ମହିଳାଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ପ୍ରସଂଗ: କୃଷୀମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି ମହିଳା ମୋର୍ଚ୍ଚା

Published By : Prameya-News7 Bureau | September 29, 2018 IST

ଭୁବନେଶ୍ବର୨୯|୯: ମହାରଥିଙ୍କ ମହିଳା ଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ନେଇ ବିଜେପି ମହିଳା ମୋର୍ଚା ପକ୍ଷରୁ କରାଯାଇଛି ରାଲି ଓ ବିକ୍ଷୋଭ । ବିଜେପି ପାଟି ଅଫିସରୁ ରାଲି ବାହାରି ଶ୍ରିୟା ଛକ ଠାରେ କୃଷି ମନ୍ତ୍ରୀ ମହାରଥିଙ୍କ କୁଶପୁତ୍ତଳିକା ଦାହ କରିଛି ବିଜେପି ମହିଳା ମୋର୍ଚା । ତେବେ କେବଳ ରାଜଧାନୀ ନୁହେଁ ସାରା ରାଜ୍ୟରେ ମହିଳା ମୋର୍ଚା ପକ୍ଷରୁ କରାଯାଇଛି ବିକ୍ଷୋଭ ।  ମୁଖ୍ୟମନ୍ତ୍ରୀଙ୍କ ଚୁପ ରହିବା ନେଇ ମଧ୍ୟ ପ୍ରଶ୍ନ ଉଠାଇଛି ବିଜେପି ।ଏଥିସହ ମହାରଥିଙ୍କୁ ମନ୍ତ୍ରୀ ପଦରୁ    ବହିଷ୍କାର ଦାବି ହୋଇଛି । ତେବେ ଏତିକି ନୁହେଁ ଆଗାମି ଦିନରେ ଯେପର୍ଯ୍ୟନ୍ତ ମହାରଥିଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଇଛି ସେଯାଏଁ ବିଜେପି ମହିଳା ମୋର୍ଚା ତାର  ଆନ୍ଦୋଳନ କୁ ଆହୁରି ତିବ୍ରତର କରିବ ବୋଲି କହିଛନ୍ତି ମହିଳାମୋର୍ଚ୍ଚାର ସବାନେତ୍ରୀ ପ୍ରଭାତୀ ପରିଡା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.