ସୋଆରେ କୃଷି ସମ୍ମିଳନୀ ଏଗ୍ରି ବିକାଶ-୨୦୧୮; କେନ୍ଦ୍ର କୃଷି ରାଷ୍ଟ୍ର ମନ୍ତ୍ରୀ କହିଲେ, ଏ ବର୍ଷ ଚକଡା ପୋକ ନିପାତ ପାଇଁ ଦିଆଯିବ ପ୍ରାଥମିକତା

Published By : Prameya-News7 Bureau | June 29, 2018 IST

ଏଗ୍ରି-ବିକାଶ ୨୦୧୮ସମ୍ମିଳନୀ ଆରମ୍ଭ ହୋଇଛି | ସୋଆରେ ଆରମ୍ଭ ହୋଇଛି ୨ ଦିନିଆ ଏଗ୍ରି-ବିକାଶ ସମ୍ମିଳନୀ | ଏଥିରେ ୩ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ଗିରିରାଜ ସିଂହ ଓ ଗଜେନ୍ଦ୍ର ସିଂହ ସେଖାବତ୍ ଯୋଗ ଦେଇଛନ୍ତି | ଏହା ସହ ୬ଟି କେନ୍ଦ୍ର ମନ୍ତ୍ରଣାଳୟର ଅଧିକାରୀମାନେ ଯୋଗ ଦେଇଛନ୍ତି | ଏହା ସହ ରାଜ୍ୟ ଓ ରାଜ୍ୟ ବାହାରର କୃଷି ଉଦ୍ୟୋଗୀମାନେ ସାମିଲ ହୋଇଛନ୍ତି | ରାଜ୍ୟର ୧୦୦୦ ରୁ ଅଧିକ ସଫଳ ଚାଷୀ ଯୋଗ ଦେଇଛନ୍ତି | କର୍ମଶାଳାରେ କୃଷକମାନଙ୍କ ଦକ୍ଷତା ଓ ଆୟ ବୃଦ୍ଧି ପାଇଁ ଗୁରୁତ୍ୱ ଦିଆଯିବ ସହ କୃଷିଜାତ ସାମଗ୍ରୀ ପାଇଁ ବଜାର ସୃଷ୍ଟି ପାଇଁ ଗୁରୁତ୍ୱ ଦିଆଯାଇଛି | ଗତ ବର୍ଷ ଭଳି ଏ ବର୍ଷ ଚକଡା ପୋକ ପାଇଁ ଚାଷୀଙ୍କ କ୍ଷତି ଯେମିତି ନହେବ ସେଥିପ୍ରତି ପ୍ରାଥମିକତା ଦିଆଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.