ସାପ୍ତାହିକ ହାଟରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଜଳିଗଲା ୬୦ରୁ ଅଧିକ ଦୋକାନ
12/03/2020 at 9:33 AM

ନିଆଳି ୧୨।୦୩: ଦୃବୁର୍ତ୍ତ ଜାଳିଦେଲେ ହାଟ ଚାଳି । କଟକ ଜିଲ୍ଲା ନିଆଳିର ସାପ୍ତାହିକ ହାଟରେ ଥିବା ଶତାଧିକ ଚାଳି ଜଳିଯାଇଛି। ଅଗ୍ନିକାଣ୍ଡରେ ଶତାଧିକ ବ୍ୟବସାୟୀ ତାଙ୍କର ବେପାର ବଣିଜ କରି ପରିବାର ପୋଷୁ ଥିବାବେଳେ ଗତକାଲି ବିଳମ୍ବିତ ରାତିରେ କେହି ଦୃର୍ବୃତ୍ତ ଚାଳି ଗୁଡିକରେ ନିଆଁ ଲଗାଇ ଦେଇଛି । ଫଳରେ ୬୦ ରୁ ଉର୍ଦ୍ଧ୍ବ ଚାଳ ଛପର ଘର ପୋଡ଼ି ପାଉଁଶ ହୋଇଯାଇଛି ।

ଗୁରୁବାର ହାଟ ଥିବାରୁ ବ୍ୟବସାୟୀ ମାନେ ବ୍ୟବସାୟ କରିବାକୁ ଆସିଥିଲେ । ହେଲେ ସ୍ଥିତି ଦେଖି ବ୍ୟବସାୟ ବନ୍ଦ କରିଛନ୍ତି । ହାଟ ଚାଳିରେ ପ୍ରାୟ ସବୁ ଦିନ ସଂଧ୍ୟା ସମୟରେ ଅସାମାଜିକ ବ୍ୟକ୍ତି ଡେରା ପକାଇଥାନ୍ତି । ଦୁଇ ଦିନ ତଳେ ନିଆଳି ପୋଲିସ କିଛି ବ୍ୟକ୍ତିଙ୍କୁ ଧରି ଧମକ ଚମକ ଦେଇ ସେଥିରୁ ନିବୃତ ରହିବା ପାଇଁ କହିଥିଲା । ତେଣୁ ଆକ୍ରୋଶମୂଳକ ଭାବେ ନିଆଳି ହାଟଚାଳିକୁ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା କୁହାଯାଉଛି । ଫଳରେ ବହୁ ବ୍ୟବସାୟୀ ନିଜର ଜୀବିକା ହରାଇଛନ୍ତି । ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।
