କଟକ ଏସ୍‌ସିବି ଟେଲି ମେଡିସିନ ବିଭାଗରେ ଅଗ୍ନିକାଣ୍ଡ

Published By : Prameya-News7 Bureau | December 25, 2020 IST

କଟକ ୨୫।୧୨: କଟକ ଏସ୍‌ସିବି ଟେଲି ମେଡିସିନ ବିଭାଗରେ ଅଗ୍ନିକାଣ୍ଡ ଘଟିଛି। ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ତେବେ ଘଟଣାସ୍ଥଳରେ ଅଗ୍ନିସମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ଖବର ଅନୁଯାୟୀ, ଶୁକ୍ରବାର ଦିନ ଅପରାହ୍ନ ସମୟରେ ଏସ୍‌ସିବିର ଟେଲି ମେଡିସିନ ବିଭାଗରେ ଅଗ୍ନିକାଣ୍ଡର ଖବର ଆସିଥିଲା । ଅଗ୍ନିକାଣ୍ଡର ଖବର ଆସିବା ପରେ ସେଠାରେ ଉପସ୍ଥିତ ଥିବା କର୍ମଚାରୀମାନେ ତୁରନ୍ତ ଏନେଇ ଦମକଳ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଖବର ପାଇବା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରିଥିଲେ । କିଛି ସମୟ ଧରି ଅକ୍ଲାନ୍ତ ପରିଶ୍ରମ ପରେ ନିଆଁରେ କାବୁ ପାଇଥିଲେ ଅଗ୍ନିଶମ ବାହିନୀ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ସେହିପରି ଅଗ୍ନିକାଣ୍ଡରେ କେତେ ପରିମାଣର କ୍ଷତି ହୋଇଛି , ତାହା ଏବେ ଯାଏଁ ସ୍ପଷ୍ଟ ଭାବେ ସୂଚନା ମିଳିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.