ଟ୍ରେଜେରୀ ଅଫିସରେ ଲାଗିଲା ନିଆଁ, ଜଳିଗଲା ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର

Published By : Prameya-News7 Bureau | September 28, 2021 IST

କରଞ୍ଜିଆ ୨୮।୦୯: କରଞ୍ଜିଆ ଟ୍ରେଜେରୀ ଅଫିସରେ ଅଗ୍ନିକାଣ୍ଡ । ନିଆଁ ଲାଗି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହିତ ବହୁ କମ୍ପ୍ୟୁଟର ଯନ୍ତ୍ରାଂଶ ପୋଡି ନଷ୍ଟ ହୋଇଯାଇଛି ।ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛି ।

{"id":518673,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ମଙ୍ଗଳବାର ସକାଳ ସମୟ ପ୍ରାୟ ୪ଟା ସମୟରେ ହଠାତ୍‌ ଟ୍ରେଜେରୀ ଅଫିସରେ ନିଆଁ ଲାଗିଯାଇଥିଲା । ଯାହାର ଖବର ତୁରନ୍ତ ନିକଟସ୍ଥ ଅଗ୍ନିଶମ ବାହିନୀକୁ ଦିଆଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲା । ତେବେ କିଛି ସମୟ ପରେ ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମ ବାହିନୀ ।

{"id":518674,"sizeSlug":"full","linkDestination":"none"}

ତେବେ ନିଆଁ କିପରି ଲାଗିଲା ଜଣା ପଡିନଥିଲେ ବି ଏହା ବିଦ୍ୟତ ସର୍ଟ ସର୍କିଟ ଯୋଗୁଁ ଲାଗିଥିବା ଅନୁମାନ କରାଯାଉଛି । ତେବେ ସେଠାରେ ୫ରୁ ଅଧିକ ସୁରକ୍ଷା କର୍ମୀ ମୁତୟନ ଥିବା ସତେ କିପରି ନିଆଁ ଲାଗିଲା ତାହା ତଦନ୍ତ ସାପେକ୍ଷ ।

{"id":518675,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.