‘ମୋ ସରକାର’ରେ କୃଷି ଓ ଉଚ୍ଚ ଶିକ୍ଷା ବିଭାଗ ସାମିଲ : ଚାଷୀଙ୍କୁ ସହାୟତା ଦେବ ଲାଇଭ୍ କଲ୍ ସେଣ୍ଟର, ସ୍କାନରରେ ଅଧ୍ୟାପକ

Published By : Prameya-News7 Bureau | December 12, 2019 IST

ଭୁବନେଶ୍ବର ୧୨।୧: ମୋ ସରକାର’ କାର୍ଯ୍ୟକ୍ରମରେ ସାମିଲ ହେଲା କୃଷି ଓ ଉଚ୍ଚ ଶିକ୍ଷା ବିଭାଗ । ଏହି ୨ଟି ବିଭାଗରେ 5-T କାର୍ଯ୍ୟକ୍ରମ କିଭଳି ଲାଗୁ ହେବ ଏବଂ ସରକାରଙ୍କ କାର୍ଯ୍ୟକ୍ରମର ସଫଳତା କିଭଳି ଲୋକେ ପାଇବେ ତାକୁ ଦୃଷ୍ଟିରେ ରଖି ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ ହୋଇଛି । କୃଷି ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଥିବା ବ୍ଲୁ ପ୍ରିଣ୍ଟ୍ ଅନୁଯାୟୀ ଚାଷୀଙ୍କ ଆୟ ଦୁଇଗୁଣା କରିବାକୁ ‘ମୋ ସରକାର’ ବ୍ୟବସ୍ଥାରେ କାର୍ଯ୍ୟକ୍ରମ ହାତକୁ ନିଆଯିବ । ସମସ୍ତ ସରକାରୀ ଅଧିକାରୀ ଚାଷୀଙ୍କ ସହ ସିଧାସଳଖ କଥା ହୋଇ ସମସ୍ୟାର ସମାଧାନ କରିବେ ।

{"id":196689,"sizeSlug":"large"}

ଅନ୍ୟପଟେ ‘କାଳିଆ’ ଯୋଜନାରେ ଅଭିଯୋଗ ପାଇଁ ସ୍ବତନ୍ତ୍ର ପୋର୍ଟାଲର ବ୍ୟବସ୍ଥା ହେବ । ରାଜ୍ୟରେ ଅଧିକ ଫାର୍ମ, ପୋଖରୀ ଖୋଳାଯିବ । ଚାଷୀଙ୍କୁ ସହାୟତା ପାଇଁ ଲାଇଭ୍ କଲ୍ ସେଣ୍ଟର ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଛି ।

{"id":196690,"sizeSlug":"large"}

ସେହିଭଳି ଉଚ୍ଚ ଶିକ୍ଷା ବିଭାଗରେ ମଧ୍ୟ 5-T କିଭଳି ଲାଗୁ ହେବ ସେ ନେଇ ୧୭ଦଫା କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଏଥିପାଇଁ ସ୍କଲାରସିପ୍ କାଉନସିଲ୍ ଗଠନ କରିବାକୁ ନିଷ୍ପତ୍ତି ହୋଇଛି । ସେହିଭଳି କର୍ମଚାରୀଙ୍କ ଉପସ୍ଥାନ ଯାଞ୍ଚ ପାଇଁ ଲାଗିବ ବାୟୋମେଟ୍ରିକ୍ ମେସିନ୍ । ଅଧ୍ୟାପକଙ୍କ କଲେଜ ରହଣି ଅବଧି ୭ ଘଣ୍ଟା ବାଧ୍ୟତାମୂଳକ କରାଯାଇଛି । ଶିକ୍ଷାର୍ଥୀଙ୍କ ଉପସ୍ଥାନ ୭୫% ନହେଲେ ପରୀକ୍ଷାରୁ ସେମାନଙ୍କୁ ବଞ୍ଚିତ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.