କୃଷି ବିକାଶ ସମ୍ମିଳନୀ ଏଗ୍ରି-ବିକାଶ ୨୦୧୮ ର ଦ୍ୱିତୀୟ ଦିନ

Published By : Prameya-News7 Bureau | June 30, 2018 IST

କୃଷି ବିକାଶ ସମ୍ମିଳନୀ ଏଗ୍ରି-ବିକାଶ ୨୦୧୮ ର ଦ୍ବିତୀୟ ଦିନ । ଶିକ୍ଷା ଓ ଅନୁସନ୍ଧାନ ଡିମଡ୍ ଟୁ ବିଶ୍ବବିଦ୍ୟାଳୟରେ ୨ ଦିନିଆ ସମ୍ମିଳନୀ ଚାଲିଛି । ଆଜି ଦ୍ବିତୀୟ ଦିନରେ କୃଷି ଓ କୃଷକଙ୍କ ଉନ୍ନତି ଦିଗରେ ଗୁରୁତ୍ବ ଦିଆଯିବ । କୃଷକର ଆୟ ୨ଗୁଣା ହେବ । ଓଡ଼ିଶାରୁ ଏହାର ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର । ସମ୍ମିଳନୀରେ ୩ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଗିରିରାଜ ସିଂହ ଓ ଗଜେନ୍ଦ୍ର ସିଂହ ସେଖାୱତ୍ ଯୋଗ ଦେଇଛନ୍ତି । ଏହା ସହ ୬ଟି କେନ୍ଦ୍ର ମନ୍ତ୍ରଣାଳୟର ଅଧିକାରୀମାନେ ଯୋଗ ଦେଇଛନ୍ତି । ଏହାସହ ରାଜ୍ୟ ଓ ରାଜ୍ୟ ବାହାରର କୃଷି ଉଦ୍ୟୋଗୀମାନେ ସାମିଲ ହୋଇଛନ୍ତି । ରାଜ୍ୟର ଏକ ହଜାରରୁ ଅଧିକ ସଫଳ ଚାଷୀ ଯୋଗ ଦେଇଛନ୍ତି । କର୍ମଶାଳାରେ କୃଷକମାନଙ୍କ ଦକ୍ଷତା ଓ ଆୟ ବୃଦ୍ଧି ପାଇଁ ଗୃରୁତ୍ବ ଦିଆଯିବା ସହ କୃଷିଜାତ ସାମଗ୍ରୀ ପାଇଁ ବଜାର ସୃଷ୍ଟି ଉପରେ ଗୁରୁତ୍ବ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.