ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର

Published By : Prameya-News7 Bureau | December 05, 2020 IST

ସମ୍ବଲପୁର ୦୫।୧୨:  ବୁର୍ଲା ଭୀମସାରରେ ଅଘଟଣ । ରକ୍ତ ଭଣ୍ଡାର ତଥା ପ୍ଲାଜମା ବ୍ୟାଙ୍କ ସମ୍ମୁଖରେ ଗଛ ପଡିଯାଇ ୧୧ କେଭି ବିଦ୍ୟୁତ ତାର ଛିଣ୍ଡି ପଡିବାରୁ ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର ଗତକାଲି ପୋଡିଯାଇଛି । ସର୍ଟ ସର୍କିଟ ଯୋଗୁଁ ଏସବୁ ଫ୍ରିଜର୍ ପୋଡି ଅଚଳ ହୋଇଯାଇଛି । ଫଳରେ ସେସବୁ ଫ୍ରିଜରରେ ଥିବା ପ୍ଲାଜମା ଓ ରକ୍ତ ନଷ୍ଟ ହେବାର ଆଶଙ୍କା କରାଯାଉଛି । ତେବେ ସେଠାରେ ବର୍ତ୍ତମାନ ୨ଟି ଫ୍ରିଜର ଚାଲୁଥିବା ଜଣାପଡିଛି । ଫଳରେ ଏହି ୨ଟି ଫ୍ରିଜରରେ ଯେତିକି ରକ୍ତ ଓ ପ୍ଲାଜମା ସଂରକ୍ଷିତ ରଖାଯାଇପାରିବ ସେତିକି ହିଁ ସଂରକ୍ଷିତ ରହିପାରିବ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.