ଭୟାବହ ଅଗ୍ନିକାଣ୍ଡ : ନିଆଁ ଲାଗି ଜଳିଗଲା ୨୨ ପରିବାରର ୩୫ ବଖରା ଘର

Published By : Prameya-News7 Bureau | April 27, 2021 IST

ନୟାଗଡ଼ ୨୭।୦୪:  ନୟାଗଡ଼  ଜିଲ୍ଲା ଓଡ଼ଗାଁ ବ୍ଲକ ପୋଡାସାହିର ନୂଆସାହିରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି ସାହିରେ ଥିବା ୨୨ ପରିବାରର ୩୫ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ନିଆଁର ଆଁରେ ଅନେକ ପରିବାରର ଧାନ ଚାଉଳ, ଆସବାବପତ୍ର ପୋଡିଯାଇଛି । ଏହାସହ ନିଆଁ ଲାଗି ୨୫ରୁ ଅଧିକ ଛେଳି ଓ ଗୋଟିଏ ଗାଈ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି ।

{"id":444746,"width":721,"height":397,"sizeSlug":"large","linkDestination":"none"}

ତେବେ ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ପାଖରେ ଥିବା ନଡିଆ ଏବଂ ଆମ୍ବ ଗଛ ମଧ୍ୟ ଜଳିଯାଇଥିଲା । ଗାଁରେ ମୋବାଇଲ୍ ନେଟୱାର୍କ ନଥିବାରୁ ବିଳମ୍ବରେ ଖବର ପାଇ ଓଡ଼ଗାଁ ଓ ନୟାଗଡ଼ ଦମକଳ ବାହିନୀ ଗାଁରେ ପହଞ୍ଚିଥିଲେ । ହେଲେ ଦମକଳ ପହଞ୍ଚିବା ବେଳକୁ ସବୁ ଜଳିପୋଡି ପାଉଁଶ ହୋଇଯାଇଥିଲା । ପରିବେଶ ପୁରା ଧୂଆଁମୟ ହୋଇପଡିଥିଲା । କାଳେ କିଛି ଜିନିଷ ନିଆଁର ଆଁରୁ ବର୍ତ୍ତି ଯାଇଥିବା ସେହି ଆଶାରେ ପାଉଁଶ ଭିତରେ କେହି କେହି ଖୋଜିବାରେ ଲାଗିପଡିଥିଲେ ।

{"id":444747,"width":728,"height":368,"sizeSlug":"large","linkDestination":"none"}

ନିଆଁ କେଉଁଠୁ ଆସିଲା ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଜଙ୍ଗଲରୁ ନିଆଁ ଆସିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ନିଆଁ ଏତେ ଭୟଙ୍କର ଥିଲା ଯେ, ଘରୁ କିଛି ଜିନିଷ ଉଦ୍ଧାର କରିବା ସମ୍ବଭ ହୋଇପାରିନଥିଲା । ସ୍ଥାନୀୟ ସରପଞ୍ଚ ଏବଂ କିଛି ସ୍ବେଚ୍ଛାସେବୀ ଗାଁରେ ପହଞ୍ଚି ଲୋକଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଛନ୍ତି । ମୁଣ୍ଡ ଗୁଞ୍ଜିବାକୁ ଯାଗା ନଥିବାରୁ ପ୍ରଶାସନ ତୁରନ୍ତ ସାହାଯ୍ଯ ଯୋଗାଇ ଦେବାକୁ ଅଗ୍ନି ବିପନ୍ନ ମାନେ ଅନୁରୋଧ କରିଛନ୍ତି । ସ୍ଥାନୀୟ VLW ମଧ୍ୟ ଗାଁରେ ପହଞ୍ଚି କ୍ଷୟକ୍ଷତି ଆକଳନ କରିଛନ୍ତି ।

{"id":444748,"width":727,"height":406,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.