ଅଧାବାଟରେ ଜଳିଗଲା ସ୍କୁଲ୍ ଭ୍ୟାନ୍, ୪ଛାତ୍ର ମୃତ

Published By : Prameya-News7 Bureau | February 15, 2020 IST

ସଙ୍ଗୁର ୧୫।୦୨: ପଞ୍ଜାବ ସଙ୍ଗୁର ଲଙ୍ଗଟାଉନ ଅଞ୍ଚଳରେ ଅଭାବନୀୟ ଘଟଣା । ସ୍କୁଲ ଭ୍ୟାନରେ ନିଆଁ ଲାଗି ୪ଜଣ ପିଲାଙ୍କ ମୃତ୍ୟୁ ହୋଇଯାଇଛି । ଅଚାନକ ସ୍କୁଲ ଭ୍ୟାନ୍‌ରେ ନିଆଁ ଲାଗିଯିବାରୁ ୪ଜଣ ଶିଶୁ ଜୀଅନ୍ତା ପୋଡି ହୋଇ ମୃତ୍ୟୁବରଣ କରିଛନ୍ତି । ତେବେ ଗାଡିରେ ଥିବା ପିଲାଙ୍କ ମଧ୍ୟରୁ କିଛି ଜଣ ଆହତ ଥିବା ଜଣାପଡିଛି । ଆହତ ଥିବା ପିଲାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

{"id":224796,"sizeSlug":"large"}

ସୂଚନାଯୋଗ୍ୟ ଯେ, ଶନିବାର ଦିନ ସିମରନ ପବ୍ଲିକ ସ୍କୁଲର ଏକ ମାରୁତି ଭ୍ୟାନ୍‌ରେ ୨୦ଜଣ ପିଲା ଯାତ୍ରା କରୁଥିଲେ । ସ୍କୁଲ ଛୁଟି ହେବା ପରେ ସମସ୍ତ ପିଲାଙ୍କ ନେଇ ଘରକୁ ଛାଡିବା ପାଇଁ ବାହାରିଥିଲା ମାରୁତି ଭ୍ୟାନ୍‌। କିନ୍ତୁ ରାସ୍ତାରେ ଯାଉଥିବା ସମୟରେ କେହରସିଂହ ନିକଟରେ ଅଚାନକ ଗାଡିରେ ନିଆଁ ଲାଗିଯାଇଥିଲା । ଗାଡିରେ ଉପସ୍ଥିତ ଥିବା ସ୍କୁଲ କର୍ମଚାରୀ ପିଲାଙ୍କୁ ତୁରନ୍ତ ବାହାରାକୁ ବାହାର କରିବାକୁ ଉଦ୍ୟମ ଜାରି ରହିଥିଲା ।

{"id":224799,"sizeSlug":"large"}

ନିଆଁ ଏତେ ପରିମାଣରେ ବ୍ୟାପି ଯାଇଥିଲା ଯେ, ସମ୍ପର୍ଣ୍ଣ ଭ୍ୟାନଟିକୁ ପୋଡିଯାଇଥିଲା । ଏବଂ ଗାଡିରେ ଥିବା ୪ଜଣ ନିଷ୍ପାପ ଶିଶୁଙ୍କୁ ଜୀବନ ଚାଲିଗଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଶିଶୁ ଓ ଡ୍ରାଇଭରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ନିଆଁ କଣ ପାଇଁ ଓ କେମିତି ଲାଗିଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.