Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଫେବୃଆରୀ ୭ରେ ପୁଣି ବେଙ୍ଗଲ ଗସ୍ତ କରିବେ ପ୍ରଧାନମନ୍ତ୍ରୀ, ଦେବେ ୫ ହଜାର କୋଟିର ଉପହାର

31/01/2021 at 7:04 PM

ନୂଆଦିଲ୍ଲୀ ୩୧/୦୧: ବିଧାନସଭା ନିର୍ବାଚନ ପୂର୍ବରୁ ଫେବୃଆରୀ ୭ରେ ପୁଣି ପଶ୍ଚିମବଙ୍ଗ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ମୋଦୀ ୩ଟି କେନ୍ଦ୍ରୀୟ ପ୍ରକଳ୍ପର ଉଦ୍‌ଘାନଟ ଓ ଗୋଟିଏର ଶିଳାନ୍ୟାସ ନିମିତ୍ତ ୭ ଫେବୃଆରୀରେ ପଶ୍ଚିମବଙ୍ଗର ହଳଦିଆ ଯିବେ । ଏହି ସବୁ ପ୍ରକଳ୍ପର ଉଦଘାଟନ କରିବା ପରେ ବିଶାଳ ଜନସଭାକୁ ସମ୍ବୋଧନ କରିବେ ମୋଦୀ। ବେଙ୍ଗଲର ବିଜେପି କାର୍ଯ୍ୟକର୍ତ୍ତା ଏହି ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଯେଉଁ ସବୁ ପ୍ରକଳ୍ପର ମୋଦୀ ଉଦଘାଟନ କରିବେ ତାହାର ମୂଲ୍ୟ ପାଖାପାଖି ୫୦୦୦ କୋଟି ବୋଲି କୁହାଯାଉଛି।

ଚଳିତବର୍ଷ ଏପ୍ରିଲ-ମେରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ମୋଦୀଙ୍କ ଗସ୍ତ ପ୍ରଭାବ ପକାଇବ ବୋଲି ଚର୍ଚ୍ଚା ହେଉଛି। ଏହି ନିର୍ବାଚନରେ ବିଜେପି ୨୦୦ରୁ ଅଧିକ ସିଟ୍‌ରେ ବିଜୟ ହାସଲ କରିବ ବୋଲି ଲକ୍ଷ୍ୟ ରଖିଛି। ୧୫ ଦିନରେ ମୋଦୀଙ୍କର ଏହା ଦ୍ବୀତୀୟ ଗସ୍ତ ହେବ। ଏହା ପୂର୍ବରୁ ଜାନୁଆରୀ ୨୩ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗ ଗସ୍ତ କରିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ ବିଜେପିର ବହୁ ବରିଷ୍ଠ ନେତା ଲଗାତର ପଶ୍ଚିମବଙ୍ଗ ଗସ୍ତ କରୁଛନ୍ତି। ଗୃହ ମନ୍ତ୍ରୀ ଅମିତ ଶାହା ରବିବାର ହାଓ୍ବଡାରେ ଭର୍ଚୁଆଲ ରାଲିକୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ଅମିତ ଶାହା ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି। ଲୋକଙ୍କ ଆଙ୍କାଖ୍ୟା ପୁରା କରିବାରେ ମମତା ସରକାର ବିଫଳ ବୋଲି କହିବା ସହ ଏଥିପାଇଁ ଟିଏମସି ନେତା ବିଜେପିରେ ସାମିଲ ହେଉଛନ୍ତି ବୋଲି ଶାହା କହିଛନ୍ତି। ନରେନ୍ଦ୍ର ମୋଦୀଙ୍କ ସରକାର ‘ଜନ କଲ୍ୟାଣ’ ପାଇଁ କାର୍ଯ୍ୟ କରୁଥିବା ବେଳେ ମମତାଙ୍କ ସରକାର ‘ପୁତୁରା କଲ୍ୟାଣ’ ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ମଧ୍ୟ ଶାହା କହିଛନ୍ତି।

   Related Posts