ସେବା ସମବାୟ ସମିତିରେ ଭୟାବହ ଅଗ୍ନିକାଣ୍ଡ, ପୋଡିଗଲା ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର

Published By : Prameya-News7 Bureau | September 18, 2020 IST

ଝାରସୁଗୁଡା ୧୮।୦୯ : ଝାରସୁଗୁଡ଼ା ଜିଲ୍ଲା ଲଇକେରା ସେବା ସମବାୟ ସମିତିରେ ଭୟାବହ ଅଗ୍ନିକାଣ୍ଡ ଲାଗିଛି । ଅଗ୍ନିକାଣ୍ଡରେ ଅଫିସ ସାମଗ୍ରୀ, କମ୍ପ୍ୟୁଟର ଓ କାଗଜ ପତ୍ର ପୋଡ଼ି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି । ସେହିପରି ୩ଲକ୍ଷରୁ ଅଧିକ ଟଙ୍କା କ୍ଷତି ହୋଇଛି ବୋଲି ଅନୁମାନ କରାଯାଉଛି । ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

{"id":331159,"sizeSlug":"large"}

ଝାରସୁଗୁଡ଼ା ଜିଲ୍ଲା ଲଇକେରା, ସାରଙ୍ଗଲୋଇ, କୁଲେମୁରା ଆଦି ୩ଟି ପଞ୍ଚାୟତର ପ୍ରାୟ ୨୫୦୦ଚାଷୀଙ୍କ ଚାଷୀ ଋଣ କାଗଜପତ୍ର, ଅଫିସର କମ୍ପ୍ୟୁଟର ଟେବୁଲ ଆଦି ଅଗ୍ନିକାଣ୍ଡରେ ପୋଡି ପାଉଁଶ ହୋଇଯାଇଛି। ଅଗ୍ନିଶମ ବାହିନୀ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

{"id":331160,"sizeSlug":"large"}

ସେପଟେ ପୋଲିସ ମଧ୍ୟ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ତେବେ ସୋସାଇଟିରେ ନିଆଁ ଲାଗି କାଗଜପତ୍ର ନଷ୍ଟ ହୋଇଥିବାରୁ ଚାଷୀମାନଙ୍କ ଆଗାମୀ ଦିନରେ ଅନେକ ଅସୁବିଧାର ସମ୍ମୁଖୀନ ହେବାରୁ ପଡିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.