ପସନ୍ଦ କଲେ, ହଜାରେ ଟଙ୍କା ଆଡଭାନ୍ସ ଦେଲେ, କିନ୍ତୁ ଗାଏବ କରିନେଲେ ୩ ଲକ୍ଷର ଗହଣା

Published By : Prameya-News7 Bureau | September 05, 2020 IST

ଆାଗ୍ରା: ସ୍ମାର୍ଟ ଯୁଗରେ ସ୍ମାର୍ଟ ଲୁଟେରା । ଫିଲ୍ମ ଷ୍ଟାଇଲ୍‌ରେ କରୁଛନ୍ତି ଲୁଟ । ଆଗ୍ରାର ରାଜପୁର ଚୁଙ୍ଗିରେ ଥିବା ଏକ ଗହଣା ଦୋକନାରୁ ଲକ୍ଷାଧିକ ଟଙ୍କାର ଗହଣା ଲୁଟ କରି ଫେରାର ହୋଇଥିବା ଲୁଟେରାକୁ ନେଇ ଏବେ ଚର୍ଚ୍ଚା । ଗ୍ରାହକ ସାଜି ଆସିଲେ, ୧୦୦୦ ଟଙ୍କା ଆଡଭାନ୍ସ ଦେଲେ କିନ୍ତୁ ଲୁଟିନେଲେ ୩ ଲକ୍ଷ ଟଙ୍କାର ଗହଣା ।ଦିନ ଦ୍ବିପ୍ରହରେ ଦୋକାନ ମାଲିକ ଓ କର୍ମଚାରୀଙ୍କ ଆଖିରେ ଧୂଳିଦେଇ ଲୁଟିନେଲେ ଳକ୍ଷାଧିକ ଟଙ୍କାର ଗହଣା ।

ପ୍ରଥମେ ଦୁଇ ଜଣ ଗ୍ରାହକ ସାଜି ଦୋକାନରେ ପ୍ରବେଶ କରିଥିଲେ । ପରେ ସମସ୍ତଙ୍କୁ ଚକ୍‌ମା ଦେଇ ଲୁଟିନେଲେ ଗହଣା । ଦୋକାନ ମାଲିକଙ୍କ କହିବା ଅନୁସାରେ, ଦିନ ୩ଟା ସମୟରେ ଦୁଇ ଜଣ ବ୍ୟକ୍ତି ଦୋକନାକୁ ଆସିଥିଲେ। ସେତେବେଳେ ଦୋକାନରେ ମାଲିକ ଶିବକୁମାର ଗୁପ୍ତା ଉପସ୍ଥିତ ଥିଲେ । ଦୁଇ ବ୍ୟକ୍ତି ଦୋକନରେ ପ୍ରବେଶ କରିବା ପରେ ରୂପାର ଗହଣା ଦେଖାଇବାକୁ କହିଥିଲେ । ଏହାସହ ସେମାନଙ୍କ ମଧ୍ୟରେ ଜଣେ ସୁନାର ପ୍ୟାଣ୍ଡେଣ୍ଟ କଣିବାକୁ କହିଥିଲା ।

ସେମାନଙ୍କ କଥା ବୁଝି ହେଉନଥିବା କହିଛନ୍ତି ଶିବକୁମାର । ଜଣେ ସୁନା କାନଫୁଲ ଦେଖାଇବାକୁ କହିବାରୁ ସେ କିଛି ଗହଣା ବାକ୍ସ ସେମାନଙ୍କ ସାମ୍ନାରେ ରଖିଥିଲେ । ଏହାପରେ ଜଣେ ପ୍ୟାଣ୍ଡେଣ୍ଟ ଦେଖାଇବାକୁ କହିଥିଲା। ଯେମିତି ଶିବକୁମାର ପଛକୁ ବୁଲିଛନ୍ତି ପୂର୍ବ ​‌ଯୋଜନା ମୁତାବକ ସେମାନେ ସୁନା ଅଳଙ୍କାର ଥିବା ଏକ ବାକ୍ସକୁ ଲୁଚାଇଦେଲେ। ଏହାପରେ ଦୁଇ ବ୍ୟକ୍ତି ଦୋକାନରୁ ଗୋଟିଏ ଜିନିଷ ପସନ୍ଦ କରିବା ସହ ହଜାରେ ଟଙ୍କା ଆଡଭାନ୍ସ ଦେଇ ପଛରେ ପୂରା ଟଙ୍କା ଦେଇ ଜିନି​ଷ ନେବେ ବୋଲି କହିଥିଲେ।

ସେମାନଙ୍କ କଥାରେ ରାଜି ହୋଇଥିଲେ ଶିବକୁମାର। ଦୁଇ ବ୍ୟକ୍ତି ବାହାରକୁ ଯାଇ ସୁନା ଆଭୂଷଣ ସଜାଡ଼ୁଥିବା ଦେଖି ଜଣାପଡ଼ିଲା ଯେ ଦୋକାନରୁ କିଛି ଚୋରି ହୋଇଛି । ଦେଖିବା ପରେ ଜଣାପଡ଼ିଲା ସୁନା ଅଳଙ୍କାର ଭର୍ତ୍ତି ଏକ ବାକ୍ସ ଗାଏବ ହୋଇଯାଇଛି । ସେଥିରେ ୩ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଥିଲା । ପରେ ସିସିଟିଭି ଦେଖିବା ପରେ ସ୍ମାର୍ଟ ଚୋରଙ୍କ କାରନାମା ଜଣାପଡ଼ିଥିଲା । ତେବେ ଅଭିଯୋଗ ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। କିନ୍ତୁ ଲୁଟେରାଙ୍କ ଟେର ପାଇନଥିବା ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.