Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ସାବାସ୍ ପୂଜା : ପ୍ରଦୂଷଣ ବିରୋଧରେ ଲଢେଇ, ଖରାପ ଟାୟାରରୁ ତିଆରି କରୁଛନ୍ତି ଜୋତା-ଚପଲ

22/02/2021 at 4:49 PM

ମୁମ୍ବାଇ ୨୨/୦୨ : ପ୍ରଦୂଷଣ ଏବଂ ପରିବେଶ ସୁରକ୍ଷା ଆଜି ଏପରି ଏକ ସମସ୍ୟା ହୋଇଯାଇଛି, ଯାହାକୁ ନେଇ ସମଗ୍ର ବିଶ୍ୱ ଚିନ୍ତିତ । ଜଳବାୟୁ ପରିବର୍ତ୍ତନ କେବଳ ପରିବେଶ ନୁହେଁ ବରଂ ସ୍ୱାସ୍ଥ୍ୟ ଏବଂ ଚର୍ମ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଯଦି ପ୍ରଦୂଷଣକୁ ନିୟନ୍ତ୍ରଣ କରାନଯାଏ, ତେବେ ଭବିଷ୍ୟତରେ ଏହା ଏକ ବଡ ସମସ୍ୟା ହୋଇପାରେ । ତଥାପି, ଦୁନିଆରେ ପ୍ରଦୂଷଣ ବିରୋଧରେ ଲୋକମାନେ ନିଜ ନିଜ ଉପାୟରେ ଲଢେଇ କରୁଛନ୍ତି ।

ପ୍ରଦୂଷଣକୁ ହ୍ରାସ କରିବା ପାଇଁ କିଛି ଲୋକ ସଚେତନତା ବିସ୍ତାର କରୁଥିବାବେଳେ ଆଉ କିଛି ଲୋକ ସେମାନଙ୍କର ଅନନ୍ୟ ପଦକ୍ଷେପ ମାଧ୍ୟମରେ ପ୍ରଦୂଷଣ ହ୍ରାସ କରିବାର ବାର୍ତ୍ତା ଦେଉଛନ୍ତି । ଏମାନଙ୍କ ମଧ୍ୟରେ ରହିଛନ୍ତି ମହାରାଷ୍ଟ୍ର ପୁନେର ପୂଜା ବାଦାମୀକର ।

ପ୍ରଦୂଷଣକୁ ହ୍ରାସ କରିବା ପାଇଁ ପୂଜା ଏକ ନିଆରା ପଦକ୍ଷେପ ନେଇଛନ୍ତି, ଯେଉଁଥିପାଇଁ ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି । ପ୍ରକ଼ୃତରେ ପୂଜା ପୁରୁଣା ଟାୟାରରୁ ଜୋତା ଏବଂ ଚପଲ ତିଆରି କରିବା ଆରମ୍ଭ କରିଛନ୍ତି, ଯାହାର ନାମ ସେ “ନିମିଟଲ୍” ରଖିଛନ୍ତି । ଖରାପ ଟାୟାରର ପୁନଃ ବ୍ୟବହାର କରି ସେ ଜୋତା ଏବଂ ଚପଲ ତିଆରି କରୁଛନ୍ତି, ଯାହାଦ୍ୱାରା ପ୍ରଦୂଷଣ କମା ଯାଇପାରିବ । ପୂଜା କହିଛନ୍ତି ଏହା ଦ୍ୱାରା ଦୁଇଟି କାର୍ଯ୍ୟ ହୋଇ ପାରୁଛି, ସର୍ବପ୍ରଥମେ ଲୋକଙ୍କୁ ଫୁଟ୍ ୱେୟାର ଯୋଗାଇବା ଏବଂ ଦ୍ୱିତୀୟରେ ପରିବେଶକୁ ବଞ୍ଚାଇବା ।

ପୂଜା କହିଛନ୍ତି ଯେ ପରିସଂଖ୍ୟାନ ଅନୁଯାୟୀ ପ୍ରତିବର୍ଷ ସମଗ୍ର ବିଶ୍ୱରେ ପ୍ରାୟ ୧୦୦ କୋଟି ପୁରୁଣା ଟାୟାର ବାହାରିଥାଏ , ଯାହା ଜଙ୍କ ହୋଇ ପରିବେଶକୁ କ୍ଷତି ପହଞ୍ଚାଇଥାଏ । ତେଣୁ ସେ ସ୍ଥାନୀୟ ମୋଚୀଙ୍କ ସାହାଯ୍ୟ ନେଇ ଦୁଇଟି ପ୍ରୋଟୋଟାଇପ୍ ତିଆରି କରି ଟାୟାରର ପୁନଃ ବ୍ୟବହାର କରିବା ଆରମ୍ଭ କରିଥିଲେ ।

ପୂଜା ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ଏକ ଆଇଟି କମ୍ପାନୀରେ କାମ କରୁଥିଲେ କିନ୍ତୁ ପରିବେଶ ବଞ୍ଚାଇବା ପାଇଁ ସେ ୨୦୧୮ ରେ ଚାକିରି ଛାଡିଦେଇଥିଲେ । ଏହା କରିବାର ପ୍ରାୟ ୨ବର୍ଷ ବିତିଗଲାଣି । ଚପଲ ଓ ଜୋତା ତିଆରି କରିବା ସହିତ, ସେ ଲୋକଙ୍କୁ ପରିବେଶ ବିଷୟରେ ମଧ୍ୟ ଅବଗତ କରାଉଛନ୍ତି ।

   Related Posts