Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ବିଦ୍ୟୁତ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ, ଜଳିଗଲା ୫ ବଖରା ଘର

30/10/2021 at 7:56 AM

ଭଦ୍ରକ ୩୦।୧୦: ଅଗ୍ନିକାଣ୍ଡରେ ଜଳିଗଲା ୩ଟି ପରିବାରର ୫ ବଖରା ଘର । ଏହାସହ ଅଗ୍ନିକାଣ୍ଡରେ ୪ଟି ଗୋରୁ ସହ ଗୋଟିଏ ଛେଳି ଜୀବନ୍ତ ଦଗ୍ଧ । ଭଦ୍ରକ ଜିଲ୍ଲା ବାଣିତିଆ ପଞ୍ଚାୟତ ଦକ୍ଷିଣସାହୀ ଗାଁରେ ଏଭଳି ଘଟଣା ଘଟିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ଖବର ଅନୁଯାୟୀ, ଦକ୍ଷିଣସାହି ଗାଁର ଗୋପବନ୍ଧୁ ଜେନାଙ୍କ ପରିବାର ଲୋକେ ଗତରାତିରେ ଖାଇ ସାରି ଶୋଇବାକୁ ଯାଇଥିଲେ । ଶୋଇଥିବା ସମୟରେ ହଠାତ୍‌ ବିଦ୍ୟୁତ ସର୍ଟ ସର୍କିଟ ଘଟି ଗୋପବନ୍ଧୁଙ୍କ ଘରେ ନିଆଁ ଲାଗିଯାଇଥିଲା । ନିଆଁର ପ୍ରକୋପ ଏତେ ଥିଲା ଯେ, ଘରୁ କୌଣସି ଜିନିଷ କାଢିପାରିନଥିଲେ । କେବଳ ଘର ଭିତରେ ଶୋଇଥିବା ସମସ୍ତ ସଦସ୍ୟ ନିଜ ଜୀବନକୁ ବଞ୍ଚାଇ ବାହାରକୁ ପଳାଇଆସିଥିଲେ । ତେବେ ନିଆଁର ଝାସରେ ଗୋପବନ୍ଧୁ ଓ ତାଙ୍କ  ୨ଭାଇଙ୍କର ୫ ବଖରା ଘର ପୋଡି ପାଉଁଶ ହୋଇଯାଇଥିଲେ । ଏହାସହିତ ଗୁହାଳ ଘରେ ନିଆଁ ଲାଗି ୪ଟି ଗୋରୁ ଓ ଗୋଟିଏ ଛେଳିଙ୍କର ଜୀବନ୍ତ ଦଗ୍ଧ ହୋଇଛି । ଅଗ୍ନିଶମ  ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଥିଲା, ହେଲେ ସେତେବେଳକୁ ୩ଟି ପରିବାର ସମ୍ପୂର୍ଣ୍ଣ ସର୍ବସ୍ୱାନ୍ତ ହୋଇଯାଇଥିଲେ ।

   Related Posts