ ମଧ୍ୟରେ ଜାରି ଉତ୍ତେଜନା ମଧ୍ୟରେ ଏହି ଲଢୁଆ ବିମାନ ଭାରତ ଅଭିମୁଖେ ଯାତ୍ରା କରିବା ବହୁତ ଗୁରୁତ୍ଵପୂର୍ଣ୍ଣ ଅଟେ। ରାଫେଲ ବିମାନ ସେଠାରୁ ବାହାରିବା ପୂର୍ବରୁ ଫ୍ରାନ୍ସରେ ଭାରତୀୟ ଦୂତାବାସ ରାଫେଲ ଓ ଭାରତୀୟ ବାୟୁସେନାର ପାଇଲଟଙ୍କ ଫୋଟ ଜାରି କରିଛି।

ଫ୍ରାନ୍ସରୁ ଭାରତ ଆସିବା ସମୟରେ ରାଫେଲ ଲଢୁଆ ବିମାନକୁ ଆକାଶରେ ହିଁ ରିଫ୍ୟୁଲ୍ କରାଯାଇଛି। ଭାରତୀୟ ବାୟୁସେନା ଫ୍ରାନସିସ୍‌ ବାୟୁସେନାର ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଏହି ରାଫେଲ ପ୍ରାୟ ୧୦ ଘଣ୍ଟାର ଯାତ୍ରା କରି ଭାରତରେ ପହଞ୍ଚିବ। ଏବେ ରାଫେଲ ଆବୁଧାବିରେ ଅଟକିଛି। ସେଠାରେ ରାଫେଲ ଅଲ ଦାଫରା ଏୟାରବେସ୍‌ରେ ଅବତରଣ କରିଛି। ସେଠାରେ ପାଇଲଟ୍‌ ଓ ବିମାନକୁ ବିଶ୍ରାମ ପାଇଁ ରୋକା ଯାଇଛି। ପ୍ରାୟ ୧୦ ଘଣ୍ଟାର ଯାତ୍ରାରେ ରାଫେଲରେ ଦୁଇ ଥର ତେଲ ଭରାଯିବ। ଏଥିପାଇଁ ଦୁଇଟି ବିମାନ ସେମାନଙ୍କ ସହିତ ଅଲଗା ରହିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.