ମହିଳା ଦଉଡ଼ି ଲଗାଇ କଲେ ଆତ୍ମହତ୍ୟା : ସୁଇସାଇଡ ନୋଟରେ ଲେଖିଲେ –‘‘ମୋଦି ଜୀ କ୍ୟା ଅଚ୍ଛେ ଦିନ ଆୟେ ହେଁ’’

Published By : Prameya-News7 Bureau | January 09, 2019 IST

ଆଗ୍ରା ୯/୧: ଆଗ୍ରାର ତାଜଗଞ୍ଜ ଅଞ୍ଚଳରେ ଜଣେ ମହିଳା ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିବା ପୂର୍ବରୁ ସେ ଚାରି ପୃଷ୍ଠାର ଏକ ସୁଇସାଇଡ ନୋଟ୍ ଲେଖିଛନ୍ତି। ଏହି ସୁଇସାଇଡ ନୋଟରେ ମହିଳା ନିଜର ଦୁଃଖ ପ୍ରକାଶ କରିଛନ୍ତି ଯାହାକୁ ପଢ଼ି ଆପଣଙ୍କ ଆଖିରେ ଲୁହ ଆସିଯିବ।

ସୁଇସାଇଡ ନୋଟରେ ମହିଳା ଜଣକ ଆତ୍ମହତ୍ୟା ପାଇଁ ତାଙ୍କ ଭାଇଙ୍କୁ ଦାୟୀ କରିଛନ୍ତି। ମହିଳାଙ୍କ ଭାଇ ତାଙ୍କ ସ୍ବାମୀଙ୍କ ନାଁରେ ଲୋନ୍ ନେଇ ମୋବାଇଲ୍ କିଣିଥିବା ଇଏମଆଇ ଜମା କରିବାକୁ ମନା କରିଦେଇଥିଲେ। ଏହି କାରଣରୁ ମହିଳା ଚିନ୍ତାଗ୍ରସ୍ତ ହୋଇ ଆତ୍ମହତ୍ୟା କରିଥିଲେ। ଏହି କାରଣରୁ ସୁଇସାଇଡ ନୋଟରେ ନରେନ୍ଦ୍ର ମୋଦିଙ୍କ ‘ଅଚ୍ଛେ ଦିନ’ ସହ ସେହି ପ୍ରତିଶ୍ରୃତିଗୁଡ଼ିକ ମଧ୍ୟ ଲେଖିଥିଲେ ଯାହା ଜନତାଙ୍କୁ ଦିଆଯାଇଥିଲା।

ମହିଳା ଲେଖିଛନ୍ତି-‘ମୋଦୀଜୀ କ’ଣ ଭଲ ଦିନ ଆସିଛି। ଲୋନ୍ ନେବା ପାଇଁ ଆମ ଭଳି ଲୋକଙ୍କୁ କେତେ ପରିଶ୍ରମ କରିବାକୁ ପଡ଼ିଥାଏ। ଆପଣ ଟ୍ରେନିଙ୍ଗ୍ ସେଣ୍ଟର ଖୋଲିଲେ। ମୁଁ ବି ଖନ୍ଦୈାଲିରୁ ୮୦୦ଟଙ୍କା ଦେଇ ଟ୍ରେନିଙ୍ଗ୍ ନେଇଥିଲି। କୋର୍ସ ପରେ ସାର୍ଟିଫିକେଟ ମିଳିବ,ଯାହା ଦ୍ବାରା ଲୋନ୍ ମିଳିବ,କିନ୍ତୁ ଏତେ ସବୁ କରି ଲୋନ୍ ମିଳିଲା ନାହିଁ। ଆମ ଭଳି ଲୋକଙ୍କୁ କେହି ଲୋନ୍ ଦିଅନ୍ତି ନାହିଁ। ଏବେ ବହୁତ କଷ୍ଟରେ ଲୋନ୍ ମିଳିଲା। ଦୋକାନ ଖୋଲିଲି ତ ନିଜ ଲୋକ ଆସିଗଲେ ଛଡ଼ାଇବା ପାଇଁ।’

ତାଜଗଞ୍ଜର ଧାନ୍ଧୁପୁର ବାସିନ୍ଦା ଶଶୀ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। ପରିବାରଲୋକେ ତାଙ୍କ ଶବ ରୋଷେଇ ଘର ଦଉଡ଼ିରେ ଝୁଲୁଥିବା ଅବସ୍ଥାରେ ଦେଖି ସ୍ତବ୍ଧ ହୋଇଯାଇଥିଲେ। ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି  ଚାରି ପୃଷ୍ଠାର ସୁଇସାଇଡ ନୋଟ୍ ପାଇଛି।

ଶଶୀ ନିଜ ମୃତ୍ୟୁ ପାଇଁ ନିଜ ବାପା-ମାଆ,ଭାଇ ଭଉଣୀ,ଦିଅର ଏବଂ ଯା କୁ ଦାୟୀ କରିଛି। ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ଶଶୀଙ୍କ ବିବାହ ୧୯ବର୍ଷ ପୂର୍ବରୁ ଧାନ୍ଧୁପୁର ବାସିନ୍ଦା ବୀରେନ୍ଦ୍ରଙ୍କ ସହ ହୋଇଥିଲା। ତାଙ୍କର ଦୁଇଟି ପିଲା। ବୀରେନ୍ଦ୍ରଙ୍କ କହିବା ଅନୁସାରେ ତାଙ୍କ ସାନ ଭାଇ ଜିତେନ୍ଦ୍ରଙ୍କ ବିବାହ ଶଶୀଙ୍କ ଭଉଣୀ ରାଜକୁମାରୀ ସହ ହୋଇଥିଲା। ଚାରି ମାସ ପୂର୍ବରୁ ଶଶୀଙ୍କ ଭାଇ ଯୋଗେଶ ୬୫ହଜାର ଟଙ୍କାର ମୋବାଇଲ୍ ଲୋନରେ କିଣିଥିଲେ।

ଏହି ଲୋନ୍ ଶଶୀଙ୍କ ସ୍ବାମୀ ବୀରେନ୍ଦ୍ରଙ୍କ ନାଁରେ ଥିଲା। ତାଙ୍କୁ ସୁଧ ସହିତ ୮୦ ହଜାର ଟଙ୍କା ପ୍ରତି ମାସକୁ ୩୩୦୦ଟଙ୍କା ଇଏମଆଇ ଦେଇ ସୁଝିବାର ଥିଲା। ସେ ୨ମାସ ଇଏମଆଇ ଚୁକାଇଥିଲେ। ଏହା ପରେ ଆଉ ଇଏମଆଇ ଦେଇନଥିଲେ। ଫାଇନାନ୍ସ କମ୍ପାନୀରୁ ଫୋନ୍ ଆସିବା ପରେ ବୀରେନ୍ଦ୍ରଙ୍କୁ ଜଣା ପଡ଼ିଥିଲା। ଯୋଗେଶଙ୍କ ସହ ଏବିଷୟରେ କଥା ହୋଇଥିଲେ। ପ୍ରଥମେ ଯୋଗେଶ କଥା ପ୍ରତି ଧ୍ୟାନ ଦେଇନଥିଲେ।

ଶନିବାର ସନ୍ଧ୍ୟାରେ ଶଶୀ ଯୋଗେଶ ସହ ଫୋନରେ କଥା ହୋଇଥିଲେ। ଯୋଗେଶ ଲୋନ୍ ଦେବ ନାହିଁ ବୋଲି ଶଶୀଙ୍କୁ ମନା କରିଥିଲେ। ଏହା ଦ୍ବାରା ଶଶୀ ମାନସିକ ଅବସାଦରେ ଚାଲିଯାଇଥିଲେ। ଏହା ପରେ ସେ ଆତ୍ମହତ୍ୟା କରିଥିଲେ।

ଶଶୀ ଭାଇ ଯୋଗେଶଙ୍କୁ ବହୁତ ଭଲ ପାଉଥିଲେ। ଚାରି ଭଉଣୀଙ୍କ ମଧ୍ୟରେ ଯୋଗେଶ ଗୋଟିଏ ଭାଇ ଥିଲେ। ସୁଇସାଇଡ ନୋଟରେ ଏହା ମଧ୍ୟ ଲେଖିଥିଲେ ଯେ ୮-୯ମାସ ଯାଏଁ କାନ୍ଦି କାନ୍ଦି ମନ୍ଦିରରେ ତାଙ୍କୁ ମାଗିଥିଲେ। ମାଆ ମୋତେ ଗୋଟିଏ ଭାଇ ଦିଅନ୍ତୁ, କିନ୍ତୁ କାହାକୁ ଜଣା ଥିଲା ଯେ ଏହି ଭାଇ ପାଇଁ ମୋତେ ଦିନେ ମରିବାକୁ ପଡ଼ିବ। ଯେତେବେଳେ ମୋବାଇଲ୍ କିଣା ହୋଇଥିଲା,ସେତେବେଳେ ଅତ୍ୟନ୍ତ ଆଦରର ସହ ଯୋଗେଶ କହିଥିଲେ ଯେ ଦିଦି ତୁମେ ଚିନ୍ତା କର ନାହିଁ,ମୁଁ ସବୁ ପଇସା ଦେଇ ଦେବି। ୨ଟି କିସ୍ତି ଦେବା ପରେ ମାଆ ବାପା ଭାଇ ଭଉଣୀ ସମସ୍ତେ ବେଇମାନ ହୋଇଗଲେ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.