ଭୟାବହ ଅଗ୍ନିକାଣ୍ଡରେ ପୋଡ଼ିଗଲା ସାତ ବଖରା ଘର, ବହୁ ଆସବାପତ୍ର ପୋଡି ପାଉଁଶ

Published By : Prameya-News7 Bureau | April 06, 2020 IST

ଭଦ୍ରକ ୦୬।୦୪: ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଳାଉଡିରେ ଅଗ୍ନିକାଣ୍ଡ  ଘଟିଛି ।  ଅଗ୍ନିକାଣ୍ଡ ସାତ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ ଏହି ଅଗ୍ନିକାଣ୍ଡରେ କୌଣସି ମୃତାହତର ସୂଚନା ନାହିଁ ବୋଲି ଜଣାପଡିଛି ।

{"id":249576,"sizeSlug":"large"}

ସୂଚନାଯୋଗ୍ୟ ଯେ, ରବିବାର ଦିନ ରାତି ସମୟରେ ଅଳାଉଡି ଗାଁର ପ୍ରତିଦିନ ପରି ଲୋକମାନେ ଖାଇ ସାରି ଶୋଇବାକୁ ଯାଇଥିଲେ । କିନ୍ତୁ ହଠାତ୍‌ ସାହି ୫ଟି ପରିବାରର ୭ବଖରା ଘରେ ନିଆଁ ଲାଗିଯାଇଥିଲା । ତେବେ ନିଆଁର ପରିମାଣ ଏତେ ଥିଲେ ଯେ ସେମାନେ ନିଆଁକୁ ଆୟତ୍ତ କରିବା ନିଜ ପକ୍ଷେ ଅସମ୍ଭବ ହୋଇଥିଲା । ସାହି ବାସୀନ୍ଦା ନିଜ ଜୀବନକୁ ରକ୍ଷା କରିବାକୁ ଯାଇ ଘର ବାହାରକୁ ପଳାଇଆସିଥିଲେ । ଏବଂ ଘର ଥିବା ଜିନିଷ କିଛି ବାହାର କରିପାରିନଥିଲେ । ଯାହାକି ଅଗ୍ନିକାଣ୍ଡ ପୋଡି ପାଉଁଶ ହୋଇଯାଇଛି । ତେବେ ଘଟଣାସ୍ଥଳରେ ଖବର ପାଇଁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛି । କିନ୍ତୁ ଅଗ୍ନିକାଣ୍ଡରେ ୭ବଖରା ଘର ସହ ବହୁ ଆସବାପତ୍ର ପୋଡି ପାଉଁଶ ହୋଇଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.