ଦିଲ୍ଲୀ ମେଟ୍ରୋ ଷ୍ଟେସନ ପାଖ ଏକ ବିଲ୍ଡିଂରେ ଭୀଷଣ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

Published By : Prameya-News7 Bureau | November 11, 2021 IST

ନୂଆଦିଲ୍ଲୀ ୧୧/୧୧: ଗୁରୁବାର ଦିଲ୍ଲୀ କରକରଡୁମା ମେଟ୍ରୋ ଷ୍ଟେସନ୍‌ ପାଖରେ ଥିବା ରୁଷଭ ଟାଓ୍ବାରରେ ଅଗ୍ନିକାଣ୍ଡ । ଷଷ୍ଠ ମହଲାରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଘଟଣାସ୍ଥଳରେ ୧୪ଟି ଦମକଳ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛି । ଏବେ ଯାଏଁ କେହି ମୃତାହତ ହୋଇଥିବା ନେଇ ଜଣାପଡ଼ିନାହିଁ। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ବିଶେଷଜ୍ଞ ଦଳ ଯାଞ୍ଚ କରୁଛନ୍ତି।

ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବାରୁ ବେଶି ଲୋକ ନଥିଲେ। ତେଣୁ ବଡ଼ ଦୁର୍ଘଟଣା ଟଳିଯାଇଛି। ରାତି ୮.୧୦ରେ ବିଲ୍ଡିଂରେ ନିଆଁ ଲାଗିଥିବା କୁହାଯାଉଛି। ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିବା ଅଗ୍ନିଶମ ବାହିନୀ ଏବଂ ପୋଲିସ ଆଖପାଖରେ ଥିବା ଲୋକମାନଙ୍କୁ ସ୍ଥାନ ଛାଡ଼ିବାକୁ କହିଥିଲେ।

wp:embed {"url":"https://twitter.com/ANI/status/1458822512515502081","type":"rich","providerNameSlug":"twitter","responsive":true}
https://twitter.com/ANI/status/1458822512515502081
/wp:embed

ଆଖାପାଖ ସ୍ଥାନ ଖାଲି କରାଯିବା ପରେ ନିଆଁ ଲିଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରାୟ ଘଣ୍ଟାଏ ପରେ ନିଆଁ ଆୟତ୍ତକୁ ଆସିଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.