Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେଷ୍ଟ ପରେ ଓ୍ବାନ୍‌ ଡେ’ ସିରିଜ୍‌ କବ୍‌ଜା କଲା ଦକ୍ଷିଣ ଆଫ୍ରିକା, ଦ୍ବିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆ ୭ ଓ୍ବିକେଟରେ ଧରାଶୟୀ, ଭାରତ ୨୮୭/୬(୫୦ ଓଭର), ଦକ୍ଷିଣ ଆଫ୍ରିକା ୨୮୮/୩ (୪୮.୧ଓଭର)
  • ||
  • ରାଜ୍ୟରେ ଶୁକ୍ରବାର ସୁସ୍ଥହେଲେ ୧୦,୩୯୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୬୧୦ଜଣ ଡିସଚାର୍ଜ
  • ||
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

କଂଗ୍ରେସର ଫାୟାରବ୍ରାଣ୍ଡ ନେତ୍ରୀଙ୍କୁ ଖୋଜୁଥିଲା ପୋଲିସ, ଗିରଫ ଭୟରେ ବିଜେପିରେ ମିଶିଲେ

6/12/2021 at 9:17 PM

ଆଗ୍ରା ୦୬/୧୨: କଂଗ୍ରେସର ଫାୟାରବ୍ରାଣ୍ଡ ନେତ୍ରୀ ଗିରଫ ଭୟରେ ଦଳ ପରିବର୍ତ୍ତନ କରିଛନ୍ତି। ରାତିରେ ଘର ବାହାରେ ପୋଲିସ ଜଗିଥିଲା କିନ୍ତୁ ସକାଳେ ବିଜେପିରେ ସାମିଲ ହୋଇଛନ୍ତି କଂଗ୍ରେସ ନେତ୍ରୀ। ଆଗ୍ରାର କଂଗ୍ରେସ ନେତ୍ରୀ ଶବାନା ଖଣ୍ଡେଲଓ୍ବାଲ ସୋମାବାର ସକାଳେ ଲକ୍ଷ୍ନୌରେ ପହଞ୍ଚି ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି। କିନ୍ତୁ ରବିବାର ଦିନ ସେ ବିଜେପିକୁ ଜୋରଦାର ଟାର୍ଗେଟ କରିଥିଲେ। ରବିବାର ତାଙ୍କ ବାସଭବନରେ ହୋଇଥିବା ଅଲ୍‌ ଇଣ୍ଡିଆ ଉଲେମା ବୋର୍ଡର ବୈଠକ ପରେ ତାଙ୍କୁ ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଘୋଷଣା କରାଯାଇଥିଲା। ଏହା ପରେ ଶବାନା ମଥୁରାର କୃଷ୍ଣ ଜନ୍ମଭୂମିକୁ ଆବେ ଜମଜମ୍‌ (ମକ୍କା ମଦୀନାର ପବିତ୍ର ଜଳ)ରେ ଧୋଇବେ ବୋଲି କହିଥିଲେ।

ଏହାକୁ ନେଇ ଶବାନାଙ୍କୁ ବିରୋଧର ଶିକାର ହେବାକୁ ପଡ଼ିଥିଲ। ଏହା ପରେ ତାଙ୍କ ବିରୋଧରେ ଅଭିଯୋଗ ପାଇ ଗିରଫ କରିବାକୁ ପୋଲିସ ତାଙ୍କ ଘରେ ପହଞ୍ଚିବା ବେଳେକୁ ସେ ଗାଏବ ହୋଇଯାଇଥିଲେ। ପୋଲିସ ତାଙ୍କୁ ଖୋଜୁଥିବା ବେଳେ ସୋମବାର ସକାଳେ ଶବାନା ଅଚାନକ ଲକ୍ଷ୍ନୌରେ ଲକ୍ଷ୍ମୀକାନ୍ତ ବାଜପେୟୀ ଏବଂ ସୁତନ୍ତ୍ର ଦେବଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି । ଶବାନା ଖଣ୍ଡେଲଓ୍ବାଲ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ତାଙ୍କ ସ୍ବାମୀ ହତ୍ୟା ମାମଲାରେ ଆଗ୍ରା ଜେଲ୍‌ରେ ବନ୍ଦ ଥିଲେ। କରୋନାର ଦ୍ବିତୀୟ ଲହର ସମୟାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଶବାନା ସରକାରଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଥିଲେ।

ଦୀର୍ଘ ଦିନ ଧରି ଶବାନା କଂଗ୍ରେସର ଜଣେ ଫାୟାରବ୍ରାଣ୍ଡ ନେତ୍ରୀ ଭାବେ ପରିଚୟ ହାସଲ କରିଥିଲେ। ବର୍ତ୍ତମାନ ସେ କଂଗ୍ରେସ ପ୍ରଦେଶ କାର୍ଯ୍ୟକାରିଣୀରେ ପଦାଧିକାରୀ ଥିଲେ। ମହିଳାଙ୍କ ଅଧୀକାର ପାଇଁ ଲଢ଼ିବାକୁ ସେ ଗଠନ କରିଥିବା ହଳଦିଆ ସେନା ସହରରେ ବେଶ ଲୋକପ୍ରିୟ ପାଇଥିଲା ।  ସବୁବେଳ ବିଜେପିକୁ ଟାର୍ଗେଟ କରିଆସିଥିବା କଂଗ୍ରେସ ନେତ୍ରୀ ଶବାନା ମୁସ୍ଲିମ୍‌ ସମାରୋହରେ ନଜର ଆସିଥିଲେ। ସେ ଅଲ ଇଣ୍ଡିଆ ଉଲେମା ବୋର୍ଡର ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ଶବାନା କୃଷ୍ଣ ଜନ୍ମଭୂମିକୁ ଆବେ ଜମଜମରେ ଧୋଇବା କଥା କହିବା ପରେ ଗାଏବ ହୋଇଯାଇଥିଲେ। କିନ୍ତୁ ସୋମବାର ଦ୍ବିପ୍ରହର ବେଳକୁ ବିଜେପିରେ ସାମିଲ ନେଇ ଶବାନାଙ୍କ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିବା ପରେ ରାଜନୈତିକ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଯାଇଛି ।  

   Related Posts