Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ଜଳୁଛି ପୁଣି ବିସ୍କୁଟ ଟ୍ରକ୍, କିଛି ଦିନ ତଳେ ଅଗ୍ନିଶମ ବାହିନୀ ନିଆଁକୁ ଲିଭାଇଥିଲେ

4/09/2020 at 11:53 AM

ଭଦ୍ରକ ୦୪।୦୯: କିଛି ଦିନ ତଳେ ରାସ୍ତାରେ କଣ୍ଟେନର ଯାଉ ଯାଉ ହଠାତ୍‌ ନିଆଁ ଲାଗିଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ନିଆଁ ଲାଗିଥିବା ବିସ୍କୁଟ ବୋଝେଇ କଣ୍ଟେନରକୁ ପୋଲିସ ରାଜପଥରୁ ହଟାଇ ନିର୍ମାଣଧୀନ ରାସ୍ତା ଉପରେ ରଖିଥିଲା । କିନ୍ତୁ ଏବେ ସେହି ବିସ୍କୁଟ ବୋଝେଇ କଣ୍ଟେନର ପୁଣି ଜଳୁଛି ।

୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ ସହରର ମୋଟେଲ ଛକ ନିକଟରେ ଜଳୁଛି ଏହି କଣ୍ଟେନର। କିଛି ଦିନ ପୂର୍ବରୁ ଏହି ବିସ୍କୁଟ ବୋଝେଇ କଣ୍ଟେନରଟି ବିଶାଖାପାଟଣାରୁ କଲିକତା ଯିବା ବେଳେ ସାହାପୁର ଛକ ନିକଟରେ ନିଆଁ ଲାଗିଥିଲା । ଗାଡିରୁ ନିଆଁ ଲିଭା ଯାଇ ରାସ୍ତାକଡ଼ରେ ରଖାଯାଇଥିଲା । କିନ୍ତୁ ଏବେ ସେହି ଗାଡିରୁ ପୁଣି ନିଆଁ ବାହାରୁଥିବାର ଦେଖିବାକୁ ମିଳିଛି ।

ଗତ ୧୬ ତାରିଖ ଦିନ ଟ୍ରକରେ ନିଆଁ ଲାଗିଥିଲା । ଅଗ୍ନିଶମ ବାହିନୀ ୩ ଥର ନିଆଁ ଲିଭାଇବା ସତ୍ତ୍ୱେ ଏବେ ପୁଣି କଣ୍ଟେନର ମଧ୍ୟରୁ ନିଆଁ ବାହାରୁଛି । ଡ୍ରାଇଭରଙ୍କ କହିବା କଥା ଟ୍ରାନ୍ସପୋର୍ଟର କୌଣସି କର୍ମଚାରୀ ଆସିନଥିବାରୁ କଣ୍ଟେନରରୁ ସାମଗ୍ରୀ ବାହାର କରିହେଉନି । ସମୟେ ସମୟେ ହଠାତ୍‌ ନିଆଁ ଲାଗିଯାଉଛି ।

   Related Posts