Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ସର୍ଟ ସର୍କିଟ ହୋଇ ଜଳିଗଲା ଦୋକାନ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ

7/03/2020 at 7:56 AM

ଲମତାପୁଟ ୦୭।୦୩ : ସର୍ଟ ସର୍କିଟରୁ ଜଳିଗଲା ଦୋକାନ ଘର । କୋରାପୁଟ ଜିଲ୍ଲା ଅନକାଡେଲି ବଜାରରେ ଥିବା ଖଗେଶ୍ବର ବେହେରାଙ୍କ ଦୋକାନରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କା ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରଖିଛନ୍ତି ।

ଶନିବାର ରାତି ପ୍ରାୟ ୧୧ ସମୟରେ ହଠାତ୍‌ ଦୋକାନରେ ନିଆଲାଗିଯାଇଥିଲା । ସର୍ଟ ସର୍କିଟରୁ ଦୋକାନରେ ନିଆ ଲାଗିଥିବା କୁହାଯାଉଛି । ଦୋକାନରେ ନିଆଁ ଲାଗିବାର ଦେଖି  ସ୍ଥାନୀୟ ଲୋକମାନେ ଲିଭାଇବା ପାଇଁ ଚେଷ୍ଟା କରିଥିଲେ ।  କିନ୍ତୁ ନିଆଁକୁ ଆୟତ୍ତ କରିବାରେ ବିଫଳ ହୋଇଥିଲେ । ଦୋକାନରେ ବହୁ ପ୍ଲାଷ୍ଟିକ୍ ସାମଗ୍ରୀ ଥିବାରୁ ନିଆଁକୂ ଲିଭାଇବାରେ ବିଫଳ ହେଉଥିଲେ ସ୍ଥାନୀୟଲୋକ ।

ଶେଷରେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବା ପାଇଁ ଏକ ଗଣ୍ଟା ସମୟ ଲାଗିଥିଲା । ଏବଂ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ ।  ଅଗ୍ନିକାଣ୍ଡରେ ଦୋକାନର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । କୌଣସି ବ୍ୟକ୍ତି ଆହତ ହୋଇନଥିବା ଜଣାପଡିଛି ।

   Related Posts