Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

ମୋଦିଙ୍କ ସହ କଥାବାର୍ତ୍ତା ହେବାର ୩ ଘଣ୍ଟା ପରେ ବଦଳିଗଲା ପ୍ରୀତିଙ୍କ ଜୀବନ: ଘର ମରାମତି ପାଇଁ ମିଳିଲା ୨ ଲକ୍ଷ ଟଙ୍କାର ଚେକ୍

28/10/2020 at 12:00 PM

ଆଗ୍ରା ୨୮/୧୦ : ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ଲାଭାର୍ଥି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥାବାର୍ତ୍ତା କରିଛନ୍ତି। ଆଗ୍ରାର ପ୍ରୀତି ନାମକ ମହିଳା ମଧ୍ୟ ମୋଦିଙ୍କ ସହ ଭିଡିଓ କନଫରେନସିଂ ଜରିଆରେ କଥାବାର୍ତ୍ତା କରିଛନ୍ତି। ପ୍ରୀତି ମଧ୍ୟ ଏହି ଯୋଜନାର ଜଣେ ଲାଭାର୍ଥି ଯିଏ ଠେଲା ଲଗାଇ ପନିପରିବା ବିକ୍ରି କରନ୍ତି। କିନ୍ତୁ ଲକଡାଉନ ସମୟରେ ପରିବା ବିକ୍ରି ବନ୍ଦ ହୋଇଯାଇଥିଲା। ଯେଉଁଥିପାଇଁ ପ୍ରୀତିଙ୍କ ସ୍ଥିତି ଖରାପ ହୋଇଯାଇଥିଲା। ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ଲଞ୍ଚ କଲାପରେ ପ୍ରୀତି ଏହି ଯୋଜନା ମାଧ୍ୟମରେ ୧୦ ହଜାର ରାଙ୍କରେ ନେଇ ଫଳ ଠେଲା ଲଗାଇଲେ। ପ୍ରଧାନମନ୍ତ୍ରୀଙ୍କ ସହ କଥାବାର୍ତ୍ତାରେ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। କଥାବାର୍ତ୍ତା ସମୟରେ ସେ ନିଜର ଓ ନିଜ ପରିବାରର ଆର୍ଥିକ ସ୍ଥିତି ସମ୍ପର୍କରେ କହିଥିଲେ। ୩ ଘଣ୍ଟା ମଧ୍ୟରେ ଆଗ୍ରା ଡିଏମ ପ୍ରଭୁ ଏନ ସିଂହ ପ୍ରୀତିଙ୍କ ଘରକୁ ଯାଇ ତାଙ୍କ ଘର ମରାମତି ପାଇଁ ତାଙ୍କୁ ୨ ଲକ୍ଷ ଟଙ୍କାର ଚେକ ଦେଇଥିଲେ।  

ସାହାଯ୍ୟ ମିଳିବା ପରେ ପ୍ରୀତି ବିଶ୍ୱାସ କରିପାରିଲେଣି ଯେ ପ୍ରଧାନମନ୍ତ୍ରୀଙ୍କ ସହ କଥାବାର୍ତ୍ତା ହେବାପରେ ଏତେ ଶୀଘ୍ର ତାଙ୍କୁ ସାହାଯ୍ୟ ମିଳିଥିଲା। ଏହି ସହାୟତା ପାଇଁ ସେ ମୋଦିଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଇଛନ୍ତି। ପ୍ରୀତି ମୋଦିଙ୍କ ସହ ୭ ମିନିଟ କଥା ହୋଇଥିଲେ। ଲକଡାଉନ୍ ସମୟରେ ସେ ଯେଉଁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ସେ ସମ୍ପର୍କରେ ଜଣାଇଥିଲେ। ଏହାସହ ସ୍ୱନିଧି ଯୋଜନା ଅନୁସାରେ ତାଙ୍କୁ ମିଳିଥିବା ସହାୟତା ଓ ତାଙ୍କ ବ୍ୟବସାୟ ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ। ଶେଷରେ ପ୍ରଧାନମନ୍ତ୍ରୀ ପ୍ରୀତିଙ୍କୁ ପଚାରିଥିଲେ ଯେ ତାଙ୍କର କିଛି ସମସ୍ୟା ନାହିଁ ତ ? ପ୍ରୀତି ନିଜ ଘରର ଅବସ୍ଥା କହିଥିଲେ ଓ ତାଙ୍କ ସ୍ୱାମୀଙ୍କ ଗୋଡରେ ସମସ୍ୟା ଅଛି ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ ଅଫିସରଙ୍କୁ ନିର୍ଦେଶ ଦେବେ ଏବଂ ସେ ତାଙ୍କୁ ସାହାଯ୍ୟ କରିବେ। ଏହାର ୩ ଘଣ୍ଟା ପରେ ଡିଏମ ପ୍ରୀତିଙ୍କ ଘରେ ପହଞ୍ଚିଥିଲେ ଓ ଘରର ମରାମତି ପାଇଁ ୨ ଲକ୍ଷ ଟଙ୍କାର ଚେକ ଦେଇଥିଲେ।

ରେହଡୀ ପଟରି ଦୋକାନୀଙ୍କ ସାହାଯ୍ୟ ପାଇଁ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ଲାଭାର୍ଥିଙ୍କ ସହ ମଙ୍ଗଳବାର ସକାଳ ସାଢେ ୧୦ଟା ସମୟରେ ମୋଦି ଭର୍ଚ୍ଚୁଆଲ୍ କଥାବାର୍ତ୍ତା କରିଥିଲେ। ପ୍ରଥମେ ସେ ଶିଳ୍ପଗ୍ରାମରେ ଫଳ ଠେଲା ଲଗାଇଥିବା ପ୍ରୀତିଙ୍କ ସହ କଥାବାର୍ତ୍ତା କରିଥିଲେ। ଏହାପରେ ପ୍ରୀତିଙ୍କୁ ତୁରନ୍ତ ସାହାଯ୍ୟ ମିଳିଥିଲା। ପ୍ରୀତି ବିଶ୍ୱାସ କରିପାରୁ ନାହାନ୍ତି ଯେ ମୋଦିଙ୍କୁ ନିଜ ସମସ୍ୟା ଜଣାଇବା ପରେ ଏତେ ଶୀଘ୍ର ତାଙ୍କୁ ସହାୟତା ମିଳିଛି।

   Related Posts