ନିଆଁରେ ପୋଡି ହୋଇ ଅଢେଇ ବର୍ଷର ଶିଶୁ କନ୍ୟା ଓ ମା ଗୁରୁତର

Published By : Prameya-News7 Bureau | October 10, 2020 IST

ନୀଳଗିରି ୧୦।୧୦ : ନିଆଁ ପାଲଟିଗଲା କାଳ । ନିଆଁରେ ପୋଡ଼ି ଅଢେଇ ବର୍ଷର ଶିଶୁ କନ୍ୟା ସମେତ ମା ଗୁରୁତର ହୋଇଛନ୍ତି। ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଜାମୁନା ଅଞ୍ଚଳରେ ଏଭଳି ଘଟଣାଘଟିଛି ।

ଖବର ଅନୁଯାୟୀ, ଜାମୁନା ଅଞ୍ଚଳର ଅନ୍ତର୍ଯ୍ୟାମୀ କବାଟଙ୍କ ସ୍ତ୍ରୀ ପାର୍ବତୀ(୩୦) ତାଙ୍କ ଅଢେଇବର୍ଷର ଶିଶୁ କନ୍ୟା ମନୀଷାଙ୍କୁ କାଖେଇ ଥିବା ବେଳେ ଅସାବଧାନତା କାରଣରୁ ପାଖରେ ବସିଥିବା କିରୋସିନୀ ଜାରରେ ଗୋଡ଼ ବାଜିଯାଇଥିଲା। ଯାହାଫଳରେ କିରୋସିନୀ ଜାରର ଠିପି ଖୋଲିଯାଇଥିଲା । ପାଖରେ ଜଳୁଥିବା ଚୁଲିରେ କିରୋସିନୀ ପଡିଯିବାରୁ ନିଆଁ ଖୁବ୍‌ ଜୋରରେ ଜଳିଥିଲା ।

ନିକଟରେ ଥିବା  ମା ଓ ଶିଶୁ କନ୍ୟାଙ୍କ ଦେହରେ ନିଆଁ ଲାଗିଯାଇ ଗୁରୁତର ହୋଇଥିଲେ । ପରେ ସେମାନଙ୍କୁ ଗୁରୁତର ଭାବେ  ୧୦୮ ଆମ୍ବୁଲାନ୍ସ ଯୋଗେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଉଭୟଙ୍କ ଶରୀର ଅନେକ ଅଂଶ ପୋଡିଯାଇଥିବାରୁ ତାଙ୍କୁ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.