କରୋନାକୁ ଖାତିର୍ ନ କରି ଚାଷୀ ଆରମ୍ଭ କଲା ଚାଷ କାମ: ବିଲରେ ଚାଲିଣି ଧାନ ରୁଆ

Published By : Prameya-News7 Bureau | July 27, 2020 IST

 ସାନଖେମୁଣ୍ଡି୨୭/୭: ଶ୍ରାବଣର ଶେଷ ହୋଇଥିଲେ ବି ବର୍ଷା ଦେଇଛି ଚାଷୀ ମନରେ ଆଶ୍ୱସ୍ତି । ଭୁତାଣୁ ଭୟକୁ ଛାଡି ହାତରେ ଲଙ୍ଗଳ ଧରି ବର୍ଷ ତମାମ ଫସଲ ପାଇଁ ଜମିରେ ଧାନ ଚାଷ ଆରମ୍ଭ କରିଛି ଚାଷୀ ।ମହାମାରୀ କରୋନାକୁ ପଛରେ ପକାଇ ବର୍ଷ ତମାର ଫସଲ ପାଇଁ ଅଣ୍ଟା ଭିଡ଼ିଲା ଚାଷୀ ପୁଅ  ଶ୍ର।ବଣ ମାସର ବର୍ଷା ପରେ ଦେଶର ମେରୁଦଣ୍ଡ ସାଜିଥିବା ଚାଷୀ ଖରା ତରାକୁ ଭୁଲି କିଷାନ କଲ ସେଣ୍ଟର ସହ ଯୋଗାଯୋଗ କରି ପୂଜା ଅର୍ଚ୍ଚନ କରି ଆରମ୍ଭ କଲା ଧାନ ଚାଷ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡିର ଚାଷୀ।

{"id":306411,"sizeSlug":"large"}

ମହାମାରୀ କରୋନା ସବୁଠି କଲ ବଲ କରୁଥିବା ବେଳେ ଗଞ୍ଜାମ ଜିଲ୍ଲାରେ ରାଜ୍ୟର ସବୁଠୁ ଅଧିକ ଆକ୍ରାନ୍ତ ଥିବା ବେଳେ ଏହି କରୋନାକୁ ପଛରେ ପକାଇ ଭୟଭୀତ ନ ହୋଇ ନିଜ ପରିବାର ଏବଂ ସମାଜ ପାଇଁ ଅଣ୍ଟା ଭିଡି ଆରମ୍ଭ କଲା  ଧାନ ଚାଷ । ଶ୍ରାବଣ ମାସର ବର୍ଷାକୁ କ୍ଷେତରେ ସଂଗୃହିତ ରଖି ମହାଲକ୍ଷ୍ମୀଙ୍କ ପୂଜା କରି ହଳ ଲଙ୍ଗଳ ସହ ଆରମ୍ଭ ହୋଇଯାଇଛି ଧାନ ଚାଷ । ଏହି ସମୟେ ସବୁଠି ଧାନ ଚାଷ ହେଉଥିବା ବେଳେ ଜିଲ୍ଲାର ସାନଖେମୁଣ୍ଡି ବ୍ଲକ ୨୬ଟି ପଞ୍ଚାୟତ ବିଭିନ୍ନ ଗାଁ  ଗଣ୍ଡାରେ ହଜାର ହଜାର ଭରଣ ଚାଷ ଜମିରେ ପୂଜା କରି ସମସ୍ତ ଚାଷୀ ପୁଅ ଏବେ ଚାଷ ଜମିରେ ।

{"id":306412,"sizeSlug":"large"}

ଆଉ ଚାଷ କାମ ଚାଲିଥିବା ବେଳେ ଖରାରୁ ରକ୍ଷା ପାଇବା ପାଇଁ ତଲାରୀ ମୁଣ୍ଡରେ ପିନ୍ଧି କିଏ ମାଟି ହାଣୁଛି ତ କିଏ ଧାନ ତଳି ଉପୁଡାଇଛି ତ ଆଉ ମହିଳା ମାନେ ଧାନ ରୋଇବାର ଦୃଶ୍ୟ ସମ୍ପୂର୍ଣ ନିଆରା ଗାଁର ସବୁ ଚାଷୀ ଏବେ ବିଲ କ୍ଷେତରେ ଆଉ ବଳଦକୁ ଲଙ୍ଗଳ ଲଗାଇ କିଏ ହଳ କରୁଥିବା ଦେଖିବାକୁ ମିଳିଛି ୟା ଭିତରେ ଏବେ ବି ବଞ୍ଚି ରହିଛି ପୁରାତନର ହଲୁଆ କାହଣୀ ଗୀତ ଆଉ ଢଗ । ମଝିରେ ମଝିରେ କ୍ଷେତ ଜମିରୁ ମହିଳା ମାନଙ୍କ ହୁଳହୁଳିକୁ ଚାଷୀ ପୁଅଙ୍କ ଗୀତ କମ୍ପାନ ଗାଁ ରାସ୍ତା ପର୍ଯ୍ୟନ୍ତ କମ୍ପମାନ ହେଉଛି । ଆଉ ଆନନ୍ଦ ଓଲାହାସ ରେ ସବୁ ପଛରେ ପକାଇ ଧାନ ରୁଆ ହେଉଛି । ତେବେ କିଛି ଚାଷୀ ଏଭଳି ଗୁଣୁଗୁଣୁ ହେବା ଦ୍ୱାରା ଭୋକ ଶୋଷ ଭୁଲି ଯାଉ ଏବଂ ଦୁଃଖ କଷ୍ଟ କିଛି ଲାଗି ନଥାଏ ବୋଲି କହିଛନ୍ତି ସାନଖେମୁଣ୍ଡି ବ୍ଲକର ଆଦର୍ଶ ଚାଷୀ  ସନ୍ତୋଷ କୁମାର ନାହାକ।

ମହାମାରୀ କରୋନା ପାଇଁ ସବୁଠି ଲକଡାଉନର ତାଲା ସରକାର କିନ୍ତୁ ଚାଷୀ କ୍ଷେତ୍ରକୁ ଲକଡାଉନରେ  ବାରଣ କରି ନଥିବା ବେଳେ  ଗାଁ ମଧ୍ୟ ଏବେ ସୁନସାନ କାରଣ ଧାନ ଚାଷ ପାଇଁ ଗାଁର ସମସ୍ତ ଚାଷୀ ଏବେ ନିଜ ନିଜର କ୍ଷେତରେ । ସକାଳୁ ସଞ୍ଜ ନଇଁଲା ଯାଏଁ ବିଲରେ ହିଁ କାମ କରନ୍ତି ଭୋକ ହେଲେ ବିଲ ଆଡ଼ି ବା ହୁଡା ଉପରେ କାଦ ସରସର ହୋଇ ସେଠି ହିଁ ଖାଇ ପିଇ କାମ କରନ୍ତି । କିନ୍ତୁ ମହାମାରୀ ବି ଅଟକାଇ ପରିନି ଚାଷୀ କୁଳକୁ । ବର୍ଷ ତମାମ ର ଫସଲ ଏକ ମାସ ରେ ସମ୍ପୂର୍ଣ୍ଣ ହୋଇଯିବ କାମ ଆଉ ଏହି ଚାଷ ପାଇଁ ନିଜ ସମ୍ପୂର୍ଣ ପରିବାର ଚାଷ କ୍ଷେତ୍ର ରେ ନିୟୋଜିତ ହେଉଥିବା ବେଳେ ଅନ୍ୟ ମାନଙ୍କୁ ମଧ୍ୟ ନିୟୋଜିତ କରିଥାନ୍ତି ଆଉ ମୁଲ ପାଇଁ ଟଙ୍କା ବଦଳରେ ଦିଆ ଯାଏ ଧାନ । ଚାଷୀ ପୁଅ ର ବର୍ଷ ତମାମର ଏହି ଚାଷ ଲକ୍ଷ ଥାଏ ବିଲ ରେ ସୁନାର ଫସଲ ବା ଧାନ କେଣ୍ଡା କୁ ଚାହିଁ ବସିକି। ଚାଷ କ୍ଷେତ ଏବେ ସବୁଜ ଆଉ ସୁନ୍ଦର ମୟ ଦେଖା ଯାଉଛି ।

କୋଇଲିର ମଧୁର ସ୍ୱର ସୁଲୁସୁଲିଆ ପବନ ଭିତରେ ଝିପି ଝିପ ବର୍ଷ।କୁ ପାଣି ଖରା ସବୁକୁ ଆଦର କରି ମାଟି ମା ସହ ମାଟିରେ ମାଟି ହୋଇ ମନର କଷ୍ଟ ଯନ୍ତ୍ରଣାକୁ ଗୀତ ଢଗରେ ଗାଇ ଚାଲିଛି ଧାନ ଚାଷ ଅପେକ୍ଷା ସୁନାର ଫସଲ ପାଇଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.