Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଜି ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ରାଧା ମୋହନ ସିଂ

କଟକ ୨୬/୨ : ଆଜି ଓଡିଶା ଆସୁଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ରାଧା ମୋହନ ସିଂ | କଟକ ସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ଯୋଗଦେବେ | ଦିନ ୧୦ଟା ରେ ଧାନ ଗବେଷଣା ପ୍ରତିଷ୍ଠାନରେ ପହଂଚିବେ | ଏହାପରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି | କେନ୍ଦ୍ରମନ୍ତ୍ରୀ ରାଧା ମୋହନ ସିଂଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି | ୯ଟା ବେଳେ ସେ ଭୁବନେଶ୍ୱରରେ ପହଂଚିବେ | ଭୁବନେଶ୍ୱରରୁ ସେ କଟକ ଯିବେ | କାର୍ଯ୍ୟକ୍ରମ ପରେ ସେ ପୁଣି ଦିଲ୍ଲୀ ଫେରିଯିବେ | କେନ୍ଦ୍ର କୃଷି ମନ୍ତ୍ରୀଙ୍କ ଓଡିଶା ଗସ୍ତ ବେଶ ମହତ୍ଵପୁର୍ଣ | ସେ କ’ଣ ମନ୍ତବ୍ୟ ଦେବେ ତା’ଉପରେ ସମସ୍ତଙ୍କ ନଜର ରହିଛି | କାରଣ ୨ ଦିନ ତଳେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଶୁଭାରମ୍ଭ ହୋଇଛି | ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ହିତାଧିକାରୀ ତାଲିକାକୁ ନେଇ କେନ୍ଦ୍ର ସରକାର ଓ ଓଡିଶା ସରକାର ପ୍ରତିଦିନ ମୁହାଁମୁହିଁ ହେଉଛନ୍ତି | ପ୍ରଧାନମନ୍ତ୍ରୀ କିସାନ ଯୋଜନା ଏବଂ କାଳିଆ ଯୋଜନା ନେଇ କେନ୍ଦ୍ର ସରକାର ଏବଂ ଓଡିଶା ସରକାରଙ୍କ ମଧ୍ୟରେ ଜୋରଦାର ଟକ୍କର ଚାଲିଛି | ସେ ଦୃଷ୍ଟିରୁ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ଓଡିଶା ଗସ୍ତ ବହୁତ ମହତ୍ଵପୁର୍ଣ |

   Related Posts