Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||

ଦେଶର ଅଭିବୃଦ୍ଧି ହାର ବଢ଼ାଇବା ପାଇଁ କୃଷିକ୍ଷେତ୍ର ଉପରେ ଦେବାକୁ ପଡିବ ଗୁରୁତ୍ୱ, କରୋନା ସମୟରେ ଅର୍ଥନୀତି ସୁଧାରିବାକୁ ଚାଷ ହିଁ ଭରସା

23/05/2020 at 7:13 PM

ଭୁବନେଶ୍ୱର, ୨୩|୦୫:  ଦେଶରେ ଅଭିବୃଦ୍ଧି ହାର ବଢ଼ାଇବାକୁ ହେଲେ କୃଷିକ୍ଷେତ୍ର ଉପରେ ଗୁରୁତ୍ବ ଦେବାକୁ ପଡ଼ିବ । କରୋନା କହର ସମୟରେ ଅର୍ଥନୀତି ସୁଧାରିବାକୁ ଚାଷ ହିଁ ଭରସା । ଚଳିତବର୍ଷ ମୌସୁମୀ ସ୍ୱାଭାବିକ ହେବା ସହ ବିପୂଳ ପରିମାଣର ଖାଦ୍ୟଶସ୍ୟ ଅମଳ ହେବ । ଯାହା କୃଷକମାନଙ୍କ ଆୟ ବଢ଼ାଇବା ସହ ବ୍ୟବସାୟ କାରବାର ବୃଦ୍ଧିରେ ସହାୟକ ହେବ ବୋଲି କହିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଦେଶରେ କରୋନା ଲକଡାଉନ୍‌ ପାଇଁ ଦେଶ ଅର୍ଥନୀତିକୁ ନେଇ ଚିନ୍ତା ବଢ଼ିଥିବା ବେଳେ ଶକ୍ତିକାନ୍ତଙ୍କ ଏଗ୍ରିକଲ୍ଚର ଟିପ୍‌ସ୍‌ ବେଶ୍‌ ଗୁରୁତ୍ବ ବହନ କରୁଛି ।

କରୋନା ସଙ୍କଟ ଏବଂ ଦେଶରେ ଲାଗୁକରାଯାଇଥିବା ଲକ୍‌ଡାଉନ୍‌ ଅର୍ଥନୀତିକୁ ଗୁରୁତର ଭାବେ ପ୍ରଭାବିତ କରିଛି । ଅର୍ଥନୀତିକୁ ନେଇ ଘୋର ଅନିଶ୍ଚିତତା ଲାଗି ରହିଛି । କରୋନା ପାଇଁ ଦେଶରେ ଅର୍ଥନୈତିକ କାର୍ଯ୍ୟକଳାପ ଠପ୍‌ ହୋଇଯାଇଥିବା ବେଳେ ଏଥିରେ ସୁଧାର ଆଣିବା ପାଇଁ ଏବେ ଏକମାତ୍ର ଭରସା ହେବ କୃଷି । ଚଳିତବର୍ଷ ମୌସୁମୀ ଆଗମନ ସ୍ବାଭାବିକ ରହିବାର ସମ୍ଭାବନା ଥିବାରୁ ବିପୂଳ ପରିମାଣରେ ଖାଦ୍ୟଶସ୍ୟ ଅମଳ ହେବ । ଖରିଫ୍‌ ଋତୁରେ ବୁଣାବୁଣି ଜୋର୍‌ସୋର୍‌ରେ ଆଗେଇ ଚାଲିଛି । ମାଟିର ଆର୍ଦ୍ରତା ମଧ୍ୟ ଭଲ ରହିଛି  ଯାହା ଫସଲ ବୃଦ୍ଧି ରେ ସହାୟକ ହେବ । ତେଣୁ ଦେଶରେ ଅଭିବୃଦ୍ଧି ହାର ବଢ଼ାଇବାକୁ ହେଲେ ଆମକୁ କୃଷିକ୍ଷେତ୍ର ଉପରେ ଗୁରୁତ୍ବ ଦେବାକୁ ପଡ଼ିବ ବୋଲି କହିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।

୨୦୨୦-୨୧ରେ ୨୯୮.୩୩ ନିୟୁତ ଟନ୍‌ର ରେକର୍ଡ଼ ଖାଦ୍ୟଶସ୍ୟ ଉତ୍ପାଦନ ହେବା ନେଇ ଆକଳନ କରାଯାଇଛି । ଗତବର୍ଷ ତୁଳନାରେ ୩୨. ୫୬ ପ୍ରତିଶତ ଅଧିକ ଜମିରେ ଚାଷ ହୋଇଛି । ଚାଷ ପାଇଁ ପାଣିପାଗ ଖାପ ଖାଉଥିବାରୁ ଉତ୍ପାଦନ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।

ଯେତେବେଳେ ସାରା ଦେଶରେ କରୋନା କହର ଅର୍ଥନୈତିକ କାର୍ଯ୍ୟକଳାପ ଉପରେ କୁଠାରଘାତ କରିଛି । ସେତେବେଳେ କୃଷି କ୍ଷେତ୍ର ଉପରେ ଅଧିକ ଗୁରୁତ୍ବ ଦେବାର ଆବଶ୍ୟକତାକୁ ଦେଖୁଛନ୍ତି ବିଶେଷଜ୍ଞ । ସାମ୍ପ୍ରତିକ ପରିସ୍ଥିତିରେ ଆମେ ଯଦି ନଜର ପକାଇବା ତାହେଲେ କରୋନା ପାଇଁ ବିଭିନ୍ନ ରାଜ୍ୟକୁ ପ୍ରବାସୀ ଶ୍ରମିକମାନଙ୍କ ଫେରିବା ପ୍ରକ୍ରିୟା ଜାରି ରହିଛି । ସେମାନଙ୍କ ଫେରିବା ଦ୍ବାରା ସମ୍ପୃକ୍ତ ରାଜ୍ୟ ଗୁଡ଼ିକରେ ବେକାରୀ ସଂଖ୍ୟା ବଢ଼ିବ । ଯେଉଁ ଶ୍ରମିକମାନେ ଘରକୁ ଫେରିଆସିଛନ୍ତି ସେମାନଙ୍କ ଭିତରୁ ପ୍ରାୟ ୩୦ ପ୍ରତିଶତ ଶ୍ରମିକ ପୁଣି ସେମାନଙ୍କ କାର୍ଯ୍ୟକ୍ଷେତ୍ରକୁ ଫେରିବା ସମ୍ଭାବନା କମ୍‌ । ତେଣୁ ବେକାରୀ ସମସ୍ୟା ଏଡ଼ାଇବା ସହ ସେମାନଙ୍କ ପରିବାର ଭରଣପୋଷଣ ପାଇଁ କୃଷି ହିଁ ଏକମାତ୍ର ଭରସା ହୋଇପାରିବ । ଯାହାଦ୍ବାରା ସେମାନଙ୍କ ଆର୍ଥିକସ୍ଥିତି ସୁଦୃଢ଼ ହେବା ସହ ଦେଶର ଅର୍ଥନୀତି ବୃଦ୍ଧି ରେ ବି ସହାୟକ ହୋଇପାରିବ ।

କଥାରେ ଅଛି ଚାଷ କାମ ଯାହାର, କେତେ ସୁଖ ତାହାର । ପୁଣି ଥରେ ଏହି ଲୋକକଥାକୁ ବାସ୍ତବ ରୂପ ଦେବାକୁ ହେଲେ କୃଷିକ୍ଷେତ୍ର ଉପରେ ଗୁରୁତ୍ବ ଦେବାକୁ ହେବ । ୨୦ଲକ୍ଷ କୋଟିର କରୋନା ପ୍ୟାକେଜ୍‌ରେ କୃଷି କ୍ଷେତ୍ରକୁ ଅଧିକ ଗୁରୁତ୍ବ ଦେଇଛନ୍ତି କେନ୍ଦ୍ର ସରକାର । କୃଷକମାନଙ୍କୁ ସହଜ ଓ ସୁବିଧାରେ ଋଣ ଯୋଗାଇ ଦେବାକୁ କରାଯାଇଛି ବିଭିନ୍ନ ଯୋଜନା । ଏମିତିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ କୃଷି ପାଇଁ ନୂଆ ସୁଯୋଗ ତଥା ନୂଆ ସମ୍ଭାବନା ସୃଷ୍ଟି କରିଛି ।

   Related Posts