Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ନିଆଁ ଲାଗି ଜଳିଗଲା ଟ୍ରାକ୍ଟର, ଧାନ ଅମଳ ମେସିନ୍ ସହ ଧାନ ଗଦା

7/11/2020 at 8:05 AM

ନବରଙ୍ଗପୁର ୦୭।୧୧: ଟ୍ରାକ୍ଟର, ଧାନ ଅମଳ ମେସିନ୍ ସହ ଜଳିଗଲା ଧାନ ଗଦା । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ତୁମ୍ଵର୍ଲା ଗାଁ ଶେଷାନନ୍ଦ ସାହୁଙ୍କ ଖଳାରେ ଧାନ ଅମଳ ବେଳେ ଘଟିଥିଲା ଏଭଳି  ଘଟଣା  ।

ଧାନ ଅମଳ ବେଳେ କୌଣସି କାରଣରୁ ହଠାତ୍ ଟ୍ରାକ୍ଟରରେ ଧୂଆଁ ବାହାରିବା ପରେ ପାଖରେ ଥିବା ଧାନ ଗଦାରେ ନିଆଁ ଲାଗିଯାଇଥିଲା । ଏହାପରେ ଖଳାରେ ଥିବା ଧାନ ଗଦାରେ ନିଆଁ ଲାଗି ହୁତୁହୁତୁ ହୋଇ ଜଳି ଯାଇଥିଲା । ନିଆଁର ପ୍ରକୋପ ଏତେ ଥିଲା ଆୟତ୍ତ କରିବାକୁ ଗାଁ ଲୋକେ ସାହାସ ଜୁଟାଇ ପାରିନଥିଲେ ।

ପରେ ଗାଁ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେବାପରେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଟ୍ରାକ୍ଟରଟି ସଂପୂର୍ଣ୍ଣ ଭାବରେ ପୋଡି ଯାଇଥିବା ବେଳେ ଡ୍ରାଇଭର ଓ କିଛି କାମ କରୁଥିବା ଲୋକ ଅଳ୍ପକେ ବର୍ତ୍ତି  ଯାଇଛନ୍ତି ।

   Related Posts