ଗବେଷଣା କ୍ଷେତ୍ରରେ ଆଉ ପାଦେ ଆଗେଇଲା ସୋଆ, ସହଯୋଗ ନିମନ୍ତେ ଆଇସିଏଆର୍‌–ସିଆଇଡବ୍ଲୁଏ ସହ ବୁଝାମଣା ପତ୍ର ସ୍ୱାକ୍ଷରିତ

Published By : Prameya-News7 Bureau | October 25, 2021 IST

ଭୁବନେଶ୍ୱର, ୨୫।୨୦: ଗବେଷଣା ଓ ନିମନ୍ତେ ଭୁବନେଶ୍ୱର ସ୍ଥିତ ଆଇସିଏଆର୍‌ – ସେଂଟ୍ରାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଉଇମେନ୍‌ ଇନ୍‌ ଏଗ୍ରିକଲ୍‌ଚର ଓ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ମଧ୍ୟରେ ମଙ୍ଗଳବାର ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡଃ) ମନୋଜରଞ୍ଜନ ନାୟକଙ୍କ ଉପସ୍ଥିତିରେ ସୋଆ ରେଜିଷ୍ଟ୍ରାର୍‌ ପ୍ରଫେସର ବି.ବି. ପ୍ରଧାନ ଓ ଆଇସିଏଆର୍‌-ସିଆଇଡବ୍ଲୁଏର ନିର୍ଦ୍ଦେଶକ ଡ. ଅନୀଲ୍‌ କୁମାର ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ ।
ବୁଝାମଣା ଅନୁଯାୟୀ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏଗ୍ରିକଲ୍‌ଚରାଲ୍‌ ସାଇନ୍‌ସେସ୍‌ (ଆଇଏଏସ୍‌)ର ଗବେଷକ ଓ ଛାତ୍ରଛାତ୍ରୀମାନେ ସିଆଇଡବ୍ଲୁଏରେ ଗବେଷଣା କାର୍ଯ୍ୟ କରିବେ । ଏହା ବ୍ୟତୀତ ଶିକ୍ଷା, ଗବେଷଣା ଏବଂ ପ୍ରଶିକ୍ଷଣ ନିମନ୍ତେ ଦୁଇ ଅନୁଷ୍ଠାନ ମଧ୍ୟରେ ଛାତ୍ରଛାତ୍ରୀଙ୍କର ଆଦାନପ୍ରଦାନ ମଧ୍ୟ କରାଯିବ ।
ଏହି ଅବସରରେ ଆଇଏଏସ୍‌ର ଡିନ୍‌ ପ୍ରଫେସର ବିଜୟ କୁମାର ସାହୁ ଓ ଆଡିସ୍‌ନାଲ୍‌ ଡିନ୍‌ (ରିସର୍ଚ୍ଚ) ତଥା ଅଫିସର ଅନ୍‌ ସ୍ପେଶାଲ୍‌ ଡ୍ୟୁଟି (ଏଗ୍ରିକଲ୍‌ଚର) ଡଃ ପ୍ରିୟବ୍ରତ ପଟ୍ଟନାୟକ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.