ପ୍ରଶ୍ନ କାଳରେ କୃଷିମନ୍ତ୍ରୀଙ୍କୁ ଘେରିଲେ ଉଭୟ ଶାସକ ଓ ବିରୋଧୀ : ଚାଷୀଙ୍କ ସମ୍ପର୍କରେ ଦେଇ ପାରିଲେନି ତଥ୍ୟ

Published By : Prameya-News7 Bureau | June 26, 2019 IST

ଭୁବନେଶ୍ବର୨୬|୬: ପ୍ରଶ୍ନ କାଳରେ କୃଷିମନ୍ତ୍ରୀଙ୍କୁ ଘେରିଲେ ଉଭୟ ଶାସକ ଓ ବିରୋଧୀ । ରାଜ୍ୟରେ ଚାଷୀ ସଂଖ୍ୟା ନଜାଣି ସରକାର କିଭଳି  ୫୦ ଲକ୍ଷ ଲୋକଙ୍କୁ ଚାଷୀ ବୋଲି କହି କାଳିଆ ଟଙ୍କା ବାଣ୍ଟିଲେ ସେ ପ୍ରଶ୍ନର ସିଧା ଉତ୍ତର ଦେଇନପାରି ବିଧାନସଭାରେ ହଟହଟ୍ଟା ହୋଇଛନ୍ତି କୃଷିମନ୍ତ୍ରୀ । ଚାଷୀ ସଂଖ୍ୟାକୁ ନେଇ ସରକାରଙ୍କୁ ବିରୋଧୀ ତ ଘେରିଥିଲେ । ହେଲେ ସାସକ ଦଳର ସଦସ୍ୟଙ୍କ ପ୍ରଶ୍ନ ମନ୍ତ୍ରୀଙ୍କୁ ବି କିଛି କମ ଅଡୁଆରେ ପକାଇନଥିଲା । କାଳିଆ ଯୋଜନାରେ ପ୍ରକୃତ ହିତାଧିକାରୀ ଉପକୃତ ହୋଇଛନ୍ତି କି ନାହିଁ ତାକୁ ନେଇ ଏକ ବଡ ବିବାଦ ଆଗକୁ ସରକାରଙ୍କ ପାଇଁ ଅଡୁଆ ହୋଇପାରେ । …..

{"id":127502,"width":586,"height":403}

କୃଷିମନ୍ତ୍ରୀଙ୍କ ପାଖରେ ନାହିଁ ଚାଷୀଙ୍କ ତଥ୍ୟ । ରାଜ୍ୟରେ କେତେ ଚାଷୀ, କେତେ ଭାଗଚାଷୀ, କେତେ ନାମମାତ୍ର ଚାଷୀ ଓ କେତେ କୃଷି ଶ୍ରମିକ ସେ ତଥ୍ୟ ଦେଇ ପାରିଲେନି ନୂଆ କୃଷି ମନ୍ତ୍ରୀ ଅରୁଣ ସାହୁ ।  ଯଦି ମନ୍ତ୍ରୀଙ୍କ ପାଖରେ ଚାଷୀଙ୍କ ତାଲିକା ନାହିଁ ତାହେଲେ କିଭଳି ୫୦ ଲକ୍ଷ ଲୋକଙ୍କୁ ଚାଷୀ କହି କାଳିଆ ଟଙ୍କା ବଣ୍ଟାଗଲା ବୋଲି ପ୍ରଶ୍ନ କରିଥିଲେ ବିରୋଧୀ । ଏ ପ୍ରସଙ୍ଗରେ ମନ୍ତ୍ରୀଙ୍କ ମୁଣ୍ଡବିନ୍ଧା ବଢ଼ାଇଥିଲେ ଖୋଦ୍‌ ଶାସକ ଦଳର ସଦସ୍ୟ । ତହସିଲଦାରମାନେ କ୍ଷୁଦ୍ର, ନାମମାତ୍ର ଓ ଭାଗଚାଷୀ ତାଲିକା ସରକାରଙ୍କୁ ଦେଉ ନଥିବାରୁ ଏଭଳି ଅସୁବିଧା ହେଉଛି କି ବୋଲି ଶାସକ ଦଳର କିଛି ନେତାଙ୍କ ପାଲଟା ପ୍ରଶ୍ନ ମନ୍ତ୍ରୀଙ୍କୁ ଅଡୁଆରେ ପକାଇଥିଲା । ବିରୋଧୀ ଦାବି କରିଥିଲେ କାଳିଆ ଯୋଜନାରେ କିଏ ଟଙ୍କା ପାଇଛନ୍ତି ତାର ତଦନ୍ତ ହେଉ ।

{"id":127503,"width":587,"height":389}

ପ୍ରଶ୍ନ ଥିଲା ରାଜ୍ୟରେ କେତେ ଚାଷୀ ୨୦୧୯ ସୁଦ୍ଧା କୃଷି କ୍ଷେତ୍ରରେ କାମ କରୁଛନ୍ତି ? ୨୦୧୧ ଜନଗଣନା ଅନୁସାରେ ସଂଖ୍ୟା ବଢିଛି ନା’ କମିଛି ତାର ଜବାବ ମାଗିଥିଲେ ବିରୋଧୀ । କିନ୍ତୁ ବିଧାନସଭାରେ ତଥ୍ୟ ରଖିପାରି ନଥିଲେ ମନ୍ତ୍ରୀ ।  କହିଥିଲେ, ୨୦୧୧ ଜନଗଣନା ଅନୁସାରେ ରାଜ୍ୟରେ ୫୭ ଲକ୍ଷ ଚାଷୀ ଅଛନ୍ତି । ଯେଉଁଥିରେ ୩୨ଲକ୍ଷ ୮୦ ହଜାର ଚାଷୀ ନିଜେ କୃଷି କାର୍ଯ୍ୟ କରୁଥିବାବେଳେ ୨୪ ଲକ୍ଷ ୨୦ ହଜାର ଚାଷୀ କୃଷି ଶ୍ରମିକ ଭାବେ କାମ କରୁଛନ୍ତି । ତେବେ ଗତ ୮ ବର୍ଷ ଭିତରେ ରାଜ୍ୟର କେତେ ଚାଷୀ କୃଷି କ୍ଷେତ୍ରରେ କାମ କରୁଛନ୍ତି ତାର ତଥ୍ୟ ମନ୍ତ୍ରୀଙ୍କ ପାଖରେ ନଥିଲା । ବିଧାନସଭାରେ ମନ୍ତ୍ରୀଙ୍କ ଏଭଳି ଉତ୍ତର ବିରୋଧୀଙ୍କୁ ମଉକା ଦେଇଥିଲା । ଚାଷୀଙ୍କ ତଥ୍ୟ ରଖି ନଥିବା ସରକାର କିଭଳି କାଳିଆ ଯୋଜନା ଟଙ୍କା ବାଣ୍ଟିଲେ ତା ଉପରେ ପ୍ରଶ୍ନ ଉଠାଇଥିଲେ ବିରୋଧୀ ।  ଏଭଳି ପ୍ରଶ୍ନରେ ମନ୍ତ୍ରୀଙ୍କ ଉତ୍ତର ଥିଲା ଡିବିଟି ତାଲିକାରୁ ୨୨ ଲକ୍ଷ ଚାଷୀ ଏବଂ ଗ୍ରୀନଫର୍ମ ମାଧ୍ୟମରେ ଆସିଥିବା ଆବେଦନରୁ ୨୮ ଲକ୍ଷ ଚାଷୀଙ୍କୁ ମିଶାଇ ସରକାର ୫୦ ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନାରେ ସାମିଲ କରିଛନ୍ତି ।  ଆଉ ୨୦୨୧ ଜନଗଣନା ପରେ ରାଜ୍ୟରେ ଚାଷୀଙ୍କ ସଂଖ୍ୟା ବଢିଛି ନା କମିଛି ତାହା ଜଣା ପଡିବ ।   

{"id":127504,"width":585,"height":375}

ଚାଷୀଙ୍କ ତଥ୍ୟ ନଥାଇ ସରକାର ଯେଉଁ କାଳିଆ ଟଙ୍କା ବାଣ୍ଟିଛନ୍ତି ସେଥିରେ ବିଜେଡି କର୍ମୀ ଉପକୃତ ହୋଇଛନ୍ତି ବୋଲି ଅଭିଯୋଗ ଆଣିଥିଲେ ବିରୋଧୀ । ହେଲେ ଏହା ଉପରେ ଉତ୍ତର ନଦେଇ ଚୁପ ରହିବା ପାଇଁ ଉଚିତ ମଣିଥିଲେ ମନ୍ତ୍ରୀ ।

{"id":127505,"width":592,"height":402}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.