ଅଗ୍ନିକାଣ୍ଡରେ ଜଳିଗଲା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ

Published By : Prameya-News7 Bureau | January 05, 2021 IST

ଭଦ୍ରକ ୦୫।୦୧: ଅଗ୍ନିକାଣ୍ଡରେ ଜଳିଗଲା ସମ୍ପୂର୍ଣ୍ଣ ଘର । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ । ଭଦ୍ରକ ସହରାଞ୍ଚଳ ବଡଶଙ୍କପୁର ଗାଁରେ ଅଗ୍ନିକାଣ୍ଡ ଘଟିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛି ।

ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ହଠାତ୍‌ ମଧ୍ୟ ରାତିରେ କୌଣସି କାରଣ ନିଆଁ ଲାଗିଯାଇଥିଲା । ହଠାତ୍‌ ଦେଖୁ ଦେଖୁ ୩ ବଖରା ଘର ସମ୍ପୁର୍ଣ ପୋଡି ପାଉଁଶ ହୋଇଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଆୟତ୍ତ କରିଛି । ଭଦ୍ରକ ସହରାଞ୍ଚଳର ୨୦ନଂ ଞ୍ଵାର୍ଡର ବଡ ଶଙ୍କରପୁରର ହାଜର ଵିଵିଙ୍କର ତିନି ବଖରା ଘର ସମ୍ପୂର୍ଣ ଫୋଡି ପାଉଁଶ ହୋଇଯାଇଛି । ତେବେ ଘର ଭିତରୁ ସମସ୍ତ ଲୋକ ଘରୁ ବାହାରି ଆସିଥିବା ବେଳେ ଆସବାବପତ୍ର, ଟଙ୍କା, ସୁନା ଗହଣା ସମ୍ପୁର୍ଣ ଜଳି ଯାଇଛି । ନିଆଁ ଲିଭାଇବା ବେଳେ ଅଗ୍ନିଶମ ବାହିନୀ ଆଣିଥିବା ଟାଙ୍କିରୁ ପାଣି ସରିଯିବାରୁ ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.