ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ପ୍ରସ୍ତୁତି : ତିନିରଥକୁ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ବାରା ଅଭିମୁଖେ ରଥ

Published By : Prameya-News7 Bureau | July 11, 2021 IST

ପୁରୀ ୧୧।୭: ଆସନ୍ତାକାଲି ପବିତ୍ର ରଥଯାତ୍ରା । ଏଥିପାଇଁ ଆଜି ଶ୍ରୀମନ୍ଦିରରୁ ରଥକୁ ଅଜ୍ଞାମାଳ ବିଜେ ହୋଇଛି । ତିନି ରଥକୁ ଆଜ୍ଞାମାଳ ବିଜେ ହୋଇଛି । ପରମ୍ପରା ଅନୁଯାୟୀ ସକାଳ ଧୂପ ସରିବା ପରେ ପୂଜାପଣ୍ଡାମାନେ ରଥଖଳାକୁ ଆଜ୍ଞାମାଳ ବିଜେ କରିଛନ୍ତି । ତିନି ପୂଜାପଣ୍ଡା ସାମନ୍ତ ତିନି ରଥରେ ଏକକାଳୀନ ଆଜ୍ଞାମାଳ ବିଜେ କରାଇଛନ୍ତି । ଏହାପରେ ରଥଗୁଡିକୁ ସିଂହଦ୍ବାର ଅଭିମୁଖେ ଟଣାଯାଉଛି । ନନ୍ଦିଘୋଷ ରଥକୁ ପ୍ରଥମେ ଟଣା ହେବା ପରେ ଦେବଦଳନ ଓ ଶେଷରେ ତାଳଧ୍ବଜ ରଥକୁ ଟଣାଯାଇ ସିଂହଦ୍ବାର ସମ୍ମୁଖରେ ରଖାଯିବ ।

{"id":478776,"sizeSlug":"large","linkDestination":"none"}

ରଥଖଳାରେ ୩ ରଥ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଥିଲା । ରଥ କନା ଲଗାଇବା କାର୍ଯ୍ୟ ଶନିବାରଠାରୁ ସମ୍ପନ୍ନ ହୋଇସାରିଥିଲା । ରଥ ନିର୍ମାଣ କମିଟିର ବିଶେଷଜ୍ଞମାନେ ୩ ରଥକୁ ଫିଟନେସ୍ ସାର୍ଟିଫିକେଟ୍ ଦେଇଛନ୍ତି ।

{"id":478777,"sizeSlug":"large","linkDestination":"none"}

ସେପଟେ ଶ୍ରୀମନ୍ଦିରରେ ଉଭା ଯାତ୍ର ପାଳନ ହେଉଛି । ସୋମବାର ପହଣ୍ଡି ବିଜେ ପାଇଁ ରବିବାର ରାତିରେ ବଡ଼ସିଂହାର ବେଶ ଓ ପହୁଡ଼ ପରେ ବାହୁଟ କଣ୍ଟ ଓ ଶ୍ରୀଜିଉଙ୍କ ଶ୍ରୀ ଅଙ୍ଗରେ ସେନାପଟା ଲାଗି କାର୍ଯ୍ୟ ମଧ୍ୟ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.