Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ରାଜ୍ୟସଭାରେ ଆସନ୍ତାକାଲି ଉପସ୍ଥାପିତ ହେବ କୃଷି ବିଧେୟକ, ଜାଣନ୍ତୁ ଗୃହରେ କାହାର ପଲ୍ଲା ଭାରି

19/09/2020 at 5:14 PM

ନୂଆଦିଲ୍ଲୀ ୧୯।୦୯: କୃଷି ସୁଧାର ବିଧେୟକ ଲୋକସଭାରେ ଗୃହୀତ ହେବା ପରେ ଆସନ୍ତାକାଲି ରାଜ୍ୟସଭାରେ ଉପସ୍ଥାପିତ ହେବ। ହେଲେ ସଂସଦର ଉଚ୍ଚସଦନରେ ବିଧେୟକ ପାରିତ କରିବା କେନ୍ଦ୍ର ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ। ଏହି ବିଧେୟକକୁ ନେଇ ଏନଡିଏର ସବୁଠୁ ପୁରୁଣା ସହଯୋଗୀ ଶିରୋମଣି ଅକାଳି ଦଳର ବିରୋଧ କାରଣରୁ ସରକାରଙ୍କକୁ ଗୃହ ଭିତରେ ଏବଂ ବାହାରେ ବିରୋଧର ସାମ୍ନା କରିବାକୁ ପଡୁଛି। କାଲି ଅର୍ଥାତ ରବିବାର ଏହି ବିଲ୍‌ ରାଜ୍ୟସଭାରୋ ଉପସ୍ଥାପିତ ହେବ ଏବଂ ଏହି ବିଧେୟକକୁ ଯେମିତି ହେଲେ ଉଚ୍ଚସଦନରେ ପାରିତ କରିବାକୁ ସରକାର ଉଦ୍ୟମ କରିବେ।

କୃଷି ସଂପର୍କିତ ତିନି ବିଧେୟକୁ ରାଜ୍ୟସଭାରେ ଗୃହୀତ କରାଇବା ପାଇଁ ସରକାରଙ୍କ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ଏହା ସହିତ ବିରୋଧୀ ଦଳକୁ ମଧ୍ୟ ଏହି ବିଧେୟକ ସମର୍ଥନରେ ଆଣିବା ପାଇଁ କେନ୍ଦ୍ରର ବଡ ବଡ ମନ୍ତ୍ରୀଙ୍କୁ ଆଲୋଚନା ପାଇଁ ଦାୟିତ୍ଵ ଦିଆଯାଇଛି। ସୂତ୍ର ଅନୁଯାୟୀ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶିବସେନା ଓ ଏନସିପିର ନେତାଙ୍କୁ ଫୋନ କରି କଥା ହୋଇଛନ୍ତି ଏବଂ ଏହି ବିଧେୟକକୁ ସମର୍ଥନ କରିବାକୁ ଅପିଲ୍ କରିଛନ୍ତି।

ସଂସଦର ଉଚ୍ଚ ସଦନ ରାଜ୍ୟସଭାରେ ସରକାରଙ୍କ ପାଖରେ ବହୁମତ ନାହିଁ। ଗୁରୁତ୍ଵପୂର୍ଣ୍ଣ ବିଧେୟକ ପାରିତ କରାଇବା ପାଇଁ ସରକାରଙ୍କୁ ବିରୋଧୀଙ୍କୁ ମନାଇବାକୁ ପଡିଥାଏ। କିନ୍ତୁ ଏହି ବିଧେୟକକୁ ନେଇ ସରକାର ଆଶ୍ଵସ୍ତ ଅଛନ୍ତି। ଏହି ତିନୋଟି ବିଧେୟକ ସହଜରେ ରାଜ୍ୟସଭାରେ ପାରିତ ହେବାର ଆଶା ରହିଛି। ମାତ୍ର ସରକାରଙ୍କ ସାମ୍ନାରେ ବଡ ଚ୍ୟାଲେଞ୍ଜ ରହିଛି।

ରାଜ୍ୟସଭାରେ ସଂଖ୍ୟା ଗଣିତ ଉପରେ ନଜର ପକାଇଲେ ୨୪୫ ସଦସ୍ୟଙ୍କ ମଧ୍ୟରୁ ବିଜେପି ୮୬ ସାଂସଦ ସହିତ ସବୁଠୁ ବଡ ପାର୍ଟି ରହିଛି। ମାତ୍ର ସଂପ୍ରତି ସମୟରେ ୯ଟି ସ୍ଥାନ ଖାଲି ରହିଛି। ରାଜ୍ୟସଭାରେ ଏହି ତିନି ବିଧେୟକ ଗୃହୀତ କରାଇବା ପାଇଁ ସରକାରଙ୍କୁ ଅତି କମରେ ୧୨୨ ଭୋଟ୍ ଆବଶ୍ୟକ। ଅକାଳି ଦଳ ବିରୋଧ ପରେ ମଧ୍ୟ ସରକାରଙ୍କୁ ଭରସା ଯେ ବିଜୁ ଜନତା ଦଳର ୯, ଏଆଇଡିଏମକେର ୯, ଟିଆରଏସର ୭ ଓ ଓ୍ଵାଇଏସଆର କଂଗ୍ରେସର ୬, ଟିଡିପିର ୧ ଓ କିଛି ସ୍ଵାଧୀନ ସାଂସଦ ବିଧେୟକର ସମର୍ଥନ କରି ପାରନ୍ତି। ଏହି ସବୁ ପାର୍ଟି ନା ଏନଡିଏରେ ଅଛନ୍ତି ନା ୟୁପିଏ ସହିତ ଅଛନ୍ତି। ସରକାର ଆଶା ରଖିଛନ୍ତି ଯେ ଏହି ତିନି ବିଧେୟକ ସମର୍ଥନରେ ୧୩୦ ଭୋଟ୍ ମିଳିବ।

ବିଧେୟକ  ବିରୋଧରେ ଏହି ସବୁ ଦଳ ଉପରେ ରହିବ ନଜର

ରାଜ୍ୟସଭାରେ ସମସ୍ତ ୮୬ ସାଂସଦଙ୍କ ସହିତ ବିଜେପି ସବୁଠୁ ବଡ ପାର୍ଟି ହୋଇଥିବା ବେଳେ କଂଗ୍ରେସ ୪୦ ସଦସ୍ୟ ସହିତ ଦ୍ଵିତୀୟ ବଡ ପାର୍ଟି। ଶିରୋମଣି ଅକାଳି ଦଳର ତିନି ରାଜ୍ୟସଭା ସାଂସଦ ନିଶ୍ଚିତ ରୂପେ ବିଧେୟକକୁ ବିରୋଧ କରିବେ। ଆମ୍ ଆଦମୀ ପାର୍ଟିର ତିନି ସଦସ୍ୟ, ସମାଜବାଦୀ ପାର୍ଟିର ୮ ସାଂସଦ, ବିଏସପିର ୪ ସାଂସଦ ମଧ୍ୟ ବିଧେୟକ ବିରୋଧରେ ଭୋଟ୍ ଦେବେ। କୃଷି ବିଧେୟକ ବିରୋଧରେ ରାଜ୍ୟସଭାରେ ୧୦୦ ସାଂସଦ ଭୋଟ୍ ଦେବାର ଅନୁମାନ କରାଯାଉଛି। କିନ୍ତୁ କିଛି ଛୋଟ ଛୋଟ ଦଳ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ନାହାନ୍ତି। ରାଜ୍ୟସଭାରେ ଏହି ପାର୍ଟିର ପ୍ରାୟ ଦର୍ଜନ ସାଂସଦ ଅଛନ୍ତି।

   Related Posts