ଆଗରା ବାଣ ବଜାରରେ ଅଗ୍ନିକାଣ୍ଡ, ୧୨ ବାହନ ସମେତ ଜଳିଗଲା ୧୧ ଦୋକାନ, ଭିଷଣ କ୍ଷୟକ୍ଷତି, ଦେଖନ୍ତୁ ଭିଡିଓ

Published By : Prameya-News7 Bureau | October 26, 2019 IST

ସୁଲତାନପୁର :  ଉତ୍ତରପ୍ରଦେଶ ଆଗରାର ସୁଲତାନପୁର ବାଣ ବଜାରରେ ଶନିବାର ଭିଷଣ ଅଗ୍ନିକାଣ୍ଡ ଘଟିଛି। ସଦର ଥାନା ଅଞ୍ଚଳରେ ବସିଥିବା ଅସ୍ଥାୟୀ ବାଣ ବଜାରରେ ଏହି ଦୁର୍ଘଟଣା ଘଟିଛି। ଫଳରେ ୧୧ଟି ବାଣ ଦୋକାନ ଜଳିଯାଇଥିବା ବେଳେ ବାଣ କିଣିବା ଲାଗି ଆସିଥିବା ଲୋକଙ୍କ ଯାନବାହନ ମଧ୍ୟ ଜଳିଯାଇଛି। ଦମକଳ ବିଭାଗ କର୍ମଚାରୀଙ୍କ ଉଦ୍ୟମ ଯୋଗୁ ନିଆଁ ଆୟତ୍ତ ହୋଇଥିଲେ ହେଁ ବ୍ୟାପକ କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିିଛି।

{"id":175247,"width":581,"height":483}

ଦୀପାବଳି ଲାଗି ଆତସବାଜୀ ବଜାର ଏନ.ସି.ବୈଦିକ ସ୍କୁଲ ସମ୍ମୁଖରେ ସ୍ଥାପିତ ହୋଇଥିଲା। ସନ୍ଧ୍ୟା ପ୍ରାୟ ୬ଟା ୫୦ ମିନିଟ୍ ବେଳେ ଅଚାନକ ଏକ ବାଣ ଦୋକାନରେ ନିଆଁ ଲାଗିଥିଲା। ଦେଖୁଦେଖୁ ସବୁ ଦୋକାନ ଜଳିବାକୁ ଲାଗିଥିଲା। ବାଣ କିଣିବା ଲାଗି ଆସିଥିବା ଲୋକେ ଜିଏ ଜୁଆଡେ ପାରିଥିଲେ ଜୀବନ ବଞ୍ଚାଇ ଦୌଡିଥିଲେ। ତେବେ ଅନେକ ଲୋକ ଯାନବାହନରେ ଆସିଥିବା ଯୋଗୁ ଅଗ୍ନିକାଣ୍ଡ ସ୍ଥଳରୁ ବାହନ କାଢି ନେଇପାରିନଥିଲେ। ଫଳରେ ୧୨ଟି ବାହନ ପୋଡି ପାଉଁଶ ହୋଇଯାଇଥିବା ଅଗ୍ନିସମ ଅଧିକାରୀ ସୂଚନା ଦେଇଛନ୍ତି।

wp:core-embed/youtube {"url":"https://www.youtube.com/watch?v=UloFFvYcoyc#action=share","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=UloFFvYcoyc#action=share
/wp:core-embed/youtube

ଆତସବାଜୀ ବଜାରରେ ଲାଗିଥିବା ନିଆଁ ଯୋଗୁ ପାଖ ରାସ୍ତାରେ ଯାନବାହନ ଚଳାଚଳ କିଛି ସମୟ ଲାଗି ଠପ ହୋଇଯାଇଥିଲା। ଭିଷଣ ଶବ୍ଦ କରି ବାଣ ଜଳିବା ଯୋଗୁ ସଦର ଥାନା ପୋଲିସ ଦମକଳ ବିଭାଗକୁ ସୂଚନା ଦେବା ସହ ଘଟଣାସ୍ଥଳରେ ପହଞ୍ଚି ବଜାରରୁ ଲୋକଙ୍କୁ କାଢିବାକୁ ଉଦ୍ୟମ କରିଥିଲା। ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ ହେଁ ପୁରା ବଜାର ଜଳି ପାଉଁଶ ହୋଇଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.