ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଅଗ୍ନିକାଣ୍ଡ : କଣ୍ଟ୍ରୋଲ ରୁମରେ ଲାଗିଗଲା ନିଆଁ

Published By : Prameya-News7 Bureau | April 05, 2021 IST

ରାଉରକେଲା,୦୫/୦୪:  ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଅଗ୍ନିକାଣ୍ଡ । ରାତି ପ୍ରାୟ ୩ଟାରେ ଏସ ଏମ ଏସ-୨ର କଣ୍ଟ୍ରୋଲ ରୁମ୍ ରୁମରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି ।

ସୂଚନାନୁସାରେ, ସୋମବାର ବିଳମ୍ବିତ ରାତ୍ରରେ ଷ୍ଟିଲ ପ୍ଲାଣ୍ଟର କଣ୍ଟ୍ରୋଲ ରୁମରେ ହଠାତ ନିଆଁ ଲାଗିଯାଇଥିଲା । ଏନେଇ ତୁରନ୍ତ ଅଗ୍ନିଶମ ବାହିନୀଙ୍କୁ ଖବର ଦିଆଯାଇଥିଲା ।  ଘଟଣାସ୍ଥଳରେ ଷ୍ଟିଲ୍ ପ୍ଲାଣ୍ଟ କର୍ମଚାରୀ ମଧ୍ୟ ପହଁଚିଥିଲେ । ତେବେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ କରିବାରେ ସଫଳ ହୋଇଥିଲା ।

 ନିଆଁ ଲାଗିବାର କାରଣ ଏବେବି  ଅସ୍ପଷ୍ଟ ରହିଛି । ଘଟଣାର ତଦନ୍ତ ପାଇଁ ୪ ଜଣିଆ ସିଜିଏମ ସ୍ତରୀୟ କମିଟି ଗଠନ କରାଯାଇଛି । ଏନେଇ  ଷ୍ଟିଲ ପ୍ଲାଣ୍ଟ ମୂଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.