Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ହେମା ମାଳିନୀଙ୍କ ଘରେ ଖୁସିର ଡବଲ୍ ଡୋଜ୍ : ଯାଆଁଳା କନ୍ୟା ସନ୍ତାନର ମାଆ ହେଲେ ଆହାନା ଦେଓଲ୍

28/11/2020 at 3:05 PM

ମୁମ୍ବାଇ ୨୮/୧୧: ହେମା ମାଳିନୀ ଏବଂ ଧର୍ମେନ୍ଦ୍ରଙ୍କ ଘରେ ପୁଣି ଥରେ ଆନନ୍ଦର ଲହରୀ ଖେଳିଛି। ହେମା ମାଳିନୀଙ୍କ ଝିଅ ଆହାନା ଦେଓଲ ପୁଣି ଥରେ ମାଆ ହୋଇଛନ୍ତି। ସବୁଠୁ ଅଧିକ ଖୁସିର କଥା ଏହିକି ଯେ ଆହାନା ଯାଆଁଳା ଝିଅଙ୍କୁ ଜନ୍ମ ଦେଇଛନ୍ତି। ନିଜେ ଆହାନା ଏହି ଖୁସି ଖବର ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଆହାନା ଏକ ଗ୍ରିଟିଙ୍ଗ୍ ସେୟାର କରିଛନ୍ତି ଯେଉଁଥିରେ ସେ ହେମା ମାଳିନୀ ଏବଂ ଧର୍ମେନ୍ଦ୍ରଙ୍କୁ ଓଭରଜୟେଡ ଗ୍ରାଣ୍ଡପ୍ୟାରେଣ୍ଟସ୍ କହିଛନ୍ତି।

ଇନଷ୍ଟା ଷ୍ଟୋରିରେ ଆହାନା ଏକ ଗ୍ରିଟିଂ କାର୍ଡ଼ ଜାରି କରିଛନ୍ତି। ଏଥି​‌ରେ ସେ ଲେଖିଛନ୍ତି ଯେ -ବେଳେବେଳେ ଚମତ୍କାର ୨ଯୋଡ଼ା ହୋଇଥାଏ। ଆମକୁ ଏହା କହି ଖୁସି ଲାଗୁଛି ଯେ ଘରେ Astraia ଏବଂ Adea Vohra ନାମ୍ନୀ ୨ କନ୍ୟା ସନ୍ତାନଙ୍କ ଆଗମନ ହୋଇଛି। ଜନ୍ମ ୨୦୨୦,ନଭେମ୍ବର ୨୬ତାରିଖରେ ହୋଇଛି। ଏହା ସହିତ ଘରର ସମସ୍ତ ସଦସ୍ୟ କିପରି ଅନୁଭବ କରୁଛନ୍ତି ତାହା ବିଷୟରେ ମଧ୍ୟ ଆହାନା କହିଛନ୍ତି। ବାପା ବୈଭବ ଏବଂ ମାଆ ଈଶା ଗର୍ବ ଅନୁଭବ କରୁଛନ୍ତି। ଭାଇ ଡେରିଅନ ବୋହରା ଉତ୍ସୁକ ଅଛନ୍ତି। ଏହା ସହିତ ଅଜା ଧର୍ମେନ୍ଦ୍ର ଏବଂ ହେମା ମାଳିନୀ ମଧ୍ୟ ବହୁତ ଖୁସି ଅଛନ୍ତି।

ଏହି ମହାମାରୀ ସମୟରେ କରୋନାର ପ୍ରକୋପ ବଢ଼ୁଥିବାବେଳେ ଦେଓଲ ପରିବାରରେ ଖୁସିର ମାହୋଲ ଦେଖାଯାଇଛି। ଆହାନା ୨୦୧୪ମସିହାରେ ବୈଭବଙ୍କୁ ବିବାହ କରିଥିଲେ। ତାଙ୍କର ଗୋଟିଏ ପୁଅ ମଧ୍ୟ ରହିଛି ଯାହାଙ୍କ ନାଁ ଡେରିନ୍। ଆହାନା ଦେଓଲ୍ ଏବେ ହସ୍ପିଟାଲରେ ଅଛନ୍ତି।

 

   Related Posts