ଅଫିସରଙ୍କ ଦାଦାଗିରି: ଗାଡି ଅଟକାଇବାରୁ ପୋଲିସ କର୍ମୀଙ୍କୁ କଲେ ଉଠବସ

Published By : Prameya-News7 Bureau | April 21, 2020 IST

ପାଟନା, ୨୧|୦୪:  ବିହାରରେ ଲକଡାଉନ କିପରି ପାଳନ ହେଉଛି ଓ ଏଠାକାର ପ୍ରଶାସନ କରୋନା ଭାଇରସ ପାଇଁ କେତେ ଚିନ୍ତିତ ତାହାର ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ଜଣେ ସରକାରୀ ଅଧିକାରୀ ତଳସ୍ତରର ପୋଲିସ କର୍ମୀଙ୍କ ଉପରେ ଦାଦାଗିରି ପ୍ରଦର୍ଶନ କରିଛନ୍ତି । ଜିଲ୍ଲା କୃଷି ଅଧିକାରୀ ପୋଲିସ କର୍ମୀଙ୍କୁ ରାସ୍ତା ଉପରେ ଉଠବସ କରାଇବା ଭିଡିଓ ଭାଇରାଲ ହୋଇଛି । କେବଳ ଉଠବସ ନୁହେଁ ପୋଲିସ କର୍ମୀଜଣଙ୍କ ଅଧିକାରୀଙ୍କ ହାତ ଯୋଡି କ୍ଷମା ମଧ୍ୟ ମାଗୁଛନ୍ତି ।

ସୂଚନାନୁସାରେ, ରାଜ୍ୟର ବୈରଗାଚ୍ଛିରେ ଗୋନୁ ତାତ୍ମାନାମକ ଜଣେ ପୋଲିସ କର୍ମୀ ଲକଡାଉନ ଡ୍ୟୁଟିରେ ଥିଲେ । ସେହି ସମୟରେ କୃଷି ଅଧିକାରୀଜଣଙ୍କ ଏକ ଗାଡିରେ ସେଠାକୁ ଆସିଥିଲେ । ଗୋନୁ ଅଧିକାରୀଙ୍କୁ ଜାଣି ନପାରି ପାସ୍ ମାଗିଥିଲେ । ଏହାସହ ପାସ୍ ନ ଦେଇପାରିବାରୁ ୫୦୦ ଟଙ୍କା ଫାଇନ ଦେବାକୁ ମଧ୍ୟ କହିଥିଲେ । ଏହାପରେ ବରୀୟ ପୋଲିସ ଅଧିକାରୀ ସେଠାରେ ପହଁଚିଥିଲେ ଓ କୃଷି ଅଧିକାରୀଙ୍କ କଥାରେ କର୍ମୀଙ୍କୁ ବସଉଠ ହେବାକୁ କହିଥିଲେ ।

ସ୍ଥାନୀୟ ଏସଡିପିଓ ପୁଷ୍କର କୁମାର କହିଛନ୍ତି ଯେ, ଘଟଣାର ତଦନ୍ତ ଆରମ୍ଭ ହୋଇଛି । ତବେ ପୋଲିସ କର୍ମୀଜଣଙ୍କ ନିଜେ ବସଉଠ ହୋଇଥିବା ସନ୍ଦେହ କରାଯାଉଛି । ସେ ସରଳ ହୋଇଥିବାରୁ ଏପରି କରି କ୍ଷମା ମାଗିଥିଲେ । ଏହାକୁ ନେଇ ବିରୋଧୀ ସରକାରଙ୍କୁ ସମାଲୋଚନା କରିଛନ୍ତି ।

ଆରଜେଡି ନେତା  ମୃତ୍ୟୁଞ୍ଜୟ ତିଓ୍ୱାରୀ କହିଛନ୍ତି ଯେ, ଅଧିକାରୀ ପୋଲିସ କର୍ମୀଙ୍କ ମନୋବଳ ଭାଙ୍ଗିବା କାମ କରିଛନ୍ତି । ଡିଜିପି ଏହି ମାମଲାର ତଦନ୍ତ କରନ୍ତୁ ବୋଲି ସେ ଦାବି କରିଛନ୍ତି । ସେହିପରି ବିଜେପି ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.