Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ପିଏମ ମୋଦିଙ୍କ ବୈଠକ ପୂର୍ବରୁ ମେହବୁବା ମୁଫତି କହିଲେ, ‘ସରକାର ପାକିସ୍ତାନ ସହ ମଧ୍ୟ କଥା ହେବା ଉଚିତ’

22/06/2021 at 3:34 PM

ଶ୍ରୀନଗର ୨୨/୦୬ : ଜାମ୍ମୁ କାଶ୍ମୀର ପ୍ରସଙ୍ଗରେ ଜୁନ୍ ୨୪ ରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ଗୁପ୍ତକର ମିଳିତ ମଞ୍ଚ ବୈଠକରେ ସମସ୍ତ କାଶ୍ମୀର ନେତାମାନେ ସର୍ବଦଳୀୟ ବୈଠକରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ବୈଠକ ପରେ ପିଡିପି ମୁଖ୍ୟ ମେହବୁବା ମୁଫତି ପୁଣିଥରେ ପାକିସ୍ତାନ ପ୍ରସଙ୍ଗ ଉଠାଇଛନ୍ତି। ସରକାର କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ସହ କଥା ହେବା ଉଚିତ ବୋଲି ମେହବୁବା କହିଛନ୍ତି। ସେ ପୁଣି ପାକିସ୍ତାନ ପ୍ରତି ସହାନୁଭୂତି ଦେଖାଇଛନ୍ତି।

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ମେହବୁବା ମୁଫତି କହିଛନ୍ତି ଯେ ସମ୍ବିଧାନରେ ଆମକୁ ଦିଆଯାଇଥିବା ଅଧିକାର ଆମଠାରୁ ଛଡ଼ାଇ ନିଆଯାଇଛି। ଏହା ବ୍ୟତୀତ ଜାମ୍ମୁ କାଶ୍ମୀରରେ ଗୋଟିଏ ସମସ୍ୟା ଅଛି ଯାହାକୁ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରାଯିବା ଉଚିତ।

ମେହବୁବା ମୁଫତି କହିଛନ୍ତି ଯେ କାଶ୍ମୀର ପ୍ରସଙ୍ଗରେ କେନ୍ଦ୍ର ସରକାର ଯେପରି ଆମ ସହ କଥା ହେବାକୁ ଚାହାଁନ୍ତି, ସେହିଭଳି ଜାମ୍ମୁ କାଶ୍ମୀରର ସମସ୍ତ ଦଳ ସହ କଥା ହେବା ଉଚିତ। ଏହି ପ୍ରସଙ୍ଗରେ ସରକାର ପାକିସ୍ତାନ ସହ ମଧ୍ୟ ଆଲୋଚନା କରିବା ଉଚିତ। ଜାମ୍ମୁ କାଶ୍ମୀର ପ୍ରସଙ୍ଗରେ କେନ୍ଦ୍ର ସରକାର ସର୍ବଦା ଗୋଟିଏ ଆଭିମୁଖ୍ୟ ରଖିଛନ୍ତି ଯେ ଏହି ପ୍ରସଙ୍ଗରେ ପାକିସ୍ତାନ ଏବଂ ପାକିସ୍ତାନ ସମର୍ଥିତ ହୁରିୟତ ନେତାଙ୍କ ସହ କୌଣସି ଆଲୋଚନା ହେବ ନାହିଁ। ବର୍ତ୍ତମାନ ଯେତେବେଳେ ଜାମ୍ମୁ କାଶ୍ମୀରର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ବୈଠକ ଡକାଇଛନ୍ତି, ସେତେବେଳେ ମେହବୁବା ମୁଫତି ଏହିଭଳି ବୟାନ ଦେଇ ନୂଆ ବିବାଦ ସୃଷ୍ଟି କରିଛନ୍ତି।

ବୈଠକକୁ ନେଇ ଯେଉଁଭଳି କଳ୍ପନା ଜଳ୍ପନାର କରାଯାଉଛି ସେଥିରେ ସୀମାକୁ ନେଇ ଚର୍ଚ୍ଚା ଶୀର୍ଷରେ ଥିବା ଭଳି ଜଣାପଡୁଛି। ତେବେ କେନ୍ଦ୍ର ଶାସିତ ଅଞ୍ଚଳକୁ ରାଜ୍ୟ ମାନ୍ୟତା ପ୍ରଦାନକୁ ନେଇ ଆଲୋଚନା ମଧ୍ୟ ଜୋରସୋରରେ ଚାଲିଛି। ଏହି ପ୍ରସଙ୍ଗରେ କିଛି ନେତା କହିଛନ୍ତି ଯେ ରାଜ୍ୟର ମାନ୍ୟତା ପ୍ରଦାନ କରିବା ବର୍ତ୍ତମାନ ଠିକ ହେବନାହିଁ। ଏ ପ୍ରସଙ୍ଗରେ ଏତେ ଶୀଘ୍ର ନିଷ୍ପତ୍ତି ନେବା ଉଚିତ ନୁହେଁ। ବୈଠକର ଠିକ୍ ପୂର୍ବରୁ ସୀମା କମିଶନ ଦ୍ୱାରା କେନ୍ଦ୍ର ଶାସିତ ଅଞ୍ଚଳର ୨୦ ଟି ଜିଲ୍ଲା କମିଶନରଙ୍କ ଠାରୁ ଅନେକ ପ୍ରକାରର ସୂଚନା ମଗାଯାଇଛି।

ସୂଚନା ଅନୁଯାୟୀ, ୨୦୨୦ ଫେବୃଆରୀରେ ସୀମା କମିଶନ ଗଠନ କରାଯାଇଥିଲା ଏବଂ ଏହାକୁ ଚଳିତ ବର୍ଷ ମାର୍ଚ୍ଚରେ ଯାଏଁ ଗୋଟିଏ ବର୍ଷ ବୃଦ୍ଧି କରାଯାଇଛି। ସୀମା କମିଶନକୁ ବିଧାନସଭା ଏବଂ ସଂସଦୀୟ ନିର୍ବାଚନମଣ୍ଡଳୀର ସୀମା ନିର୍ଦ୍ଧାରଣ କରିବାର ଦାୟିତ୍ୱ ଦିଆଯାଇଛି। ଯଦି ଜାମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ କରାଯାଏ, ତେବେ ଏହି ସବୁ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ଆବଶ୍ୟକ ହେବ।

   Related Posts