Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଉରକେଲା : ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ଶନିବାର ରାତିରୁ ଥିଲେ ନିଖୋଜ, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧୩ କୋଭିଡ୍ ପଜିଟିଭ୍‌, ୩୩୪୭୮୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜଗତସିଂହପୁର : ବ୍ୟାଙ୍କ୍ ଲୁଟ୍ ଉଦ୍ୟମ ପଣ୍ଡ, ଆଲମିରାରେ ନିଆଁ ଲାଗି ପୋଡିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
  • ||
  • ଯାଜପୁର : ରାସ୍ତାକଡରୁ ରମାଦେବୀ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣାରେ ୨ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଆଠମଲ୍ଲିକ : ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ଚାଲିଗଲା ନିଜ ଜୀବନ
  • ||
  • ସୋର : ଖେଳୁଥିବା ବେଳେ ୩ବର୍ଷର ଶିଶୁ ଉପରେ ମାଡିଗଲା ଟ୍ରକ୍, ଘଟଣାସ୍ଥଳରେ ମୃତ୍ୟୁ
  • ||
  • ନୂଆଦିଲ୍ଲୀ : ଭାରତ ପୁଣି ବଢାଇଲା ସହଯୋଗର ହାତ, ବାହାରିନ୍‌ ଓ ଶ୍ରୀଲଙ୍କାକୁ ପଠାଇଲା କୋଭିସିଲ୍ଡ ଟିକା
  • ||
  • କେମ୍ରୁନରେ ଗ୍ୟାସ ବୋଝେଇ ଟ୍ରକ ସହ ଧକ୍କା ପରେ ଜଳିଗଲା ବସ୍ : ୫୩ ମୃତ, ୨୯ ଗୁରୁତର
  • ||
  • ଶେଷ ହେବ କୃଷକ ଆନ୍ଦୋଳନ ! ସଙ୍ଗଠନରେ ଫାଟ, ଯୋଗେନ୍ଦ୍ର ଯାଦବ ଓ ଟିକୈତଙ୍କ ସମେତ ୩୭ ଚାଷୀଙ୍କ ଉପରେ ପଡିବ ଚଡକ
  • ||
  • ଖଲ୍ଲିକୋଟ : ଫାଟିଗଲା କାର୍ ଚକା, ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ; ଜଣେ ମୃତ, ୨ ଆହତ
  • ||

ବାଥରୁମରେ ଶ୍ବାସରୁଦ୍ଧ ହୋଇ ମା’ ଏବଂ ୨ ଶିଶୁଙ୍କ ମୃତ୍ୟୁ, ଗିଜରରେ ପାଣି ଗରମ କରି ଗାଧଉଥିଲେ ହୁଅନ୍ତୁ ସତର୍କ

25/02/2019 at 4:37 PM

ଆଗ୍ରା ୨୫/୨ : ଆଗ୍ରାରେ ଜଣେ ବ୍ୟବସାୟୀଙ୍କ ପତ୍ନୀ ଏବଂ ୨ ଶିଶୁଙ୍କ ଅଣନିଶ୍ୱାସୀ ହେବା ଯୋଗୁଁ ମୃତ୍ୟୁ ହୋଇଛି | ଶାହଗଂଜର ପାଣ୍ଡବ ନଗରରେ ରହୁଥିବା ବ୍ୟବସାୟୀ ରୋହିତ ଧୁପଡ଼ଙ୍କ ପତ୍ନୀ ଏବଂ ୨ ଶିଶୁ ବାଥରୁମରେ ଗିଜରର ଗ୍ୟାସରେ ଅଣନିଶ୍ୱାସୀ ହୋଇ ଗତକାଲି ପ୍ରାଣ ହରାଇଛନ୍ତି |

ରୋହିତଙ୍କର ଏକ ଶାଢ଼ୀ ଶୋ’ରୁମ ଅଛି | ରୋହିତଙ୍କ ବାପାଙ୍କ ସେହି ଶୋ’ରୁମ ପାଖରେ ହିଁ ଏକ ଔଷଧ ଦୋକାନ ଅଛି | ଗତକାଲି ରୋହିତଙ୍କ ବାପା ଏବଂ ମା ଶୋ’ରୁମକୁ ଯାଇଥିଲେ | ଘରେ ରୋହିତଙ୍କ ପତ୍ନୀ ଋତୁ (୩୮), ଦୁଇ ଝିଅ ସଚିକା (୬) ଏବଂ କାୟରା (୩) ଥିଲେ | ସନ୍ଧ୍ୟାରେ ଋତୁଙ୍କ ମା’ ଫୋନ କରିଥିଲେ | ବହୁତ ସମୟ ଧରି ଫୋନ କରିବା ପରେ ମଧ୍ୟ କେହି ଫୋନ ନ ଉଠାଇବାରୁ ସେ ଚିନ୍ତତା ହୋଇ ରୋହିତଙ୍କୁ ଫୋନ କରିଥିଲେ |

ରୋହିତ କୌଣସି ଦୁର୍ଘଟଣା ଆଶଙ୍କା କରି ପଡିଶାରେ ରହୁଥିବା ଜଣେ ମହିଳାଙ୍କୁ ଫୋନ କରି ଦେଖିବାକୁ କହିଥିଲେ | ମହିଳା ବହୁତ ଚେଷ୍ଟା କରିଥିଲେ କବାଟ ଖୋଲିବା ପାଇଁ କିନ୍ତୁ କବାଟ ଖୋଲିନଥିଲା | ଏହାପରେ ରାତି ପ୍ରାୟ ୮ଟା ବେଳେ ରୋହିତ ଘରକୁ ଫେରିଥିଲେ | ସେ ଧକ୍କା ମାରି କବାଟ ଖୋଲିଥିଲେ | ଦୌଡ଼ି ଯାଇ ଘର ଭତରକୁ ଦେଖିଲାବେଳେ ଋତୁ ଏବଂ ୨ ଶିଶୁ ବାଥରୁମରେ ଗାଧୋଇବା ଅବସ୍ଥାରେ ପଡ଼ିଥିଲେ |

 ରୋହୀତ ସଂଗେ ସଂଗେ ପୋଲିସକୁ ଖବର ଦେଇଥିଲେ | ପୋଲିସ ମୃତଦେହଗୁଡିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଯାଞ୍ଚ ଆରମ୍ଭ କରିଥିଲା | ଯାଞ୍ଚବେଳେ ଜଣାପଡିଥିଲା ପାଣି ଟାଙ୍କି ଏବଂ ଗିଜର ଗ୍ୟାସ ଖାଲିଥିଲା | ବାଥରୁମର ଏକଜଷ୍ଟ ଫ୍ୟାନ ମଧ୍ୟ ବନ୍ଦ ଥିଲା |ଫଳରେ ଅଣନିଶ୍ୱାସୀ ହୋଇ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି | 

ଦ୍ବିପ୍ରହର ପରେ ଋତୁଙ୍କୁ ଆଖପାଖ ପଡୋଶୀ କେହି ମଧ୍ୟ ଦେଖିନଥିଲେ | ଗାଧେଇବା ପାଇଁ ଯାଇଥିବାବେଳେ ଏହି ଦୁର୍ଘଟଣା ଘଟିଥିବ ବୋଲି ଆଶଙ୍କା କରାଯାଉଛି | କାରଣ ସନ୍ଧ୍ୟାରେ ପାଣି ଟାଙ୍କି ଖାଲି ଥିବା ସହ ଗିଜର ଗ୍ୟାସ ସିଲିଣ୍ଡର ଉଭୟ ଖାଲି ଥିଲା | ବାଥରୁମରେ ଭେଣ୍ଟିଲେସନର କୌଣସି ବ୍ୟବସ୍ଥା ନଥିବା ଯୋଗୁଁ ଶ୍ବାସରୁଦ୍ଧ ହୋଇ ମା’ ଝିଅଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି | ଫୋରେନସିକ ଟିମ ପହଂଚି ତଦନ୍ତ କରୁଛନ୍ତି | ରିପୋର୍ଟ ଆସିଲେ ଜଣାପଡିବା ବୋଲି କହିଛି ପୋଲିସ |

ଯଦି ଆପଣ ବି ଶୀତରେ ପାଣି ଗରମ କରିବା ପାଇଁ ଗିଜର ବ୍ୟବହାର କରୁଛନ୍ତି ତାହେଲେ ଟିକେ ସାବଧାନ ରୁହନ୍ତୁ |

ଫରେନସିକ ବିଭାଗର ଅଧ୍ୟକ୍ଷ ଡ.ଅଜୟ ଅଗ୍ରୱାଲ କହିଛନ୍ତି ଯେ, ଏଲପିଜି ସିଲିଣ୍ଡର ଜରିଆରେ ଗିଜରରେ ପାଣି ଗରମ କରାଯାଇଥାଏ | ଏଲପିଜିରେ ବ୍ୟୁଟନ ଏବଂ ପ୍ରୋପୁନ ଗ୍ୟାସ ଥାଏ | ଏହା ଜଳିବା ପରେ କାର୍ବନ ଡାଇଅକ୍ସାଇଡ ସୃଷ୍ଟି କରିଥାଏ | ଛୋଟ ଛୋଟ ଜାଗାରେ ଗ୍ୟାସ ଗିଜର ଚାଲିଲେ କାର୍ବନ ଡାଇଅକ୍ସାଇଡ ମାତ୍ର ବଢ଼ିଯାଇଥାଏ ଏବଂ ଅକ୍ସିଜେନ ମାତ୍ର କମିଯାଇଥାଏ | ଏଭଳି ପରିସ୍ଥିତିରେ ମସ୍ତିସ୍କରେ ମଧ୍ୟ ଅକ୍ସିଜେନ କମିଯାଇଥାଏ | ଫଳରେ ମଣିଷ ମଣିଷ କୋମା ସ୍ଥିତି ପଳାଇଥାଏ | ଏଭଳି ପଡିରହିବା ପରେ ମୃତ୍ୟୁ ହୋଇଯାଇଥାଏ | 

   Related Posts