କୃଷି ବୈଜ୍ଞାନିକ ପ୍ରସ୍ତୁତ କଲେ ଖାସ୍ ଚାଉଳ, କରୋନାରୁ ବଞ୍ଚାଇବା ସହ ବଢାଇବ ପ୍ରତିରୋଧକ କ୍ଷମତା
2/04/2021 at 10:05 PM

ରାୟପୁର ୦୨।୦୪: ସମଗ୍ର ଦୁନିଆରେ ବ୍ୟାପୁଥିବା କରୋନା ମହାମାରୀ ମଧ୍ୟରେ ଛତିଶଗଡର ରାୟପୁରରୁ ଆସିଛି ଭଲ ଖବର। ଛତିଶଗଡ କୃଷି ବିଶ୍ଵ ବିଦ୍ୟାଳୟର ବୈଜ୍ଞାନିକ ଚାଉଳରୁ ଏମିତି ଏକ ଜିନିଷ ପ୍ରସ୍ତୁତ କରିଛନ୍ତି, ଯିଏ ଆପଣଙ୍କୁ କେବଳ କୋଭିଡ୍ରୁ ରକ୍ଷା କରିବ ନାହିଁ ବରଂ କୋଭିଡ୍ ପଜିଟିଭ୍ ହୋଇଥିଲେ ଆପଣଙ୍କୁ ଭିଟାମିନ୍ ଓ ପ୍ରୋଟିନ୍ ଔଷଧ ନେବାକୁ ପଡିବ ନାହିଁ।
ରାୟପୁରରେ ଇନ୍ଦିରା ଗାନ୍ଧୀ କୃଷି ବିଶ୍ଵ ବିଦ୍ୟାଳୟର ଗବେଷଣାରୁ ପ୍ରସ୍ତୁତ ଧାନର ଭିନ୍ନ ଭିନ୍ନ ପ୍ରଜାତିକୁ ଦେଶର ଅନେକ ଗବେଷଣା ସଂସ୍ଥା ପ୍ରଶଂସା କରିଛନ୍ତି। ଏଠାକାର ବୈଜ୍ଞାନିକ ଏହି ଦିଗରେ ଏକ ବଡ ଉପଲବ୍ଧି ହାସଲ କରିଛନ୍ତି। ପ୍ରସ୍ତୁତ କରାଯାଇଥିବା ଜିଙ୍କୋ ରାଇସ୍ ଏମଏସ ଆପଣଙ୍କୁ କେବଳ କରୋନାରୁ ବଞ୍ଚାଇବ ନାହିଁ ବରଂ ଶରୀରରେ ଜରୁରୀ ଜିଙ୍କ୍, ଭିଟାମିନ ଓ ପ୍ରୋଟିନର ଅଭାବକୁ ପୂରଣ କରିବ।
ଚାଉଳର ଏହି ଖାସ୍ କିଷମ ପ୍ରସ୍ତୁତ କରିଥିବା ଦଳର ପ୍ରମୁଖ ତଥା ବରିଷ୍ଠ ବୈଜ୍ଞାନିକ ଡ. ଗିରିଶ ଚନ୍ଦେଲ ଦାବି କରିଛନ୍ତି ଯେ, ଏହି ଚାଉଳକୁ ଔଷଧ ଭାବେ ଉପଯୋଗ କରାଯାଇ ପାରିବ। ଏହାକୁ ଖାଇଲେ ପ୍ରତିରୋଧକ କ୍ଷମତା ଏତେ ବୃଦ୍ଧି ଘଟିବ ଯେ, ଲୋକେ କରୋନା ସଂକ୍ରମଣରୁ ନିଜକୁ ବଞ୍ଚାଇ ପାରିବେ। ଯଦି ସଂକ୍ରମଣ ସଂସ୍ପର୍ଶରେ ଆସନ୍ତି, ତେବେ ମଧ୍ୟ କମ୍ ପ୍ରଭାବିତ ହେବେ।
ତାଙ୍କ ଅନୁଯାୟୀ ବିଶ୍ଵ ବିଦ୍ୟାଳୟ ପ୍ରାୟ ୨୦ ବର୍ଷ ପର୍ଯ୍ୟନ୍ତ ଗବେଷଣା କରି ଧାନର ଚାରୋଟି କିଷମ ପ୍ରସ୍ତୁତ କରିଥିଲେ, ଯେଉଁଥିରେ ଜିଙ୍କ୍, ଭିଟାମିନ ଓ ପ୍ରୋଟିନ୍ ବହୁଳ ମାତ୍ରାରେ ରହିଛି। କରୋନା ବ୍ୟାପିବା ପରେ ପୂରା ଟିମ୍ ଏହା ଉପରେ ଅଧିକ ଗବେଷଣା କରି ଏହି କିଷମ ପ୍ରସ୍ତୁତ କରିଛନ୍ତି। ବିଶେଷ କରି ଏହି ଧାନକୁ କରୋନାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି। ଏଥିରେ ଅଧିକ ମାତ୍ରା ଜିଙ୍କ ଏବଂ ଭିଟାମିନ ରହିଛି।