କାର୍‌ ସୋରୁମ୍‌ରେ ଅଗ୍ନିକାଣ୍ଡ, ଜଳିଗଲା ୪୫ଟି ବିଏମ୍‌ଡବ୍ଲୁ କାର୍‌

Published By : Prameya-News7 Bureau | December 08, 2021 IST

ମୁମ୍ବାଇ ୦୮।୧୨: ବିଏମ୍‌ଡବ୍ଲୁ ସୋରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ୪୫ଟି କାର୍‌ ଜଳିପୋଡି ପାଉଁଶ ହୋଇଯାଇଛି । ଏହାସହିତ ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡି ପାଉଁଶ ହୋଇଯାଇଛି । ପୋଲିସ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି ।

ଖବର ଅନୁଯାୟୀ, ମହାରାଷ୍ଟ୍ରର ନଭିମୁମ୍ବାଇ ଅଞ୍ଚଳରେ ଏକ ବିଏମ୍‌ଡବ୍ଲ୍ୟୁ ସୋରୁମ୍ ରହିଛି । ଆଜି ଏହି ସୋରୁମ୍‌ରେ ହଠାତ୍‌ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ନିଆଁର ଏତେ ପ୍ରକୋପ ଥିଲେ ଯେ, ଦେଖୁ ଦେଖୁ ସୋରୁମ୍‌ ଯାକ ନିଆଁ ବ୍ୟାପିଯାଇଥିଲା । ସୋରୁମ୍‌ରେ ଥିବା ୪୦ରୁ ଅଧିକ କାର୍‌ ପୋଡି ପାଉଁଶ ହୋଇଯାଇଛି । ସୋରୁମ୍‌ରେ ନିଆଁ ଲାଗିଥିବା ଦେଖି ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲା । ଶେଷରେ ଦୀର୍ଘ ୬ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁ ଉପରେ କାବୁ ପାଇଥିଲେ ଅଗ୍ନିଶମ ବାହିନୀ ।

ତେବେ କେଉଁ ପରିସ୍ଥିତିରେ ନିଆଁ ଲାଗିଲା ଏବଂ କିପରି ନିଆଁ ଲାଗିଲା । ଏଯାଏଁ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ସେପଟେ ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି । ଅଗ୍ନିକାଣ୍ଡରେ କମ୍ପାନୀର କୋଟି କୋଟି ଟଙ୍କାର କ୍ଷତି ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.