ନବୀନ ରଖିଲେ ପ୍ରତିଶ୍ରୁତି : ବିଜେପୁର ଦାମୋଦରକଟାରେ ବୁଡ ପକାଇଲେ କୃଷିମନ୍ତ୍ରୀ ଅରୁଣ ସାହୁ, ଫଟୋ ହେଉଛି ଭାଇରାଲ୍

Published By : Prameya-News7 Bureau | October 19, 2019 IST

ଭୁବନେଶ୍ବର ୧୯।୧୦: ନବୀନ ରଖିଲେ ତାଙ୍କ ପ୍ରତିଶ୍ରୁତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କୁହନ୍ତି ତାହା କାର୍ଯ୍ୟରେ କରିଦେଖାନ୍ତି । ବିଜେପୁର ଉପନିର୍ବାଚନ ପ୍ରଚାର ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ପାଳିନାହାନ୍ତି ବୋଲି ଆକ୍ଷେପ କରିଥିଲେ । ଏହି ପରିପ୍ରେକ୍ଷୀରେ କୃଷି ମନ୍ତ୍ରୀ ଅରୁଣ ସାହୁ ବିଜେପୁର ଦାମୋଦରକଟାରେ ବୁଡ ପକାଇ ତାର ଜବାବ ଦେଇଛନ୍ତି । ସାଙ୍କେତିକ ଭାବେ ସେ କହିଛନ୍ତି ଯେ, ବିଜେଡି ସରକାର ଫମ୍ପା ଆଓ୍ବାଜର ସରକାର ନୁହେଁ, ଏହା ଲୋକଙ୍କ ସରକାର ।

ସୂଚନାଯୋଗ୍ୟ ଯେ, ବିଜେପୁର ଉପନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର । ସରଗରମ ହୋଇ ଉଠିଛି ବିଜେପୁର ରାଜନୀତି । ପ୍ରଚାର ବେଳେ ଚାଲିଛି ଆକ୍ଷେପ ଓ ପ୍ରତି ଆକ୍ଷେପର ରାଜନୀତି । ଏସବୁ ଭିତରେ ମନ୍ତ୍ରୀ ଅରୁଣ ସାହୁ ଏକ ପାଖରୀରେ ବୁଡି ଗାଧୋଇବା ସମସ୍ତଙ୍କୁ ଚକିତ କରିଛି । ଏହାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ଉଠୁଥିବା କଣ ପାଇଁ ମନ୍ତ୍ରୀ ଏଭଳି କରିଲେ । ଏହା ତାଙ୍କର ମଉଜ ନଥିଲା । ବିରୋଧୀଙ୍କୁ ଉତ୍ତର ଦେବାକୁ ଏବଂ ବିଜେପୁରବାସୀଙ୍କ ପ୍ରମାଣ ଦେବାକୁ ସେ ଏହା କରିଥିଲେ ।

ବିଜେପୁର ଉପ ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ବିଜେପୁରବାସୀ କାହିଁକି ଭୋଟ୍ ଦେବେ ତାହାର ପ୍ରମାଣ ବିଜେପୁର ଦାମୋଦର କଟା ବନ୍ଧ ପୋଖରୀରେ ବିଜେଡି ନେତା ଓ ସ୍ଥାନୀୟ ଲୋକଙ୍କ ସହ ବୁଡ ପକାଇ ମନ୍ତ୍ରୀ ଅରୁଣ ସାହୁ ବାର୍ତ୍ତା ଦେଇଛନ୍ତି । ଯାହାକି ଏବେ ବିଜେପୁରରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ମନ୍ତ୍ରୀ ଅରୁଣ ସାହୁଙ୍କ ଏହି ଫଟୋ ଏବେ ଭାଇରାଲ୍ ହେବାରେ ମଧ୍ୟ ଲାଗିଛି ।

ବିଶେଷ କରି ବିଜେପୁରରେ ବିଜେଡିକୁ ପ୍ରଶ୍ନ ପଚାରୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅରୁଣଙ୍କ ଏହା ମାଷ୍ଟରଷ୍ଟୋକ ବୋଲି ରାଜନୈତିକ ସମୀକ୍ଷକ ମାନେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.