Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଦେଖୁ ଦେଖୁ ଜଳିଗଲା ୧୫ ବଖରା ଘର, ସର୍ବସ୍ବାନ୍ତ ହୋଇଗଲେ ୩ଟି ପରିବାରର ସଦସ୍ୟ…

12/08/2020 at 12:14 PM

ଢେଙ୍କାନାଳ ୧୨।୦୮: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଚାନ୍ଦପୁର ଗାଁର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୫ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରିଛି ।

ସୂଚନାଯୋଗ୍ୟ ଯେ, ବିଳମ୍ବିତ ରାତିରେ ଘରେ ସମସ୍ତେ ଶୋଇଥିବା ବେଳେ ହଠାତ୍‌ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା । ସମୟ ଗଡିବା ସହ ନିଆଁ ଅଧିକ ନଷ୍ଟ କରିବାରେ ଲାଗିଥିଲା ସମ୍ପତ୍ତି । ପ୍ରଥମେ ରାଇତୈଲା ସାହିର କେଦାର ସାହୁଙ୍କ ଦୋକାନରୁ ପ୍ରଥମେ ନିଆଁ ଲାଗିଥିଲା । ପରେ ଗୋଟିଏ ଘରୁ ଆଉ ଗୋଟିଏ ଘର ଏପରି ରମେଶ ସାହୁ ଓ ସନ୍ତୋଷ ସାହୁ ସମେତ ୩ଟି ପରିବାରର ୧୫ବଖରା ନିଆଁରେ ଜାଣି ସମସ୍ତ ଅସବାପତ୍ର ଧାନ ଚାଉଳ ଆଦି ପୋଡି ପାଉଁଶ ହୋଇଯାଇଛି ।

 ତେବେ ଅଗ୍ନିକାଣ୍ଡର ଧନ ସମ୍ପତ୍ତି ଉଦ୍ଧାର କରିବା ଛାଡି, ନିଜେ ଜୀବନ ବଞ୍ଚାଇ ଦୌଡିଥିଲେ ସ୍ଥାନୀୟ ଲୋକେ । ଯାହାଫଳରେ କି ସବୁ ଜଳି ପୋଡି ପାଉଁଶ ହୋଇଯାଇଛି । ତେବେ ନିଆଁ ଲାଗିଥିବାର ଖବର ପାଇଁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାଦ୍ୱାରା ବଡ଼ ଧରଣର ଅଗ୍ନିକାଣ୍ଡର ରକ୍ଷା ମିଳିଯାଇଛି । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । କିନ୍ତୁ ଅଗ୍ନିକାଣ୍ଡରେ ୧୫ବଖରା ଘର ପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି । ତେବେ ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡିନାହିଁ । ଅଗ୍ନିକାଣ୍ଡରେ ୩ଟି ପରିବାର ସର୍ବସ୍ବାନ୍ତ ହୋଇଯାଇଛନ୍ତି।

   Related Posts