ମେଡିକାଲରୁ ଫେରୁଥିବା ବୋଲେରୋ ସହ କଣ୍ଟେନର ଧକ୍କା, ୫ଆହତ

Published By : Prameya-News7 Bureau | November 28, 2020 IST

ଭଦ୍ରକ ୨୮।୧୧ : ଦୁର୍ଘଟଣା ପରେ ରାସ୍ତାରେ ଜଳିଗଲା କଣ୍ଟେନର । ରୋଗୀଙ୍କ ସୁସ୍ଥ ହୋଇ ଘରକୁ ଫେରୁଥିବା ବେଳେ କଣ୍ଟେନର ସହିତ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୫ଜଣ ଆହତ ହୋଇଥିବା ସୂଚନା ମିଳିଛି । ଭଦ୍ରକ ଜିଲ୍ଲା ଦେଇ ଯାଇଥିବା ୧୬ନମ୍ବର ଜାତୀୟ ରାଜପଥରେ ଜଳିଯାଇଛି ସାମଗ୍ରୀ ବୋଝେଇ କଣ୍ଟେନର । ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର । ନିଆଁରେ ଜଳି ପୋଡି ପାଉଁଶ ହୋଇଯାଇଛି ଅନେକ ସାମଗ୍ରୀ ।

{"id":368759,"sizeSlug":"large"}

ଖବର ଅନୁଯାୟୀ, ପ୍ଲିପକାର୍ଟର ସାମଗ୍ରୀ ନେଇ ଏକ କଣ୍ଟେନର ବମ୍ବେରୁ କୋଲକାତା ଅଭିମୁଖେ ଯାଉଥିଲା । ସେପଟେ କଟକରୁ ବାଲେଶ୍ୱର  ଜିଲ୍ଲା ଔପଦା ଅଭିମୁଖେ ଯାଉଥିବା ଏକ ବୋଲେରୋ ସହିତ ଧକ୍କା ହୋଇଥିଲା । କଟକ ମେଡିକାଲରୁ ରୋଗୀ ସୁସ୍ଥ ହୋଇ ନିଜ ଘରକୁ ଫେରୁଥିଲେ । କିନ୍ତୁ ଭଦ୍ରକ ଜିଲ୍ଲା ୧୬ନଂ ଜାତୀୟ ରାଜପଥ ଡାହାଣୀଗଡ଼ିଆ ଛକ ନିକଟରେ କଣ୍ଟେନର ଓ ବୋଲରୋ ସହିତ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ କଣ୍ଟେନରରେ ନିଆଁ ଲାଗିଯାଇଥିଲା । ଯାହାଫଳରେ କଣ୍ଟେନରରେ ଥିବା ସାମଗ୍ରୀରେ ନିଆଁ ଲାଗିଯାଇଥିଲା । ସେପଟେ ବୋଲେରୋରେ ଥିବା ଲୋକଙ୍କ ମଧ୍ୟରୁ ୫ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେହିପରି କଣ୍ଟେନରର ଡ୍ରାଇଭର ଓ ହେଲପରଙ୍କ ଚିକିତ୍ସା ପରେ ଉଭୟ ମେଡିକାଲରୁ ପଳାଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.