Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ଜିନ୍ଦଲ କାରଖାନାରୁ ନିର୍ଗତ ବିଷାକ୍ତ ବର୍ଜ୍ୟ କଳିଙ୍ଗନଗର ଅଞ୍ଚଳର ହେକ୍ଟର ହେକ୍ଟର ଚାଷ ଜମିକୁ କରିସାରିଲାଣି ନଷ୍ଟ, ଅଚିନ୍ତାରେ ପ୍ରଶାସନ…

9/08/2019 at 5:39 PM

ଯାଜପୁର ୯|୮: ଜିନ୍ଦଲ କାରଖାନାରୁ ନିର୍ଗତ ବିଷାକ୍ତ ବର୍ଜ୍ୟ କଳିଙ୍ଗନଗର ଅଞ୍ଚଳର  ହେକ୍ଟର ହେକ୍ଟର ଚାଷ ଜମିକୁ ହୋଇଛି ବିପଦ । କ୍ଷେତ ଉଜୁଡୁଥିବାରୁ ଅଞ୍ଚଳ ବାସୀଙ୍କ ଚିନ୍ତା ବଢିଯାଇଛି ।  ଜମି ଅଧିଗ୍ରହଣ ବେଳେ କମ୍ପାନୀ ସବୁ ଭୂମି ହରା ଏବଂ ସ୍ଥାନୀୟ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ଯେମିତି ପୁରା ପାସୋରି ଦେଇଛନ୍ତି । ସେପଟେ ଜିଲ୍ଲା ପ୍ରଶାସନଠାରୁ ଜନପ୍ରତିନିଧି ସମସ୍ତଙ୍କ ପାଖରେ ଏନେଇ ଅଭିଯୋଗ କରାଯାଇଥିଲେ ବି କେହି କର୍ଣ୍ଣପାତ କରୁନାହାନ୍ତି ।

ଏସିଆ ମହାଦେଶର ସର୍ବ ବୃହତ ଶିଳ୍ପାଞ୍ଚଳ କଳିଙ୍ଗ ନଗରରେ ଦିନୁ ଦିନ ସମସ୍ୟା ବଢୁଛି। ଏବେ ସଙ୍ଗୀନ ସମସ୍ୟା ଛିଡା କରିଛି, ଜିନ୍ଦଲ କାରଖାନାରୁ ନିର୍ଗତ ବିଷାକ୍ତ ପାଣି ଓ ପାଉଁଶ। କାରଖାନାରୁ ବାହାରୁଥିବା ବିଷାକ୍ତ କେମିକାଲଯୁକ୍ତ ବର୍ଜ୍ୟ ପ୍ରଭାବରେ  ପ୍ରାୟ ୬୦୦ରୁ ୭୦୦ ହେକ୍ଟର ଚାଷଜମି ନଷ୍ଟ ।

ବର୍ଷ ସାରା କ୍ଷେତରେ ୪ରୁ ୫ ଫୁଟ ଉଚ୍ଚର ପାଣି ଜମି ରହୁଥିବା ଅଭିଯୋଗ ବି ହୋଇଛି। ସବୁଠୁ ଚିନ୍ତାଜନକ ହେଲା, ଜିନ୍ଦଲ କାରଖାନାର ବିଷାକ୍ତ ଜଳ ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ଯିବା ବଦଳରେ ଭଙ୍ଗା ପାଚେରି ଦେଇ ରେଳଲାଇନ ପାର ହୋଇ ଗଣ୍ଡା ନାଳରେ ପଡୁଛି । ଏହା ଫଳରେ ଚାଷ ବାସ ନଷ୍ଟ ସହ ଧନ ଜୀବନ ପ୍ରତି ବିପଦସୃଷ୍ଟି ହେଉଥିବା  ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

କଳିଙ୍ଗ ନଗର ଶିଳ୍ପାଞ୍ଚଳରେ ପ୍ରଦୂଷଣର ମାତ୍ରା ଉତ୍କଟ । ଏହା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ୨୦୧୩ ମସିହାରେ ଅଞ୍ଚଳ ବାସୀଙ୍କ ଅଭିଯୋଗ ଭିତ୍ତିରେ ତତ୍କାଳୀନ ଯାଜପୁର ଜିଲ୍ଲାପାଳ ଅନିଲ ସାମଲ ଜଳ ପ୍ରଦୂଷଣ ନେଇ କଠୋର ପଦକ୍ଷେପ ନେଇଥିଲେ।  ଜିନ୍ଦଲ କାରଖାନାର ୨ଟି ୟୁନିଟକୁ ୩ମାସ ପର୍ଯ୍ୟନ୍ତ ସିଲ କରାଯାଇଥିଲା । କିନ୍ତୁ ଏବେ , ପୁଣି ଜିନ୍ଦଲ ବେଆଇନ ଭାବେ ଏପରି ବର୍ଜ୍ୟ ନିଷ୍କାସିତ କରି ଲୋକଙ୍କ ସମସ୍ୟା ବଢାଇଛି । ତେବେ , ଏହି ଅଭିଯୋଗ ଉପରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଜିଲ୍ଲାପାଳ ।

ପରିବେଶ ପ୍ରଦୂଷଣ ରୋକିବା ପାଇଁ ସରକାରଙ୍କ କଡା ନିର୍ଦ୍ଦେଶ, ପ୍ରଶାସନ ବି ପ୍ରୟାସ ଜାରି ରଖିଥିବା କହୁଛି । ଅଥଚ, ବଡ଼ବଡ଼ ଶିଳ୍ପ ସଂସ୍ଥା ଧର୍ମକୁ ଆଖିଠାର ଭଳି ନିଜ ଫାଇଦା ଲାଗି ସାଧାରଣ ଲୋକଙ୍କ ସ୍ବାର୍ଥକୁ କ୍ଷତବିକ୍ଷତ କରୁଛନ୍ତି । ଛୋଟ ବଡ ୧୩ ଟି ଶିଳ୍ପ ସଂସ୍ଥାର କାରଖାନା ଥିବା କଳିଙ୍ଗ ନଗରରେ ଏପରି ସ୍ଥିତି । ତୁରନ୍ତ ପ୍ରତିକାର ନହେଲେ ଆଗକୁ ଶିଳ୍ପପ୍ରକଳ୍ପ ସବୁ ବିକାଶ ବଦଳରେ ବିଧ୍ବଂସର କାରଣ ହେବା ଆଶଙ୍କା ବେଶି ।  

   Related Posts